ତେଲେଙ୍ଗାନା ରାଷ୍ଟ୍ରୀୟ ସମିତିର ଜନୈକ ନେତାଙ୍କୁ ମାଓବାଦୀ ମାନେ ଅପହରଣ କରିଥିବା ନେଇ ଅଭିଯୋଗ ହୋଇଛି। କୋଥୁର ଜିଲ୍ଲାର ପୂର୍ବତନ ମଣ୍ଡଳ ପରିଷଦ ସଭାପତିଙ୍କୁ ମାଓବାଦୀ ମାନେ ଅପହରଣ କରି ନେଇଛନ୍ତି। ସୋମବାର ବିଳମ୍ବିତ ରାତ୍ରିରେ ଭଦ୍ରାଚଳମର ଚାର୍ଲା ମଣ୍ଡଳ ଜଙ୍ଗଲରେ ଏହି ଅପହରଣ ଅନୁଷ୍ଠିତ ହୋଇଥିଲା। ଏନ୍ ଶ୍ରୀନିବାସ ରାଓ ନିଜ ଘରେ ରହିଥିବା ବେଳେ ତାଙ୍କୁ ମାଓବାଦୀ ମାନେ ଅପହରଣ କରି ନେଇଥିଲେ। ସ୍ଥାନୀୟ ଅଞ୍ଚଳରେ ରହିଥିବା ଜମିଜମା ମାମଲାକୁ ନେଇ ଏହି ଅପହରଣ କରାଯାଇଥିବା ଜଣାପଡିଛି। ଏହି ଘଟଣା ପରେ ପୋଲିସ୍ ପକ୍ଷରୁ ଏକ ସର୍ଚ୍ଚ ଅପରେସନ୍ କରାଯାଇଛି।


