
ରାୟଗଡା: ରାୟଗଡା ଜିଲ୍ଲାର କଳା, ସାହିତ୍ୟ, ସଂସ୍କୃତି ଏବଂ ପରମ୍ପରାର ଗଣପର୍ବ ଚଇତି- ୨୦୨୪ର ଶୁଭାରମ୍ଭ ହୋଇଛି। ଆଦିବାସୀ ସଂସ୍କୃତିର ପ୍ରତୀକ ଭାବେ ପରିଚିତ ପଦ୍ମପୁର ବ୍ଲକ ଅନ୍ତର୍ଗତ ମରିଚଗୁଡା ଗ୍ରାମ ସ୍ଥିତ ପବିତ୍ର ଅକ୍ଷର ବ୍ରହ୍ମ ମନ୍ଦିରରୁ ଶୁଭାରମ୍ଭ କରାଯାଇଛି।
ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତଙ୍କ ଅଧକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକା ଯୋଗ ଦେଇଥିବା ବେଳେ ରାୟଗଡା ବିଧାୟକ, ବିଷମକଟକ ବିଧାୟକ, ଗୁଣୁପୁର ବିଧାୟକ, ଜିଲ୍ଲା ଉନ୍ନୟନ ଅଧିକାରୀ ସମେତ ଜିଲ୍ଲାର ସମସ୍ତ ସମିତି ଅଧକ୍ଷ ଯୋଗ ଦେଇଛନ୍ତି।
ଅକ୍ଷର ବ୍ରହ୍ମ ମନ୍ଦିରରୁ ଏକ କଳସ ଶୋଭାଯାତ୍ରା ବାହାରିଥିବା ବେଳେ ସେଥିରେ ହଜାର ହଜାର ଆଦିବାସୀ ପାରମ୍ପରିକ ବାଦ୍ୟ ସହ ସାମିଲ ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମ ସହ ଜିଲ୍ଲାରେ ବ୍ଲକ ସ୍ଥରୀୟ ଚଇତିର ଶୁଭାରମ୍ଭ ହୋଇଛି ଓ ଆସନ୍ତା 26 ତାରିଖରେ ଜିସିଡ଼ି ପଡିଆରେ ଜିଲ୍ଲା ସ୍ଥରୀୟ ଚଇତି ଅନୁଷ୍ଠିତ ହେବ।