Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମଧ୍ୟାହ୍ନ ଭୋଜନ ତରକାରୀରେ ହଳଦୀ ବଦଳରେ ସର୍ଫ ପାଉଡର!: ୬୮ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଗୁରୁତର
ଆଜିର ଖବର

ମଧ୍ୟାହ୍ନ ଭୋଜନ ତରକାରୀରେ ହଳଦୀ ବଦଳରେ ସର୍ଫ ପାଉଡର!: ୬୮ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଗୁରୁତର

December 9, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ମାଳିଶିରା ପଞ୍ଚାୟତ ଡେଙ୍ଗପଦର ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଗତକାଲି ମଧ୍ୟାହ୍ନ ଭୋଜନ ଖାଇ ଗୁରୁତର ଅସୁସ୍ଥ ହୋଇପଡିଥିବା ଜଣାପଡିଛି। ମଧ୍ୟାହ୍ନ ଭୋଜନର ଅଣ୍ଡା ତରକାରୀରେ ପାଚିକା ହଳଦୀ ପକାଇବା ବଦଳରେ ସର୍ଫ ପାଉଡର ପକାଇ ଦେଇଥିବା ଅଭିଯୋଗ ହୋଇଛି।

ଶନିବାର ସ୍କୁଲର ପ୍ରଥମରୁ ଅଷ୍ଟମ ଶ୍ରେଣୀର ମୋଟ ୧୭୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୩୫ ଜଣ ଛାତ୍ରଛାତ୍ରୀ ସ୍କୁଲ ଆସିଥିବା ବେଳେ ରନ୍ଧା ଯାଇଥିବା ମଧ୍ୟାହ୍ନ ଭୋଜନ ଖାଇଥିଲେ। ମଧ୍ୟାହ୍ନ ଭୋଜନ ଖାଇ ସାରିବା ପରେ ବହୁ ଛାତ୍ରଛାତ୍ରୀ ଅସୁସ୍ଥ ଅନୁଭବ କରି ମୁଣ୍ଡ ବୁଲାଇବା ସହ ଲଗାତାର ବାନ୍ତି କରିଥିଲେ। ଏହା ଜାଣିପାରି ଅଭିଭାବକ ଓ ଗ୍ରାମବାସୀମାନେ ସ୍କୁଲରେ ପହଞ୍ଚି ଶିକ୍ଷକ ଓ ପାଚିକାମାନେ ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳ ଖେଳୁଥିବା ଅଭିଯୋଗ କରି ତୀବ୍ର ପ୍ରତିବାଦ କରିଥିଲେ। ଫଳରେ ସ୍କୁଲରେ ଉତ୍ତେଜନା ପ୍ରକାଶ ପାଇଥିଲା।

ପ୍ରଥମେ ନିଜେ ଅଭିଭାବକମାନେ ଆମ୍ବୁଲାନ୍ସ ଓ ଘରୋଇ ଗାଡ଼ିରେ ୧୮ରୁ ଉର୍ଦ୍ଧ୍ବ ଗୁରୁତର ଛାତ୍ରଛାତ୍ରୀଙ୍କୁ ଟିଟିଲାଗଡ ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ପ୍ରଶାସନ ପକ୍ଷରୁ ୫୦ରୁ ଉର୍ଦ୍ଧ୍ବ ଗୁରୁତରଙ୍କୁ ମେଡ଼ିକାଲ ପଠାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି।

ସୂଚନା ଯୋଗ୍ୟ, ମୁରିବାହାଲ ସିଏଚସିରୁ ମଧ୍ୟ ଏକ ମେଡ଼ିକାଲ ଟିମ୍ ସ୍କୁଲକୁ ପହଞ୍ଚି ୧୪ ଜଣ ଅସୁସ୍ଥ ଅନୁଭବ କରୁଥିବା ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା କରିଥିଲେ। ଏ ସମ୍ପର୍କରେ ଡେଙ୍ଗପଦର ୟୁପି ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଗୀତା ମହାଦୀପଙ୍କୁ ପଚାରିବାରୁ ଛାତ୍ରଛାତ୍ରୀ ଅସୁସ୍ଥ ଅନୁଭବ କରିବା ପରେ ପାଚିକାଙ୍କୁ ପଚାରିବାରୁ ସେ ଅଣ୍ଡା ତରକାରୀରେ ହଳଦୀ ବଦଳରେ ସର୍ଫ ପାଉଡର ପକାଇ ଦେଇଥିବା ସ୍ବୀକାର କରିଛନ୍ତି ବୋଲି ପ୍ରକାଶ କରିଥିଲେ।

ଖବର ପାଇ ଟିଟିଲାଗଡ ଉପଜିଲ୍ଲାପାଳ ରେହାନ ଖେତ୍ରି ଓ ମୁରିବାହାଲ ତହସିଲଦାର ଜଗଦୀଶ କର୍ତ୍ତାମି ମେଡିକାଲ ପହଞ୍ଚି ଛାତ୍ରଛାତ୍ରୀଙ୍କ ଚିକିତ୍ସା ବ୍ୟବସ୍ଥା ତଦାରଖ କରିଥିଲେ। ମେଡିକାଲରେ ଏଡିଏମଓ ଡ ପ୍ରଦୀପ୍ତ କୁମାର ନାୟକ ଓ ଶିଶୁରୋଗ ବିଶେଷଜ୍ଞ ଡ ଗୋପବନ୍ଧୁ ସାହୁ ଛାତ୍ରଛାତ୍ରୀଙ୍କ ଚିକିତ୍ସା କରିଥିବା ବେଳେ ଟିଟିଲାଗଡ ଥାନା ଆଇଆଇସି ବିଶ୍ୱଜିତ ମନବୋଧ ମଧ୍ୟ ଉପସ୍ଥିତ ଥିଲେ। ଖବର ପାଇ ମୁରିବାହାଲ ବିଇଓ ଶାନ୍ତନୁ କୁମାର ପଢ଼ିହାରୀ,ଥାନା ଆଇଆଇସି ସିପୋରା ସରାୟ ଲୁଗୁନ,ଏଇବିିଓ, ସିଆରସିସି ଲକ୍ଷପତି ହରପାଲ ପ୍ରମୁଖ ସ୍କୁଲରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ଚିକିତ୍ସା ବ୍ୟବସ୍ଥା ତଦାରଖ କରିବା ସହ ଉତ୍ତ୍ୟକ୍ତ ଅଭିଭାବକ ଓ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ।

ପାଚିକା ଓ ଶିକ୍ଷକଶିକ୍ଷୟିତ୍ରୀଙ୍କ ଦାୟିତ୍ୱହୀନତା ଯୋଗୁଁ ଏଭଳି ଗୁରୁତର ପରିସ୍ଥିତି ଉପୁଜିଥିବା ଜଣାପଡିଛି l ବର୍ତ୍ତମାନ ସମସ୍ତ ଛାତ୍ରଛାତ୍ରୀ ସୁସ୍ଥ ଅଛନ୍ତି ବୋଲି ସୂଚନା ମିଳିଛି l

ଛାତ୍ରଛାତ୍ରୀ ଗୁରୁତର ମଧ୍ୟାହ୍ନ ଭୋଜନ
Share. Facebook Twitter LinkedIn Email WhatsApp Copy Link

Related Posts

ବିଧାନସଭାରେ ପାରିତ ହେଲା ଅତିରିକ୍ତ ବ୍ୟୟ ମଞ୍ଜପରୀ ବିଲ୍, ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ

December 8, 2025

ଭୁବନେଶ୍ୱର-ଏଲଟିଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ: ଆସନ୍ତାକାଲି ଫେରିବ ସମ୍ବଲପୁର

December 8, 2025

ନଭେମ୍ବରରେ ଖୁଚୁରା ଯାନ ବିକ୍ରୟରେ 2% ବୃଦ୍ଧି

December 8, 2025

ରାଜ୍ୟ ସ୍ତରୀୟ କ୍ୟାରମ ପ୍ରତିଯୋଗିତା

December 8, 2025
Latest News

ବିଧାନସଭାରେ ପାରିତ ହେଲା ଅତିରିକ୍ତ ବ୍ୟୟ ମଞ୍ଜପରୀ ବିଲ୍, ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ

December 8, 2025

“ବନ୍ଦେ ମାତରମ୍”ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଲୋକସଭାର ସ୍ୱତନ୍ତ୍ର ଆଲୋଚନାରେ ପ୍ରଧାନମନ୍ତ୍ରୀ

December 8, 2025

ଭୁବନେଶ୍ୱର-ଏଲଟିଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ: ଆସନ୍ତାକାଲି ଫେରିବ ସମ୍ବଲପୁର

December 8, 2025

ଭାରତରେ କ୍ୟାମ୍ପସ ଖୋଲିବ ଅଷ୍ଟ୍ରେଲିଆର ‘ନ୍ୟୁ ସାଉଥ୍ ୱେଲ୍ସ ବିଶ୍ୱବିଦ୍ୟାଳୟ’: ଧର୍ମେନ୍ଦ୍ର ପ୍ରଧାନ

December 8, 2025

ନଭେମ୍ବରରେ ଖୁଚୁରା ଯାନ ବିକ୍ରୟରେ 2% ବୃଦ୍ଧି

December 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.