Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତରେ ୟୁପିଆଇର ସଫଳତାକୁ ଅନୁକରଣ କରିବ ବିଶ୍ବ
ଆଜିର ଖବର

ଭାରତରେ ୟୁପିଆଇର ସଫଳତାକୁ ଅନୁକରଣ କରିବ ବିଶ୍ବ

December 7, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ୨୦୧୬ରେ ଆରମ୍ଭ ହେବାପରଠାରୁ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ଭାରତରେ ଆର୍ଥିକ ସେବା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଛି। ଏହା ମାଧ୍ୟମରେ ପ୍ରାୟ ୩୦ କୋଟି ଲୋକ ଓ ୫ କୋଟି ବ୍ୟବସାୟୀ ସହଜରେ ଡିଜିଟାଲ ନେଣଦେଣ କରିପାରୁଛନ୍ତି। ଅକ୍ଟୋବର ୨୦୨୩ ସୁଦ୍ଧା ଭାରତରେ ହୋଇଥିବା ସମସ୍ତ ଖୁଚୁରା ଡିଜିଟାଲ ପେମେଣ୍ଟର ୭୫% ୟୁପିଆଇ ମାଧ୍ୟମରେ ହେଉଥିଲା।

ୟୁପିଆଇ ଆସିବା ପରେ କ୍ଷୁଦ୍ର ଋଣକାରୀମାନେ ବେଶ ସଶକ୍ତ ହୋଇପାରିଛନ୍ତି। ବିଶେଷକରି ୟୁପିଆଇ ମାଧ୍ୟମରେ ସବପ୍ରାଇମ୍ ଋଣକାରୀ (ଯେଉଁମାନଙ୍କ ଋଣପ୍ରାପ୍ତି ଯୋଗ୍ୟତା କମ ଥାଏ) ଓ ନୂଆ ଋଣକାରୀମାନେ ବ୍ୟାଙ୍କ ଓ ଅନ୍ୟ ଆର୍ଥିକ ସଂସ୍ଥାରୁ ଋଣ ପାଇବାକୁ ସକ୍ଷମ ହୋଇପାରିଛନ୍ତି। ଯେଉଁ ଅଂଚଳରେ ୟୁପିଆଇର ଅଧିକ ବ୍ୟବହାର ହେଉଛି ସେଠାରେ ନୂଆ ଋଣକାରୀଙ୍କ ସଂସ୍ଥା ୪ ପ୍ରତିଶତ ଓ ସବପ୍ରାଇମ୍ ଋଣକାରୀଙ୍କ ସଂଖ୍ୟା ୮ପ୍ରତିଶତ ବୃଦ୍ଧି ପାଇଛି। ଏହା ସହିତ ଏକ ହାରାହାରି ଫିନଟେକ୍ ଋଣ ପରିମାଣ ୨୭,୭୭୮ ଟଙ୍କାକୁ ବୃଦ୍ଧି ପାଇଛି ଯାହାକି ଗ୍ରାମାଞ୍ଚଳରେ ମାସିକ ବ୍ୟୟଠାରୁ ୭ ଗୁଣ ଅଧିକ।

ଫିନଟେକ୍ ଋଣଦାତାମାନେ ଦ୍ରୁତ ଗତିରେ ଅଭିବୃଦ୍ଧି ହାସଲ କରିବା ସହ ନିଜର ଋଣ ପରିମାଣରେ ୭୭ ଗୁଣ ବୃଦ୍ଧି କରିପାରିଛନ୍ତି ଓ କ୍ଷୁଦ୍ର ଓ ସ୍ବଳ୍ପ ଯୋଗ୍ୟତା ସଂପନ୍ନ ଋଣକାରୀମାନଙ୍କୁ ସେବା ଯୋଗାଇବା କ୍ଷେତ୍ରରେ ପାରମ୍ପରିକ ବ୍ୟାଙ୍କମାନଙ୍କୁ ଟପିଯାଇଛି। ଦେଶରେ ସୁଲଭ ମୂଲ୍ୟରେ ଇଣ୍ଟରନେଟ୍ ସେବା ଓ ଅନ୍ୟ ଡିଜିଟାଲ୍ ଟେକନଲୋଜିର ଉପଲବ୍ଧତା ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ୟୁପିଆଇର ଗ୍ରହଣୀୟତାକୁ ବଢାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

ଏକ ତଥ୍ୟ ଅନୁସାରେ ୟୁପିଆଇ ନେଣଦେଣରେ ୧୦ ପ୍ରତିଶତ ବୃଦ୍ଧି ଦ୍ବାରା ଋଣ ଉପଲବ୍ଧତା ୭ ପ୍ରତିଶତ ବୃଦ୍ଧି ପାଇଛି। ଏହା ଦର୍ଶାଉଛି କିପରି ଡିଜିଟାଲ ଅର୍ଥନୀତି ଋଣଦାତାମାନଙ୍କୁ ଋଣକାରୀଙ୍କ ନିକଟରେ ସହଜରେ ପହଞ୍ଚିବାକୁ ସକ୍ଷମ କରୁଛି।

୨୦୧୫ରୁ ୨୦୧୯ ମଧ୍ୟରେ ସବପ୍ରାଇମ ଋଣକାରୀଙ୍କୁ ଫିନଟେକ୍ ଋଣ ଅଭିବୃଦ୍ଧି ବ୍ୟାଙ୍କମାନଙ୍କ ପ୍ରଦତ୍ତ ଋଣ ସହିତ ସମାନ ହୋଇପାରିଥିଲା, ଏପରିକି ଉଚ୍ଚ ୟୁପିଆଇ ବ୍ୟବହାର ଅଂଚଳରେ ଫିନଟେକମାନେ ଅଗ୍ରଣୀ ସ୍ଥିତିରେ ଥିଲେ।

ୟୁପିଆଇ ମାଧ୍ୟମରେ କେବଳ ଋଣ ପ୍ରଦାନ ବଢିନାହିଁ ବରଂ ଖିଲାପ ହାର ବି ହ୍ରାସ ପାଇଛି। ଏହା ଦର୍ଶାଉଛି ଯେ ୟୁପିଆଇ-ଭିତ୍ତିକ ନେଣଦେଣ ତଥ୍ୟ ଋଣଦାତାମାନଙ୍କୁ ଦାୟିତ୍ବର ସହ ସଂପ୍ରସାରଣ କରିବାକୁ ସୁଯୋଗ ପ୍ରଦାନ କରିଛି।

ଭାରତର ଏହି ସଫଳତାର ପ୍ରଭାବ ସମଗ୍ର ବିଶ୍ବରେ ପଡ଼ିବାକୁ ଯାଉଛି। ଭାରତରେ ୟୁପିଆଇର ସଫଳତା ପରେ ଅନ୍ୟ ଦେଶରେ ତାହାର ଅନୁକରଣ ହେବାର ସମ୍ଭାବନା ଦେଖାଦେଇଛି। ଏହା ଦର୍ଶାଉଛି କିପରି ସାଧାରଣ ଡିଜିଟାଲ ଭିତ୍ତିଭୂମି ସହ ମୁକ୍ତ ବ୍ୟାଙ୍କ ନୀତିକୁ ସଂଯୁକ୍ତ କରି ସମସ୍ତଙ୍କ ନିକଟକୁ ଆର୍ଥିକ ସେବା ପହଞ୍ଚାଯାଇପାରିବ, ଉଦ୍ଭାବନକୁ ପ୍ରେତ୍ସାହିତ କରିହେବ ଓ ସମାବେଶୀ ଆର୍ଥିକ ଅଭିବୃଦ୍ଧି ସୁନିଶ୍ଚିତ କରିହେବ।

UPI ଆର୍ଥିକ ଅନ୍ତର୍ଭୁକ୍ତିକରଣ କ୍ଷେତ୍ର ୟୁପିଆଇ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.