Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତରେ ହିମୋଫିଲିଆ ଏ ର ପ୍ରଥମ ମାନବ ଗୁଣସୂତ୍ର ଚିକିତ୍ସା
ଆଜିର ଖବର

ଭାରତରେ ହିମୋଫିଲିଆ ଏ ର ପ୍ରଥମ ମାନବ ଗୁଣସୂତ୍ର ଚିକିତ୍ସା

December 13, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତରେ ପ୍ରଥମ ଥର ପାଇଁ ଭୂତାଣୁ ବାହକ ଜରିଆରେ ମାନବ ଗୁଣସୂତ୍ର ଦ୍ୱାରା ଗୁରୁତର ହିମୋଫିଲିଆ ଏ ର ଚିକିତ୍ସା କରାଯାଇଛି। ଗୋଟିଏ ଗବେଷଣା କେନ୍ଦ୍ରରେ ୫ ଜଣଙ୍କ ଶରୀରରେ ବର୍ଷେ ଧରି ହୋଇଥିବା ପରୀକ୍ଷାରେ ଦେଖା ଯାଇଛି ଯେ, କାହାରି ଶରୀରରୁ ରକ୍ତ ବାହାରି ନାହିଁ । ସେମାନଙ୍କ ଶରୀରରେ ଦୀର୍ଘ ସମୟ ଧରି ଫ୍ୟାକ୍ଟର ଅଷ୍ଟମ ଆପେ ଆପେ ପ୍ରସ୍ତୁତ ହୋଇଥିଲା। ଏହା ଦ୍ୱାରା ବାହାରୁ ବାରମ୍ୱାର ଅଷ୍ଟମ ଫ୍ୟାକଟର ପ୍ରଦାନ କରିବାକୁ ପଡ଼ିନଥିଲା। ବାୟୋଟେକ୍ନୋଲଜି ବିଭାଗର ସହାୟତାରେ ଓ ବ୍ରିକ୍ ଇନ୍ ଷ୍ଟେମ୍ ଅନୁବନ୍ଧିତ ଏକ ସଂସ୍ଥା ଭେଲୋର ସିଏମସି ର ଷ୍ଟେମ୍ ସେଲ୍ ଗବେଷଣା କେନ୍ଦ୍ର (CSCR ) ଦ୍ୱାରା ବିକଶିତ ହୋଇଥିବା ଏହି ବୈଜ୍ଞାନିକ ସଫଳତା ଚିକିତ୍ସା କ୍ଷେତ୍ରରେ ଏକ ନୂଆ ଯୁଗ ଆରମ୍ଭ କରିଛି। ପୂର୍ବରୁ ଦୁରାରୋଗ୍ୟ ଚିକିତ୍ସାରେ ଏମିତି ସଫଳତା ବହୁତ କମ୍ ମିଳୁଥିଲା।

ହିମୋଫିଲିଆ ହେଉଛି ଏମିତି ଏକ ରୋଗ, ଯାହାକୁ ଏହି ରୋଗ ହୋଇଥାଏ, ସହଜରେ ତାର ରକ୍ତ ଜମାଟ ବାନ୍ଧେ ନାହିଁ। ରକ୍ତ ଜମାଟ ବାନ୍ଧୁ ଥିବା ଫ୍ୟାକ୍ଟର ଅଷ୍ଟମ ଓ ଫ୍ୟାକ୍ଟର ନବମ ଅଭାବରୁ ଏପରି ହୋଇଥାଏ। ଏହା ଦ୍ୱାରା କୌଣସି କାରଣରୁ ଯଦି ହିମୋଫିଲିଆ ଆକ୍ରାନ୍ତ ବ୍ୟକ୍ତିର ଶରୀରରୁ ରକ୍ତସ୍ରାବ ହୁଏ, ତେବେ ଏହା ଶୀଘ୍ର ବନ୍ଦ ହୁଏ ନାହିଁ । କାରଣ ସେହି ବ୍ୟକ୍ତିର ରକ୍ତ ଜମାଟ ବାନ୍ଧି ପାରେ ନାହିଁ। ଏପରି ରୋଗୀ ଓ ତାଙ୍କ ପରିବାର ଲୋକେ ସୁସ୍ଥ ଓ ଉତ୍ତମ ଜୀବନଯାପନ କରିପାରନ୍ତି ନାହିଁ। ହିମୋଫିଲିଆ ଯଦିଓ ଏକ ବିରଳ ରୋଗ, ତଥାପି ଭାରତ ହେଉଛି ଏପରି ରୋଗୀ ଥିବା ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ। ଭାରତରେ ୧ ଲକ୍ଷ ୩୬ ହଜାର ହିମୋଫିଲିଆ ରୋଗୀ ଅଛନ୍ତି। ବାରମ୍ୱାର ଫ୍ୟାକ୍ଟର ଅଷ୍ଟମ ପ୍ରଦାନ କରି କିମ୍ୱା ରକ୍ତସ୍ରାବ ବନ୍ଦ କରୁଥିବା ବା ରକ୍ତସ୍ରାବ ହେବାକୁ ଦେଉନଥିବାର ଔଷଧ ବ୍ୟବହାର କରି ଗୁରୁତର ହିମୋଫିଲିଆ ରୋଗୀଙ୍କ ଚିକିତ୍ସା କରାଯାଇଥାଏ। ଅତ୍ୟଧିକ ଦାମ୍, ଶିରା ପ୍ରଶିରା ଜରିଆରେ ଚିକିତ୍ସା ବିଶେଷ କରି ଶିଶୁଙ୍କ କ୍ଷେତ୍ରରେ, ଲୋକଙ୍କ ମଧ୍ୟରେ ଗ୍ରହଣୀୟତାର ଅଭାବ ପରି କେତେକ ପ୍ରତିବନ୍ଧକ ଯୋଗୁଁ ଠିକ ଭାବେ ହିମୋଫିଲିଆର ଚିକିତ୍ସା ହୋଇପାରୁନାହିଁ।

ହିମୋଫିଲିଆର ଚିକିତ୍ସାରେ ଗୁଣସୂତ୍ରର ଉପଯୋଗ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ଏହି ପଦ୍ଧତିରେ ଭାଇରାଲ ବାହକର ଉପଯୋଗ କରାଯାଇଥାଏ ଯାହାକି ସ୍ୱାଭାବିକ ଭାବେ ଗୁଣସୂତ୍ରର ନକଲକୁ ପ୍ରଦର୍ଶିତ କରିଥାଏ।

ହିମୋଫିଲିଆ କ୍ଷେତ୍ରରେ ଗୁଣସୂତ୍ର ଚିକିତ୍ସା ଶରୀରକୁ ଫ୍ୟାକଟର ଅଷ୍ଟମ ସୃଷ୍ଟି କରିବାର କ୍ଷମତା ପ୍ରଦାନ କରିଥାଏ। ଫଳରେ ବାହାରୁ ବାରମ୍ୱାର ଏହା ପ୍ରଦାନ କରିବାକୁ ପଡ଼େ ନାହିଁ। ଏଏଭି ବାହକ ବଦଳରେ ଲେଣ୍ଟିଭାଇରାଲ ବାହକ ବ୍ୟବହାର କରି ସିଏସଆଇଆର୍ ର ବୈଜ୍ଞାନିକମାନେ ଫ୍ୟାକଟର ଅଷ୍ଟମ ପୁନଃରୁଦ୍ଧାର କରିବାର ଆଉ ଏକ ବିକଳ୍ପ ବ୍ୟବସ୍ଥା ପ୍ରସ୍ତୁତ କରିବାର ପ୍ରୟାସ ଜାରି ରଖିଛନ୍ତି।

ପ୍ରାକ୍ ପରୀକ୍ଷାରୁ ଯେଉଁ ଉତ୍ସାହଜନକ ତଥ୍ୟ ମିଳିଥିଲା, ତାକୁ ନେଇ ପ୍ରଥମ ମାନବ କ୍ଲିନିକାଲ୍ ପରୀକ୍ଷା କରାଯାଇଥିଲା। ଗୁରୁତର ହିମୋଫିଲିଆର ଚିକିତ୍ସା ପାଇଁ ଉପଯୋଗ କରାଯାଇଥିବା ଗୁଣସୂତ୍ର ଚିକିତ୍ସା ଟେକ୍ଲୋଲଜି ସୁରକ୍ଷିତ କି ନୁହେଁ, ଏହା ସମ୍ଭବପର କି ନୁହଁ, ତାହା ଜାଣିବାକୁ କରାଯାଇଥିଲା ଏହି ପରୀକ୍ଷା। ଏହି ପରୀକ୍ଷାରେ ୫ ଜଣଙ୍କୁ ସାମିଲ କରାଯାଇଥିଲା, ଯେଉଁମାନଙ୍କୁ ଅଟୋଲୋଗସ୍ ହେମାଟୋପଏଟିକ୍ ଷ୍ଟେମ୍ ସେଲ୍ (HSCs) ପ୍ରଦାନ କରାଯାଇଥିଲା। ଫ୍ୟାକଟର-ଅଷ୍ଟମ ଗୁଣସୂତ୍ର ଥିବା ଲେଣ୍ଟିଭାଇରାଲ ବାହକ ଜରିଆରେ ଏହା ପ୍ରଦାନ କରାଯାଇଥିଲା। ଏହି HSCs ଅନେକ ସମୟ ଯାଏ ସକ୍ରିୟ ଫ୍ୟାକଟର ଅଷ୍ଟମ ପ୍ରୋଟିନ୍ ପ୍ରସ୍ତୁତ କରୁଥିବା ରକ୍ତ କୋଷିକା ବୃଦ୍ଧି କରିଥିଲା। ଫଳରେ ରୋଗୀକୁ ବାରମ୍ୱାର ଫ୍ୟାକ୍ଟର ଅଷ୍ଟମ ପ୍ରୋଟିନ ପ୍ରଦାନ କରିବାକୁ ପଡ଼ିନଥିଲା।

ଯେଉଁ ରୋଗୀମାନଙ୍କୁ ନେଇ ଏଇ ଚିକିତ୍ସା କରାଯାଇଥିଲା, ସେମାନଙ୍କୁ ୬ ମାସ ଯାଏ ଲଗାତର ଭାବେ ନିରୀକ୍ଷଣ କରାଯାଇଥିଲା। ରକ୍ତରେ ବାହକ ନକଲ ସଂଖ୍ୟା ସହିତ ଫ୍ୟାକ୍ଟର ଅଷ୍ଟମ କେମିତି ପ୍ରତିକ୍ରିୟା କରୁଛି, ତାହା ଅନୁଧ୍ୟାନ କରାଯାଇଥିଲା। ଲଗାତର ୮୧ ମାସ ଧରି କରାଯାଇଥିବା ଅନୁଧ୍ୟାନରୁ ଦେଖା ଯାଇଥିଲା ଯେ, ସମସ୍ତ ୫ ଜଣ ଯାକ ଅଂଶଗ୍ରହଣକାରୀଙ୍କ ଶରୀରରୁ ବର୍ଷକ ମଧ୍ୟରେ ଥରେ ମଧ୍ୟ ରକ୍ତସ୍ରାବ ହୋଇନଥିଲା। ଏହି ଗବେଷଣାର ତଥ୍ୟ ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲରେ ପ୍ରକାଶିତ ହୋଇଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

“ମାଗଣା ଉପହାର ଦେଲେ ବିକାଶ କିପରି ହେବ?”: ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

February 19, 2026

ଟି-୨୦ ବିଶ୍ୱକପରେ ଆଉ ଏକ ବିପର୍ଯ୍ୟୟ: ଶ୍ରୀଲଙ୍କାକୁ ୬ ୱିକେଟରେ ପରାସ୍ତ କଲା ଜିମ୍ବାୱେ

February 19, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଜିଓ ପକ୍ଷରୁ ‘ନେସନ୍‌-ଫର୍ଷ୍ଟ ଏଆଇ ଷ୍ଟାକ୍‌’ର ରୂପରେଖ ପ୍ରଦର୍ଶିତ

February 19, 2026

ଭାରତୀୟ ବିମାନ ସେବା ବିରୋଧରେ ବଡ଼ ନିଷ୍ପତ୍ତି: ଏୟାରସ୍ପେସ୍ ବନ୍ଦ କଲା ବାଂଲାଦେଶ 

February 19, 2026
Latest News

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026

“ମାଗଣା ଉପହାର ଦେଲେ ବିକାଶ କିପରି ହେବ?”: ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

February 19, 2026

ଟି-୨୦ ବିଶ୍ୱକପରେ ଆଉ ଏକ ବିପର୍ଯ୍ୟୟ: ଶ୍ରୀଲଙ୍କାକୁ ୬ ୱିକେଟରେ ପରାସ୍ତ କଲା ଜିମ୍ବାୱେ

February 19, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଜିଓ ପକ୍ଷରୁ ‘ନେସନ୍‌-ଫର୍ଷ୍ଟ ଏଆଇ ଷ୍ଟାକ୍‌’ର ରୂପରେଖ ପ୍ରଦର୍ଶିତ

February 19, 2026

ଭାରତୀୟ ବିମାନ ସେବା ବିରୋଧରେ ବଡ଼ ନିଷ୍ପତ୍ତି: ଏୟାରସ୍ପେସ୍ ବନ୍ଦ କଲା ବାଂଲାଦେଶ 

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.