Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନ୍ୟାଯ୍ୟ ଦାବୀ ହାସଲ ପାଇଁ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ଦେଲେ ରଣହୁଙ୍କାର, ପ୍ରକମ୍ପିତ ହେଲା ଗାନ୍ଧିମାର୍ଗ
ଆଜିର ଖବର

ନ୍ୟାଯ୍ୟ ଦାବୀ ହାସଲ ପାଇଁ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ଦେଲେ ରଣହୁଙ୍କାର, ପ୍ରକମ୍ପିତ ହେଲା ଗାନ୍ଧିମାର୍ଗ

December 11, 2024No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ଆହ୍ୱାନରେ ଆଜି ରାଜଧାନୀର ରାଜରାସ୍ତାରେ ମହାସମାବେଶ ଦେଖିବାକୁ ମିଳିଥିଲା। ଶୀତକାକରକୁ ଖାତିର ନକରି ସମଗ୍ର ରାଜ୍ୟରୁ ପାଖାପାଖି ପଚାଶ ହଜାରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ସେମାନଙ୍କର ବହୁ ଅସମାହିତ ସମସ୍ୟାର ସମାଧାନ ନିମନ୍ତେ  ଗାନ୍ଧିମାର୍ଗରେ ଆୟୋଜିତ ମହାସମାବେଶରେ ଯୋଗଦେଇଥିଲେ। ଯୋଗ୍ୟବିବେଚିତ ସ୍କୁଲ କଲେଜକୁ ପଚିଶ ବର୍ଷ ହେଲା ଅନୁଦାନ ନାହିଁ – ଅନୁଦାନ ପ୍ରଦାନ କର, ଅବସର ପରେ ବଞ୍ଚିବା ପାଇଁ ପେନସନ୍ ବ୍ୟବସ୍ଥା କର, ୩୦ ବର୍ଷ ହେଲା କୌଣସି ବିଦ୍ୟାଳୟ ସରକାରୀକରଣ ହୋଇନାହିଁ – ସବୁ ବିଦ୍ୟାଳୟକୁ ସରକାରୀକରଣ ଘୋଷଣା କର, ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ନିଯୁକ୍ତି ଦିନଠାରୁ ବରିଷ୍ଠତା ପ୍ରଦାନ କର, ଗ୍ରେଡ଼ ପେ ରେ ଥିବା ଅସଙ୍ଗତି ଦୂର କର, ଅବସର ବୟସସୀମା ୬୨ ବର୍ଷକୁ ବୃଦ୍ଧି କର, ନୂତନ ପେନସନ୍ ପ୍ରତ୍ୟାହାର କରି ପୁରୁଣା ପେନସନ୍ ଯୋଜନା ଲାଗୁ କର, ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ କର, ବାଛବିଚାର ନରଖି ଛାତ୍ରଛାତ୍ରୀମାନଙ୍କୁ ସମାନ ସୁବିଧା ସୁଯୋଗ ପ୍ରଦାନ କର ଇତ୍ୟାଦି ସ୍ଲୋଗାନ୍ ସହିତ ପ୍ଲାକ୍ କାର୍ଡ଼ ଓ ସଂଘୀୟ ପତାକା ଧରି ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନେ ଭୁବନେଶ୍ୱର ରେଳଷ୍ଟେସନ୍ ନିକଟସ୍ଥ କଂଗ୍ରେସ ଭବନ ସମ୍ମୁଖରୁ ବିରାଟ ପଟୁଆରରେ ବିଧାନ ସଭା ଅଭିମୁଖେ ଅଗ୍ରସର ହୋଇଥିଲେ।

ଦୀର୍ଘ୨୫ରୁ ୩୦ ବର୍ଷ ବିନା ପାରିଶ୍ରମିକରେ ଚାକିରି କରି ଶିକ୍ଷକ ଓ ଶିକ୍ଷାକର୍ମଚାରୀଟିଏ ସରକାରୀ ଅନୁଦାନରୁ ବଞ୍ଚିତ ହେବା ଏବଂ ଅବସର ନେବା ପରଦିନଠାରୁ ପରିଣତ ବୟସରେ ବିନା ପେନସନ୍‌ରେ ବଞ୍ଚିବାର ରାହା ଖୋଜିବା ପାଇଁ ମୂଲ ଲାଗିବା ଆଦି ପନ୍ଥାକୁ ଆପଣେଇ ଜୀବନ ବଞ୍ଚିବାର ପ୍ରୟାସ କରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଆବାହାକ ରଞ୍ଜନ କୁମାର ଦାଶ କହିଛନ୍ତି। ତେଣୁ ସରକାର ତୁରନ୍ତ ଅନୁଦାନ ଯୋଗ୍ୟ ସ୍କୁଲ କଲେଜକୁ ଅନୁଦାନ ଓ ସେବା ନିବୃତ୍ତ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କୁ ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶାନୁସାରେ ଚାକିରି ସର୍ତ୍ତାବଳୀ ସହିତ ପେନ୍‌ସନ୍ ପ୍ରଦାନ କରନ୍ତୁ।

ସମନ୍ୱୟ ସମିତିର ଅନ୍ୟାନ୍ୟ ଦାବୀ ମଧ୍ୟରେ ଅନୁଦାନ ଯୋଗ୍ୟ ସ୍କୁଲ କଲେଜକୁ ଅନୁଦାନ ପ୍ରଦାନ କରିବା, ରାଜ୍ୟର ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ କଲେଜକୁ ଚାକିରି ସର୍ତ୍ତାବଳୀ ସହିତ ସରକାରୀ ଅନୁଷ୍ଠାନରେ ପରିଣତ କରି ପେନ୍‌ସନ୍ ପ୍ରଦାନ କରିବା ଏବଂ ପୂର୍ଣ୍ଣ ଅନୁଦାନରୁ ବଞ୍ଚିତ ହୋଇଥିବା ବିଦ୍ୟାଳୟକୁ ପୂର୍ଣ୍ଣ ଅନୁଦାନ ପ୍ରଦାନ କରିବା, ନୂତନ ପେନସନ୍ ବ୍ୟବସ୍ଥାକୁ ବାତିଲ କରି ପୂର୍ବ ପ୍ରଚଳିତ ପୁରୁଣା ପେନସନ୍ ଲାଗୁ କରିବା, ଅବସର ବୟସସୀମା ୬୨ ବର୍ଷକୁ ବୃଦ୍ଧି କରିବା, ଗ୍ରେଡ଼ପେରେ ଥିବା ଅସଙ୍ଗତି ଦୂରକରିବା, ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ନୋସନାଲ୍ ଇନ୍‌କ୍ରିମେଣ୍ଟ ସହିତ ବରିଷ୍ଠତା ପ୍ରଦାନ କରିବା ଏବଂ ରାଜ୍ୟର ବେସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବା ଆଦି ଦାବୀକୁ ନେଇ ହଜାର ହଜାର ଶିକ୍ଷକ ଓ ଶିକ୍ଷାକର୍ମଚାରୀ ଦିବା ଘ.୧୧.୩୦ମି. ସମୟରେ ମାଷ୍ଟରକ୍ୟାଣ୍ଟିନ୍ ଠାରୁ ବିଶାଳ ପଟୁଆରରେ ବାହାରି ଲୋୟର ପି.ଏମ.ଜି. ସି୍ଥତ ଗାନ୍ଧିମାର୍ଗରେ ଏକ ସାଧାରଣ ସଭା କରିଥିଲେ। ଏହି ସାଧାରଣ ସଭାରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା), ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ(ଓଲ୍‌ଷ୍ଟା), ସଂସ୍କୃତ ଟୋଲ୍ ଶିକ୍ଷକ ସଂଘ, ମଦ୍ରାସା ଶିକ୍ଷକ ସଂଘ, ଅବସରପ୍ରାପ୍ତ ଶିକ୍ଷକକର୍ମଚାରୀ ସଂଘ, ୬୬୨ ବର୍ଗ କଲେଜ କର୍ମଚାରୀ ସଂଘ, ଅଣଅନୁଦାନ ପ୍ରାପ୍ତ ଶିକ୍ଷକ ସଂଘ, ନୂତନ ଅନୁଦାନ ପ୍ରାପ୍ତ ଶିକ୍ଷକ ସଂଘ ପ୍ରଭୃତି ସଂଗଠନର ମିଳିତ ନେତୃତ୍ୱମାନେ ଉପରୋକ୍ତ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଟାଳଟୁଳ ନୀତି ଅବଲମ୍ବନ ନକରିବାକୁ ରାଜ୍ୟ ସରକାରଙ୍କ ପାଖରେ ଦୃଢ଼ ଦାବୀ ଉପସ୍ଥାପନ କରିଥିଲେ।

କେନ୍ଦ୍ର ସରକାର ୨୦୦୫ ମସିହାରୁ ପ୍ରଚଳିତ ପୁରୁଣା ପେନ୍‌ସନ୍ ବ୍ୟବସ୍ଥାକୁ ବାତିଲ କରି ନୂତନ ପେନସନ୍ ନିୟମ ଲାଗୁ କରିବା ପରେ ଏଥିରେ ଅନ୍ତର୍ଭୁକ୍ତ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନେ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି। ଅବସର ପରେ ଅତ୍ୟନ୍ତ ଦୟନୀୟ ଜୀବନ ଯାପନ କରିବାକୁ ପଡ଼ୁଛି। ରାଜ୍ୟରେ ଗଢ଼ି ଉଠିଥିବା ପୂର୍ଣ୍ଣ ଓ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କୁ ସରକାର ଦରମା ଓ ଅନ୍ୟାନ୍ୟ ଭତ୍ତା ଦେଉଥିଲେ ମଧ୍ୟ ଏହାକୁ ସରକାରୀ ବିଦ୍ୟାଳୟରେ ପରିଣତ ନକରିବା ଫଳରେ ଖାଲି ପଡ଼ୁଥିବା ସ୍ଥାନରେ ନୂତନ ନିଯୁକ୍ତି ହୋଇପାରୁ ନାହିଁ।

ଉକ୍ତ ଅନୁଷ୍ଠାନ ଗୁଡ଼ିକ ଶିକ୍ଷକ ଅଭାବରୁ ବନ୍ଦ ହୋଇ ଚାଲିଛି। ସରକାରଙ୍କ ତରଫରୁ  ଏକାମ୍ର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ  ଶ୍ରୀଯୁକ୍ତ ବାବୁ ସିଂ ଓ ପିପିଲି ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଆଶ୍ରିତ୍ ପଟ୍ଟନାୟକ ଆଜିର ସଭାସ୍ଥଳରେ ପହଞ୍ଚି ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦ୍ଧେଶ୍ୟରେ ପ୍ରଦତ୍ତ ସ୍ମାରକ ପତ୍ରକୁ ଗ୍ରହଣ କରିବା ସହିତ ଶିକ୍ଷକ ମାନଙ୍କର ସମସ୍ୟା ସମ୍ପର୍କରେ ସରକାରଙ୍କର ଦୃଷ୍ଟିଭଙ୍ଗୀ ବିଷଦ୍ ଭାବରେ ରଖିଥିଲେ। ରାଜ୍ୟ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସହିତ ଶିକ୍ଷକମାନଙ୍କର ସମସ୍ୟା ବିଷୟରେ ଆଲୋଚନା କରିଥିବା କଥା ଏବଂ ଆଗାମୀ ଦିନରେ ଆଲୋଚନା କରିବା ପାଇଁ କଥା ଦେଇଥିଲେ। ସରକାର ତୁରନ୍ତ ଅନୁଦାନ ଯୋଗ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ଅନୁଦାନ ପ୍ରଦାନ କରିବା ଏବଂ ଅବସର ନେଇଥିôବା ବା ଅବସର ଅପେକ୍ଷାରେ ଥିବା ଶିକ୍ଷକ, ଶିକ୍ଷାକର୍ମଚାରୀମାନଙ୍କ ପାଇଁ ଚାକିରି ସର୍ତ୍ତାବଳୀ ସହିତ ପେନ୍‌ସନ୍ ଯୋଗାଇ ଦେବା ସମ୍ପର୍କରେ ସରକାରଙ୍କ ବିଚାରଧିନ ଥିବା କଥା ପ୍ରକାଶ କରିଥିଲେ। ଦୁଇ ବିଧାୟକଙ୍କର ଅନୁରୋଧ କ୍ରମେ ଆଜିର ସମାବେଶକୁ ସ୍ଥଗିତ ରଖାଯାଇଥିଲା।

ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶଙ୍କ ସମେତ ସମନ୍ୱୟ ସମିତିର ସଭାପତି ସୁକାନ୍ତ କୁମାର ବେହେରା, ଅକ୍ଷୟ କୁମାର ମିଶ୍ର, ବିକ୍ରମ କୁମାର ଦାସ, ପ୍ରମୋଦ କୁମାର ହୋତା, ହରେକୃଷ୍ଣ ପାଣିଗ୍ରାହୀ, ଗରୁଡ଼ ଚନ୍ଦ୍ର ସାହୁ, ରଞ୍ଜନ କୁମାର ପଣ୍ଡା, ଏମ୍‌.ଏ.କାସିମ୍ ବେଗ୍‌, ପ୍ରଶାନ୍ତ କୁମାର ପତି, କଳିଙ୍ଗ କେଶରୀ ପ୍ରଧାନ, ସୁରେଶ ଚନ୍ଦ୍ର ଦାସ, ରାଜା ଓସିମ୍‌, ନୀଳମଣି ପୁରୋହିତ, ବ୍ରଜ କିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି, ରାଜଲକ୍ଷ୍ମୀ ବେହେରା, ଜୟନ୍ତୀ ବଳ, ମାଣିକେଶ୍ୱର ସ୍ୱାଇଁ, ରମାକାନ୍ତ ମହାପାତ୍ର, ପ୍ରଦୀପ କୁମାର ମଙ୍ଗରାଜ, ନବକୁମାର ପଣ୍ଡା ଏବଂ ମଧୁସୂଦନ ଦେ ପ୍ରମୁଖ ସଭାରେ ଉଦ୍‌ବୋଧନ ରଖିଥିଲେ।

(ରଞ୍ଜନ କୁମାର ଦାଶ)
ମୋ: ୯୦୯୦୦୮୫୧୪୯ / ୯୨୩୭୦୨୪୧୦୦
ଆବାହକ, ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି

ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମହା ସମାବେଶ ସମନ୍ୱୟ ସମିତି
Share. Facebook Twitter LinkedIn Email WhatsApp Copy Link

Related Posts

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା, ଖୁବ୍ ଶୀଘ୍ର ଘୋଷଣା ହେବ ତାରିଖ

July 23, 2025

ଆଜି ମାଞ୍ଚେଷ୍ଟରରେ ବର୍ଷା ସମ୍ଭାବନା, ଗୁରୁତ୍ୱପୂର୍ଣ୍ଣ ହେବ ଟସ୍, ପଢ଼ନ୍ତୁ ପିଚ୍ ରିପୋର୍ଟ

July 23, 2025

ବିଫଳ ହେଲା ପାକିସ୍ତାନର ଶାହିନ-୩ କ୍ଷେପଣାସ୍ତ୍ର!: ପରୀକ୍ଷଣ ସମୟରେ ନିଜ ଦେଶରେ ହେଲା ବିସ୍ଫୋରଣ

July 23, 2025

ଆଜିଠାରୁ ଚତୁର୍ଥ ଟେଷ୍ଟ: ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆକୁ ଇଂଲଣ୍ଡ ଅଧିନାୟକଙ୍କ ଚେତାବନୀ, ଦେଲେ ଏହି ବଡ଼ ବୟାନ

July 23, 2025
Latest News

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା, ଖୁବ୍ ଶୀଘ୍ର ଘୋଷଣା ହେବ ତାରିଖ

July 23, 2025

ଆଜି ମାଞ୍ଚେଷ୍ଟରରେ ବର୍ଷା ସମ୍ଭାବନା, ଗୁରୁତ୍ୱପୂର୍ଣ୍ଣ ହେବ ଟସ୍, ପଢ଼ନ୍ତୁ ପିଚ୍ ରିପୋର୍ଟ

July 23, 2025

ବିଫଳ ହେଲା ପାକିସ୍ତାନର ଶାହିନ-୩ କ୍ଷେପଣାସ୍ତ୍ର!: ପରୀକ୍ଷଣ ସମୟରେ ନିଜ ଦେଶରେ ହେଲା ବିସ୍ଫୋରଣ

July 23, 2025

ଆଜିଠାରୁ ଚତୁର୍ଥ ଟେଷ୍ଟ: ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆକୁ ଇଂଲଣ୍ଡ ଅଧିନାୟକଙ୍କ ଚେତାବନୀ, ଦେଲେ ଏହି ବଡ଼ ବୟାନ

July 23, 2025

ସୃଷ୍ଟି ହେଲା ୨୦୮୦ ନୂତନ ପଦବୀ, ଓଆଇଏସଏଫ ପାଇଁ ଆଉ ଦୁଇ ବାଟାଲିଅନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.