Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଏସଏଫ ଯବାନଙ୍କ ଅବଦାନ ସ୍ୱର୍ଣିମ ଅକ୍ଷରରେ ଲିପବଦ୍ଧ ହୋଇରହିବ: କେନ୍ଦ୍ର ଗୃହମନ୍ତ୍ରୀ
ଆଜିର ଖବର

ବିଏସଏଫ ଯବାନଙ୍କ ଅବଦାନ ସ୍ୱର୍ଣିମ ଅକ୍ଷରରେ ଲିପବଦ୍ଧ ହୋଇରହିବ: କେନ୍ଦ୍ର ଗୃହମନ୍ତ୍ରୀ

December 9, 2024No Comments5 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ରାଜସ୍ଥାନର ଯୋଧପୁରରେ ରବିବାର ଦିନ ଅନୁଷ୍ଠିତ ହୋଇଥିବା ବର୍ଡର ସିକ୍ୟୁରିଟି ଫୋର୍ସ ଅଫ ଇଣ୍ଡିଆ ବା ବିଏସଏଫର ୬୦ତମ ରେଜିଂ ଦିବସ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ବିଏସଏଫ ମହାନିର୍ଦ୍ଦେଶକ ଦଲଜିତ ସିଂ ଚୌଧୁରୀଙ୍କ ସମେତ ବହୁ ମାନ୍ୟ ଗଣ୍ୟ ପଦାଧିକାରୀ ଉପସ୍ଥିତ ରହିଥିଲେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶର ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଥିବା କେନ୍ଦ୍ର ଗୃହମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ।

ଆଉ ଏଥିଲାଗି ବିଏସଏଫର ଅବଦାନ ସ୍ୱର୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ମତବ୍ୟକ୍ତ କରିଥିଲେ । ଦୀର୍ଘ ଛଅ ଦଶନ୍ଧି ଧରି ପରାକ୍ରମ, ସାହସ ଓ ତ୍ୟାଗ ବଳରେ ଦେଶର ନିରାପତାକୁ ବିଏସଏଫ ସୁଦୃଢ କରିଥିବା ଅମିତ ଶାହା କହିଥିଲେ। ସୀମାରେ ସବୁପ୍ରକାର ବିପଦକୁ ସାମ୍ନା କରି ଦେଶର ସୁରକ୍ଷା ଓ ନିରାପତାକୁ ବିଏସଏଫ ସୁନିଶ୍ଚିତ କରିଥିବା କେନ୍ଦ୍ର ମନ୍ତ୍ରୀ କହିଥିଲେ । ଡିସେମ୍ବର ୧, ୧୯୬୫ଠାରୁ ଦେଶର ପୂର୍ବ ଓ ପଶ୍ଚିମ ସୀମାକୁ ସୁରକ୍ଷା ଦେବାରେ ବିଏସଏଫ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିବା ଅମିତ ଶାହା କହିଥିଲେ । ଦେଶ ଲାଗି ପ୍ରାଣ ଦେଇଥିବା ୧୯୯୨ ଜଣ ବିଏସଏଫ ଯବାନଙ୍କ ପ୍ରତି ସାରା ଦେଶ କୃତଜ୍ଞ ରହିବ ବୋଲି ଶାହା କହିଥିଲେ।

ଗତ ଛଅ ଦଶନ୍ଧି ଧରି ଦେଶର ସୀମାରେ ସଶସ୍ତ୍ର ପହରା ଦେବା କ୍ଷେତ୍ରରେ ବିଏସଏଫ ଯବାନମାନେ ଉଲ୍ଲେଖନୀୟ କୃତିତ୍ୱ ଦେଖାଇଥିବା କେନ୍ଦ୍ର ମନ୍ତ୍ରୀ କହିଥିଲେ। ବିଏସଏଫ ଛଡା ଦେଶରେ ବଢୁଥିବା ସୁରକ୍ଷା ଆବଶ୍ୟକତାକୁ ପୂରଣ କରିହେବ ନାହିଁ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ। ତେବେ ୨୫ ବାଟାଲିୟନରୁ ୧୯୩ ବାଟାଲିୟନକୁ ବୃଦ୍ଧି ପାଇ ବିଏସଏଫର ଅଗ୍ରଗତି ହୋଇଥିବା କଥା ବି ଶାହା ଉଲ୍ଲେଖ କରିଥିଲେ। ପ୍ରାୟ ୨.୭ ଲକ୍ଷ କର୍ମଚାରୀଙ୍କୁ ନେଇ ଚାଲୁଥିବା ବିଏସଏଫ ହେଉଛି ସମଗ୍ର ବିଶ୍ୱର ସବୁଠାରୁ ବଡ ସୁରକ୍ଷା ଏଜେନ୍ସି। ବିଭିନ୍ନ ଅଭିଯାନ ମାଧ୍ୟମରେ ଜାଲ ନୋଟ କାରବାର, ନିଶା କାରବାର, ଅନୁପ୍ରବେଶ, ବାମପନ୍ଥୀ ଉଗ୍ରବାଦ ପରି ବିଭିନ୍ନ ସମସ୍ୟା ମୁକାବିଲା କରିବା କ୍ଷେତ୍ରରେ ବିଏସଏଫର ଭୂମିକା ଅନସ୍ୱୀକାର‌୍ୟ୍ୟ ବୋଲି କେନ୍ଦ୍ର ମନ୍ତ୍ରୀ ମତ ପ୍ରକାଶ କରିଥିଲେ। ଦେଶର ପ୍ରଥମ ଧାଡିର ସୁରକ୍ଷା ଏଜେନ୍ସି ଭାବରେ କାମ କରୁଥିବା ବିଏସଏଫର ଆଜି ଯାଏ ୧୯୯୨ ଜଣଙ୍କ ପ୍ରାଣହାନି ହୋଇଥିବା ବେଳେ ସେମାନଙ୍କ ଭିତରୁ ୧୩୩୦ ଜଣଙ୍କୁ ମେଡାଲ ଦ୍ୱାରା ପୁରସ୍କୃତ କରାଯାଇଥିବା ମନ୍ତ୍ରୀ ଉଲ୍ଲେଖ କରିଥିଲେ। ଏଗୁଡିକ ଭିତରେ ଗୋଟିଏ ମହାବୀର ଚକ୍ର, ୬ଟି କୀର୍ତି ଚକ୍ର, ୧୩ଟି ବୀର ଚକ୍ର, ୧୩ଟି ସୂର‌୍ୟ୍ୟ ଚକ୍ର, ୫୬ଟି ସେନା ମେଡାଲ, ୧୨୪୧ଟି ପୋଲିସ ମେଡାଲ ରହିଛି।

ବହୁ ବର୍ଷ ଧରି ବିଏସଏଫ ପୋଲିସରେ ବହୁ ସୁଧାର ଆସିନଥିଲା ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ। ପରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ସରକାର ଅମଳରେ ବାନ ବର୍ଡର ବାନ ଫୋର୍ସ ନୀତି ଆପଣାଗଲା। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଅମଳରେ ଏହାକୁ ଆହୁରି କଡାକଡି କରାଯାଇଥିବା ଶାହା ମତବ୍ୟକ୍ତ କରିଥିଲେ। ସୀମାରେ ଭିତିଭୂମିର ବିକାଶ, ସୀମାବର୍ତୀ ଗ୍ରାମରେ ବିଭିନ୍ନ ସରକାରୀ ଯୋଜନାର ଶତପ୍ରତିଶତ ରୂପାୟନ, ରେଳ, ସଡକ ଓ ଜଳପଥରେ ଗମନାଗମନ ବ୍ୟବସ୍ଥା ପରି ଅନେକ ସୁବିଧା କରାଯାଇଥିବା କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଥିଲେ। ବାଙ୍ଗଲାଦେଶ ସୀମାର ୫୯୧ କିଲୋମିଟର ଅଂଚଳରେ ତାର ବାଡ ଘେରା ଯାଇଥିବା ସେ କହିଥିଲେ। ସୀମାର ୧୧୫୯ କିଲୋମିଟରରେ ଫ୍ଲଡ ଲାଇଟ ବ୍ୟବସ୍ଥା କରାଯିବା ସହ ୫୭୩ଟି ବର୍ଡର ଆଉଟପୋଷ୍ଟ ଓ ୫୭୯ଟି ଅବର୍ଜେରଭେସନ ପୋଷ୍ଟ ନିର୍ମାଣ କରାଯାଇଥିବା ଶାହା ଉଲ୍ଲେଖ କରିଥିଲେ। ଏହାଛଡା ୬୮୫ଟି ଜାଗାକୁ ବିଜୁଳି ସଂଯୋଗ, ୫୭୫ଟି ଜାଗାକୁ ପାଣି ସଂଯୋଗ, ୫୭୦ଟି ସୋଲାର ପ୍ଲାଂଟ ପ୍ରତିଷ୍ଠା କରାଯାଇଥିବା ଶାହା କହିଥିଲେ। ସୀମାର ୧୮୧୨ କିଲୋମିଟର ରାସ୍ତାରେ ବର୍ଡର ରାସ୍ତା ନିର୍ମାଣ ଉପରେ ମୋଦି ସରକାର ପ୍ରାଥମିକତା ଦେଇଥିବା ବି କେନ୍ଦ୍ର ମନ୍ତ୍ରୀ ଉଲ୍ଲେଖ କରିଥିଲେ।

ପ୍ରାୟ ୪୮ ଶହ କୋଟି ଟଙ୍କା ବଜେଟରେ ମୋଦି ସରକାରଙ୍କ ଭାଇବ୍ରାଂଟ ଭିଲେଜ ଯୋଜନା କଥା ବି କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ । ଏହି ଯୋଜନା ଭିତରେ ଦେଶର ଉତର ଭାଗରେ ବେଆଇନ ଅନୁପ୍ରବେଶକୁ ସାମ୍ନା କରୁଥିବା ସୀମାବର୍ତୀ ଗାଁଗୁଡିକୁ ବିକଶିତ କରାଯାଇଛି । ଯୋଗାଯୋଗ, ସ୍ୱାସ୍ଥ୍ୟ, ନିଯୁକ୍ତି ପରି ବିଭିନ୍ନ କ୍ଷେତ୍ରରେ ଏହି ଗାଁ ବାସିନ୍ଦାଙ୍କ ଉନ୍ନତି ଲାଗି ସରକାର ଯଥେଷ୍ଟ ପଦକ୍ଷେପ ନେଇଥିବା ଶାହା କହିଥିଲେ । ପରୀକ୍ଷା ସ୍ୱରୂପ ଏବେ ୩ ହଜାର ଗାଁରେ ଏହି ବିକାଶମୂଳକ କାମ କରାଯାଉଥିବା ବେଳେ ସୀମାବର୍ତୀ ସବୁ ଗାଁରେ ଶୀଘ୍ର ଏହାକୁ ଲାଗୁ କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ ।

ଓଖାଠାରେ ଦେଶର ସର୍ବ ପ୍ରଥମ ନେସନାଲ କୋଷ୍ଟାଲ ପୋଲିସ ଏକାଡେମୀ ପ୍ରତିଷ୍ଠା କରାଯାଇଥିବା ଶାହା କହିଥିଲେ । ଏହି ଏକାଡେମୀ ଦ୍ୱାରା ରାଜ୍ୟ ପୋଲିସ ସହ ଉପକୂଳ ସୀମାବଳକୁ ପ୍ରଶିକ୍ଷଣ ଦିଆଯାଇଥାଏ । ଆନ୍ତର୍ଜାତିକ ସୀମାକୁ ପହରା ଦେବା ଲାଗି ଇଂଟିଗ୍ରେଟେଡ ବର୍ଡର ମ୍ୟାନେଜମେଂଟ ସିଷ୍ଟମ ମୋଦି ସରକାର କରିଥିବା ବି କେନ୍ଦ୍ର ଗୃହମନ୍ତ୍ରୀ ଉଲ୍ଲେଖ କରିଥିଲେ । ପାଇଲଟ ପ୍ରୋଜେକ୍ଟ ହିସାବରେ ଧୁବ୍ରିଠାରେ ସିଆଇବିଏମଏସ ଲାଗୁ କରାଯାଇ ସୁଫଳ ମିଳିଥିବା କେନ୍ଦ୍ର ମନ୍ତ୍ରୀ କହିଥିଲେ । ଆଗାମୀ ଦିନରେ ଏହି ପ୍ରୋଜେକ୍ଟରେ କିଛିଟା ପରିବର୍ତନ କରାଯାଇ ପାକିସ୍ତାନ ଓ ବାଙ୍ଗଲାଦେଶ ସୀମାରେ ବି ଲାଗୁ କରାଯିବ । ଭାରତ ପଟରେ ରହିଥିବା ସୀମାବର୍ତୀ ଅଂଚଳରେ ରାସ୍ତା ନିର୍ମାଣ, ସୀମାରେ ତାର ବାଡ ଦେବା ପରି ବିଭିନ୍ନ ଉନ୍ନତିମୂଳକ କାମ ଏବେ ହାତକୁ ନିଆଯାଇଥିବା ଶାହା କହିଥିଲେ ।

ଆଗାମୀ ଦିନରେ ଡ୍ରୋନ ଜନିତ ସମସ୍ୟା ବେଶୀ ହେବାକୁ ଯାଉଥିବା କେନ୍ଦ୍ର ମନ୍ତ୍ରୀ କହିଥିଲେ । ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଲେଜର କ୍ଷମତା ରହିଥିବା ଏକ ଆଂଟି ଡ୍ରେନ ବନ୍ଧୁକ ବିକଶିତ କରାଯାଇଥିବା ସେ ଉଲ୍ଲେଖ କରିଥିଲେ । ଏହାକୁ ହୋଲ ଅଫ ଗଭର୍ଣମେଂଟ ଆପ୍ରୋଚ ବିକଶିତ କରିଛି ଯାହା ଭିତରେ ସବୁ ସୀମା ସୁରକ୍ଷା ବାହିନୀ, ପ୍ରତିରକ୍ଷା ବିଭାଗ, ଡିଆରଡିଓ, ବିଭିନ୍ନ ସରକାରୀ ଗବେଷଣା ସଂସ୍ଥା ରହିଛନ୍ତି । ପଞ୍ଜାବ ସୀମାର ଅନ୍ତର୍ଜାତୀୟ ବର୍ଡରରେ ଅନୁପ୍ରବେଶ କରୁଥିବା ୫୫ ପ୍ରତିଶତ ଡ୍ରୋନକୁ ନଷ୍ଟ କରାଯାଇଥିବା ସେ ଉଲ୍ଲେଖ କରିଥିଲେ । ତେବେ ଡ୍ରୋନ ଜନିତ ସମସ୍ତ ସମସ୍ୟାରୁ ଦେଶକୁ ରକ୍ଷା କରିବାକୁ ଆସନ୍ତା କିଛି ବର୍ଷ ଭିତରେ ଏକ ସ୍ୱତନ୍ତ୍ର ଆଂଟି ଡ୍ରୋନ ୟୁନିଟ ପ୍ରତିଷ୍ଠା କରାଯିବ ।

ନିଜ ପରିବାରଠାରୁ ଦୂରରେ ରହି ବିପରୀତଧର୍ମୀ ବାତାବରଣରେ ଯବାନମାନେ ସ୍ୱର୍ଣିମ ଦିନ କାଟୁଛନ୍ତି । ସେମାନଙ୍କ ଦେଶପ୍ରେମ, ତ୍ୟାଗ, ଅବଦାନକୁ ଦେଶ ସମ୍ମାନ ଓ ପ୍ରଶଂସା କରୁଛି । ସମସ୍ତ ପରାକ୍ରମ ଦେଖାଇ ସବୁ ପ୍ରକାର ବାଧାବିଘ୍ନରେ ଆମ ଯବାନମାନେ ଉତ୍କର୍ଷ ଦେଖାପାରିଛନ୍ତି । ଦେଶର ନାଗରିକଙ୍କୁ ପ୍ରାକୃତିକ ବିପର‌୍ୟ୍ୟୟ, ଆତଙ୍କବାଦୀ ଆକ୍ରମଣ, ବାମପନ୍ଥୀ ଆତଙ୍କବାଦରୁ ରକ୍ଷା କରିବାରେ ଏହି ଯବାନମାନେ ଦେଶର ଆଗଧାଡିର ସୈନିକ । ଯବାନମାନଙ୍କ ପ୍ରତି ପଦକ୍ଷେପ, ସଂଘର୍ଷ ଓ ବିଜୟ ଆମ ଦେଶ ଅପରାଜେୟ ବୋଲି ସୂଚିତ କରିଥାଏ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ୨୦୪୭ର ସ୍ୱପ୍ନର ଭାରତ ଲାଗି ଏହି ଯବାନମାନଙ୍କ ଉଲ୍ଲେଖନୀୟ ଭୂମିକା ରହିଛି । ଏମାନଙ୍କ ସାହସ, ତ୍ୟାଗ, ପ୍ରତିବଦ୍ଧତା ଲାଗି ଏହା ସମ୍ଭବପର ହୋଇପାରିବ ।

ଦେଶର ସୁରକ୍ଷା ବଳର ବିକାଶ ଲାଗି ମୋଦି ସରକାର ବହୁ ପଦକ୍ଷେପ ନେଇଛି । ପ୍ରାୟ ୪୧ କୋଟି ୨୧, ୪୪୩ ଯବାନ ଓ ତାଙ୍କ ପରିବାର ଲାଗି ଆୟୁଷ୍ମାନ ସିଏପିଏଫ ଯୋଜନା ଓ ଆୟୁଷ୍ମାନ ସିଏପିଏଫ କାର୍ଡ ପ୍ରଚଳନ କରାଯାଇଛି । ଯବାନ ଓ ସେମାନଙ୍କ ପରିବାରର ସ୍ୱାସ୍ଥ୍ୟ ଲାଗି ସାରା ଦେଶର ବିଭିନ୍ନ ହସ୍ପିଟାଲ ସହ ଏହି କାର୍ଡକୁ ଲିଙ୍କ କରାଯାଇଛି । ୧୬ କୋଟି ଟଙ୍କାର କ୍ଷତିପୂରଣ ଦାବି କରୁଥିବା ୧୪.୮୩ ଲକ୍ଷ ମାମଲାକୁ ଏହାରି ଭିତରେ ସମାଧାନ ବି କରାଯାଇଥିବା ଶାହା ଉଲ୍ଲେଖ କରିଥିଲେ । ଏହାଛଡା ଯବାନମାନେ ୨୯,୮୯୦ଟି ହସ୍ପିଟାଲରେ କାର୍ଡ ଲେସ ସ୍ୱାସ୍ଥ୍ୟ ସେବା ପାଇବା ଲାଗି ବି ବ୍ୟବସ୍ଥା କରାଯାଇଛି ।

ଗତ ପାଂଚ ବର୍ଷରେ ଯବାନମାନଙ୍କ ଲାଗି ୧୩ ହଜାର ଘର ନିର୍ମାଣ କରିବାକୁ ଓ ୧୧ ହଜାର ଘର ତିଆରି କରିବା ଲାଗି ଅନୁମୋଦନ କରାଯାଇଥିବା କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଛନ୍ତି । ୧୧୧ଟି ବାରାକ ନିର୍ମାଣ କରାଯାଇଥିବା ବେଳେ ସିଏପିଏଫ ଇ-ହାଉସିଂ ବେବ ପୋର୍ଟାଲ ମାଧ୍ୟମରେ ସବୁ ଖାଲି ଘରଗୁଡିକୁ ବି ପୂରଣ କରାଯାଇଛି । ବୃକ୍ଷ ରୋପଣ ଦିଗରେ ସେଂଟ୍ରାଲ ଆର୍ମଡ ପୋଲିସ ଫୋର୍ସେସ ବା ସିଏପିଏଫ ଭଲ କାମ କରିଥିବା କଥା ବି କେନ୍ଦ୍ର ମନ୍ତ୍ରୀ କହିଥିଲେ । ଗ୍ରାମାଂଚଳରେ ଉଭୟ ରାଜ୍ୟ ଓ କେନ୍ଦ୍ରର ସବୁ ଜନ କଲ୍ୟାଣକାରୀ ଯୋଜନା ରୂପାୟନ କରିବା ଦିଗରେ ସବୁ ସୀମା ସୁରକ୍ଷା ବଳ ଭଲ କାମ କରିଥିବା କେନ୍ଦ୍ର ଗୃହମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ମୋଦୀ ବାଙ୍ଗଲାଦେଶ ବିଏସଏଫ ରେଜିଂ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ଇଞ୍ଜେକ୍ସନ ନେଇ ଖେଳୁଛନ୍ତି ଏହି ଭାରତୀୟ ବୋଲର, ଗିଲଙ୍କ ସହ କଥା ହେଲା ବେଳେ ଭିଡ଼ିଓ ଭାଇରାଲ୍

August 4, 2025

ଅଗଷ୍ଟ ୧୫ ରୁ ମାତ୍ର ୧୫ ଟଙ୍କା ଖର୍ଚ୍ଚ କରି ପାର ହୋଇପାରିବେ ଟୋଲ୍ ପ୍ଲାଜା, କେବଳ କରିବାକୁ ପଡ଼ିବ ଏହି କାମ

August 4, 2025

ଆପଣ କିପରି ଜାଣିଲେ ଚୀନ୍ ୨୦୦୦ କିମି ଜମି ଦଖଲ କରିଛି?: ରାହୁଲ ଗାନ୍ଧୀଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

August 4, 2025

ଲୋକସଭାରେ ହଟ୍ଟଗୋଳ: ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ

August 4, 2025
Latest News

ଇଞ୍ଜେକ୍ସନ ନେଇ ଖେଳୁଛନ୍ତି ଏହି ଭାରତୀୟ ବୋଲର, ଗିଲଙ୍କ ସହ କଥା ହେଲା ବେଳେ ଭିଡ଼ିଓ ଭାଇରାଲ୍

August 4, 2025

ଅଗଷ୍ଟ ୧୫ ରୁ ମାତ୍ର ୧୫ ଟଙ୍କା ଖର୍ଚ୍ଚ କରି ପାର ହୋଇପାରିବେ ଟୋଲ୍ ପ୍ଲାଜା, କେବଳ କରିବାକୁ ପଡ଼ିବ ଏହି କାମ

August 4, 2025

ଆପଣ କିପରି ଜାଣିଲେ ଚୀନ୍ ୨୦୦୦ କିମି ଜମି ଦଖଲ କରିଛି?: ରାହୁଲ ଗାନ୍ଧୀଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

August 4, 2025

ଲୋକସଭାରେ ହଟ୍ଟଗୋଳ: ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ

August 4, 2025

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ: ୮୧ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ଵାସ

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.