Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସର୍ବଭାରତୀୟ ଶରଣକୂଳ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ 
ଆଜିର ଖବର

ସର୍ବଭାରତୀୟ ଶରଣକୂଳ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ 

December 9, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଶରଣକୂଳ ନାରାୟଣ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଲଡ଼ୁକେଶ ଆଥଲେଟିକ ଆସୋସିଏସନ ପକ୍ଷରୁ ଆୟୋଜିତ ସର୍ବଭାରତୀୟ ଶରଣକୂଳ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ୍‌ ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ଖେଳରେ ଟାଇ ବ୍ରେକର ଜରିଆରେ କଟକର ସ୍ପୋର୍ଟସ ହଷ୍ଟେଲ ୪-୨ଗୋଲ୍‌ରେ ସୁନାବେଡ଼ାର ସାଇ ଏଚଏଏଲ୍ ଦଳକୁ ହରାଇ ଚମ୍ପିଆନ ହୋଇଛି। ମ୍ୟାଚ୍‌ର ପ୍ରଥମାର୍ଦ୍ଧ ଓ ଦ୍ବିତୀୟାର୍ଦ୍ଧରେ କୌଣସି ଦଳ କାହା ବିପକ୍ଷରେ ଗୋଲ୍ କରିପାରି ନଥିଲେ। ପରେ ଟାଇ ବ୍ରେକରରେ କଟକ ବିଜୟୀ ହୋଇଥିଲା।

ପୁରସ୍କାର ବିତରଣ ଉତ୍ସବରେ ଅନୁଷ୍ଠାନର ସଭାପତି ସତ୍ୟନାରାୟଣ ପ୍ରଧାନଙ୍କ ସହିତ ମୁଖ୍ୟ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ମୁଖ୍ୟବକ୍ତା ଭାବେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ପ୍ରସାଦ ରାଓ ଦୋରା, ସମ୍ମାନିତ ଅତିଥି ଭାବେ ସାମାଜିକ କର୍ମୀ ତ୍ରିନାଥ ବିଶ୍ଵାଳ,ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ନିର୍ଦେଶକ ତଥା ଶିଖରପୁର ସରପଞ୍ଚ ସନ୍ୟାସୀ ପ୍ରଧାନ, ଶରଣକୁଳ ଜିଲା ପରିଷଦ ସଭ୍ୟା ଚିନ୍ମୟୀ ଦାଶ, ଗୋଡ଼ିପଡା ଜିଲା ପରିଷଦ ସଭ୍ୟା ସଂଯୁକ୍ତା ପଢ଼ିଆରୀ, ସରପଞ୍ଚ ମିନାକ୍ଷୀ ପ୍ରସାଦ ସାହୁ ପ୍ରମୁଖ ଯୋଗ ଦେଇଥିଲେ। କଟକ ସ୍ପୋର୍ଟ୍ସ ହଷ୍ଟେଲ ଦଳକୁ ଚମ୍ପିଆନ ଟ୍ରଫି ସହ ୩୦ ହଜାର ଟଙ୍କା ଓ ସାଇ ଏଚଏଏଲ୍ ଦଳକୁ ଉପବିଜେତା ଟ୍ରଫି ସହ ୨୦ହଜାର ଟଙ୍କା ଦିଆଯାଇଥିଲା।

ଶ୍ରେଷ୍ଠ ଖେଳାଳିଭାବେ କଟକ ସ୍ପୋର୍ଟସ ହଷ୍ଟେଲ ଦଳ ଦଳର ପ୍ରଶାନ୍ତ ଶ୍ରୀହରିଙ୍କୁ ଟ୍ରଫି ସହ 2 ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ମୁଖ୍ୟ ରେଫରି ଭାବେ ରାଜୁ ମହାନ୍ତି ଖେଳ ପରିଚାଳନା କରିଥିଲା ଲାଇନରେ ଜ୍ୟୋତିରଞ୍ଜନ ସ୍ବାଇଁ ଓ ଦେବରାଜ ସ୍ବାଇଁ ସହାୟତ କରିଥିଲେ ପ୍ରସନ୍ନ କୁମାର ନାୟକ ୪ର୍ଥ ରେଫେରୀ ଭାବେ ଖେଳକୁ ପରିଚାଳନା କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଲୋକପ୍ରିୟ ଗାୟିକା ଆଶା ଭୋସ୍‌ଲେ ଅସୁସ୍ଥ

April 11, 2026

ବାହାର ରତ୍ନଭଣ୍ଡାର ଗଣତି ମଣତି ଶେଷ

April 11, 2026

ସବୁ କଲେଜରେ ଗଠନ ହେବ ଆଇସିସି କମିଟି

April 11, 2026

ପରଦାରେ ଚାଲିଲା ‘ଆଫା’ର ଯାଦୁ: ଏବେ ତେଲୁଗୁରେ ହେବ ରିମେକ୍

April 11, 2026
Latest News

ଲୋକପ୍ରିୟ ଗାୟିକା ଆଶା ଭୋସ୍‌ଲେ ଅସୁସ୍ଥ

April 11, 2026

ବାହାର ରତ୍ନଭଣ୍ଡାର ଗଣତି ମଣତି ଶେଷ

April 11, 2026

ସବୁ କଲେଜରେ ଗଠନ ହେବ ଆଇସିସି କମିଟି

April 11, 2026

ବଦଳୁଛି ପଶ୍ଚିମ ଏସିଆ ପରିସ୍ଥିତି: ଭାରତକୁ ଆସୁଛି ଆହୁରି ୨୦ ହଜାର ମେଟ୍ରିକ ଟନ୍‍ ଏଲ୍‍ପିଜି

April 11, 2026

ପରଦାରେ ଚାଲିଲା ‘ଆଫା’ର ଯାଦୁ: ଏବେ ତେଲୁଗୁରେ ହେବ ରିମେକ୍

April 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.