ଖୋର୍ଦ୍ଧା: କୃଷକ ମାନଙ୍କର ଆର୍ଥିକ ଅଭିବୃଦ୍ଧି ନିମନ୍ତେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ କରକମଳରେ ୮୦୦ ଟଙ୍କାର ଅତିରିକ୍ତ ସହାୟତା ରାଶି ଓଡ଼ିଶାର ବରଗଡ଼ ଜିଲ୍ଲାରେ କୃଷକ ମାନଙ୍କୁ ପ୍ରଦାନର ଶୁଭାରମ୍ଭ ହୋଇଛି। ଏହି ଅବସରରେ ଏହାର ସିଧାସଳଖ ପ୍ରସାରଣ ନିମନ୍ତେ ଖୋର୍ଦ୍ଧା ଜିଲ୍ଲାର ହାଭେଳି ପଡ଼ିଆ ଠାରେ ଏକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ମୁଖ୍ୟ ଅତିଥି ଭାବେ ଆଇନ, ଅବକାରୀ, ଓ ପୁର୍ତ୍ତ ବିଭାଗ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ଯୋଗଦାନ କରିଵା ସହ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ଜିଲ୍ଲାପାଳ ଚଞ୍ଚଳ ରାଣା, ମୁଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ପ୍ରମୁଖ ଯୋଗଦେଇଥିଲେ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲାପାଳ ଉଦବୋଧନ ଦେଇ କହିଥିଲେ ଯେ, ଦୀର୍ଘଦିନ ଧରି କୃଷକ ମାନଙ୍କର ଯେଉଁ ଦାବି ଥିଲା ସର୍ବନିମ୍ନ ଯେଉଁ ଟଙ୍କା ରହିଛି ସେଥିରେ କିଛି ଆର୍ଥିକ ସାହାଯ୍ୟ ରାଶି ପ୍ରଦାନ କରିବାକୁ ଆଜି ତାହା ସରକାର ପୁରଣ କରିଛନ୍ତି। ସ୍ବଚ୍ଛତାରେ ଏହାକୁ କାର୍ଯ୍ୟକାରୀ କରାଯିବାକୁ ସେ ପ୍ରତିଶ୍ରୁତି ବଦ୍ଧ ବୋଲି ପ୍ରକାଶ କରିଥିଲେ।
ଚାଷୀ ହସିଲେ ଦେଶ ହସିବ ବୋଲି ଖୋର୍ଦ୍ଧା ବିଧାୟକ ବକ୍ତବ୍ୟ ରଖିଥିଲେ। ସେ କହିଥିଲେ ଯେ, ଏହି କଥାକୁ ସ୍ୱୀକାର କରିବା ପାଇଁ ଓଡ଼ିଶାରେ ପରିବର୍ତ୍ତନର ସ୍ୱର ଆରମ୍ଭ ହୋଇଛି। ଓଡିଶା ହେଉଛି କୃଷି ପ୍ରଧାନ ରାଜ୍ୟ। ଆମର ପାରମ୍ପରିକ ଚାଷ ହେଉଛି ଧାନ। ସେଥିପାଇଁ ଆଜିର କାର୍ଯ୍ୟକ୍ରମ କୃଷକ ମାନଙ୍କୁ ଆର୍ଥିକ ସାହାଯ୍ୟର ଅଭିବୃଦ୍ଧି ନିମନ୍ତେ ଉଦ୍ଦିଷ୍ଟ।
ସେହିପରି ମାନ୍ୟବର ମନ୍ତ୍ରୀ ଅଭିଭାଷଣରେ କହିଥିଲେ ଯେ, ଆଜିର ଦିନଟି ଚାଷୀ ମାନଙ୍କ ପାଇଁ ଏକ ଐତିହାସିକ ଦିନ ହୋଇ ରହିବ। ଦୀର୍ଘଦିନର ଲଢେଇ ପରେ ଆଜି ଓଡ଼ିଶା ପ୍ରଦେଶର ଚାଷୀ ମାନଙ୍କୁ ସନ୍ତାନ ସ୍ଵରୁପ, ଆଜି ଓଡ଼ିଶା ସରକାର ଏହାକୁ କାର୍ଯ୍ୟକାରୀ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବ୍ଲକ୍ ଏବଂ ପୌରପରିଷଦ ମାନଙ୍କର ଅଧ୍ୟକ୍ଷା/ଅଧ୍ୟକ୍ଷ, ବିଭାଗୀୟ ଅଧିକାରୀ, ଜନସାଧାରଣ ପ୍ରମୁଖ ଯୋଗଦେଇଥିଲେ।