Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଥମ ସୋଆ ରେନାଲ୍ ସିମ୍ପୋସିୟମ୍ ସମ୍ ହସ୍ପିଟାଲ୍‌ରେ ଆୟୋଜିତ
ଆଜିର ଖବର

ପ୍ରଥମ ସୋଆ ରେନାଲ୍ ସିମ୍ପୋସିୟମ୍ ସମ୍ ହସ୍ପିଟାଲ୍‌ରେ ଆୟୋଜିତ

December 14, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ନେଫ୍ରୋଲୋଜି ବିଭାଗ ପକ୍ଷରୁ ଶନିବାର ଦିନ ‘ପ୍ରଥମ ସୋଆ ରେନାଲ୍ ସିମ୍ପୋସିୟମ୍‌’ ଅନୁଷ୍ଠିତ ହୋଇଯାଇଛି।
ଆୟୋଜିତ ଏହି ‘ପ୍ରଥମ ସୋଆ ରେନାଲ୍ ସିମ୍ପୋସିୟମ୍‌’ (ଏସ୍‌ଆର୍‌ଏସ୍‌) ର ପ୍ରସଙ୍ଗ ରହିଥିଲା ‘କମ୍ପ୍ରେହେନ୍ସିଭ୍ ଅପ୍‌ଡେଟ୍ସ ଇନ୍ ନେଫ୍ରୋଲୋଜି’।

ଏହି କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କିଡ଼ନୀ ଜନିତ ସମସ୍ୟା ଥିବା ରୋଗୀଙ୍କ କ୍ଷେତ୍ରରେ ଅତ୍ୟାଧୁନିକ ଚିକିତ୍ସା ଡାଏଲିସିସ୍ ପଦ୍ଧତି ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ମେଡିକାଲ୍‌ର ସୁପରିଟେଣ୍ଡେଂଟ୍ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ସମ୍ ହସ୍ପିଟାଲ୍‌ରେ ମାସକୁ ପ୍ରାୟ ୨୫୦୦ ଡାଏଲିସିସ୍ କରାଯାଉଥିôବା ବେଳେ ବିଶେଷଜ୍ଞ ଡାକ୍ତର ଓ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ ରହିଛି। ସେହିପରି ହୃଦ୍‌ରୋଗ ଓ ମଧୁମେହ ରୋଗୀଙ୍କ କ୍ଷେତ୍ରରେ କିଡ଼ନୀ ସମସ୍ୟା ଅଧିକ ଦେଖାଯାଉଥିବା ସେ କହିଥିଲେ।

କାର୍ଯ୍ୟକ୍ରମରେ ଲକ୍ଷେ୍ନା÷ର ଏସ୍‌ଜିପିଜିଆଇଏମ୍‌ଏସ୍‌ର ନେଫ୍ରୋଲୋଜି ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର (ଡାକ୍ତର) ଅମିତ୍ ଗୁପ୍ତା ଓ ଉତ୍କଳ ହସ୍ପିଟାଲର ନେଫ୍ରୋଲୋଜି ବିଭାଗର କନ୍‌ସଲଟାଂଟ ପ୍ରଫେସର ଏସ୍‌.ସି ମହାକୁଡ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କିଡ୍‌ନୀ ରୋଗର କାରଣ, ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଓ ଔଷଧ ବିଷୟରେ ଆଲୋଚନା କରିଥିଲେ।

ଆୟୋଜିତ ଏହି ସିଏମ୍‌ଇରେ ଓଡ଼ିଶା ବାହାରୁ ନୂଆଦିଲ୍ଲୀ ସ୍ଥିତ ଏମ୍‌ସ, ବେଙ୍ଗାଲୁରୁ, ଚେନ୍ନାଇ ଓ ଲକ୍ଷେ୍ନା÷ର ବିଶିଷ୍ଟ ଡାକ୍ତରମାନେ ଓ ଓଡ଼ିଶାର ଭୁବନେଶ୍ୱର, କଟକ, ରାଉରକେଲା ଏବଂ ବରଗଡ଼ର ସ୍ୱନାମଧନ୍ୟ ନେଫ୍ରୋଲୋଜି ବିଶେଷଜ୍ଞମାନେ ଯୋଗ ଦେଇ ନିଜର ବକ୍ତବ୍ୟ ପ୍ରଦାନ ରଖିବା ସହ କିଡ୍‌ନୀ ରୋଗ କ’ଣ ଓ ଉପୁଜୁଥିବା ସମସ୍ୟା ଓ ତା’ର ନିରାକରଣ ଉପରେ ଗୁରୁତ୍ୱାରୋପ କରିଥିଲେ।

ସମ୍ ହସ୍ପିଟାଲର ନେଫ୍ରୋଲୋଜି ବିଭାଗର ମୁଖ୍ୟ ଡାକ୍ତର ବିଶ୍ୱରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିବା ବେଳେ ପ୍ରଫେସର (ଡାକ୍ତର) ଦେବ ପ୍ରସାଦ କର, ଆସୋସିଏଟ୍ ପ୍ରଫେସର (ଡାକ୍ତର) ବିଶ୍ୱଜିତ୍ ମିଶ୍ର, ଆସିଷ୍ଟାଂଟ ପ୍ରଫେସର ଅମୃତା ଦେବୀ ପ୍ରମୁଖ ଉପସ୍ଥିତ ଥିଲେ।

ଶିକ୍ଷା ଓ ଅନୁସନ୍ଧାନ ସମ୍ ହସ୍ପିଟାଲ୍
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ନଭେମ୍ବର ୧୫ ତାରିଖ ଶନିବାରରେ ସାତୋଟି ରାଶି ପାଇଁ ରହିଛି ମଙ୍ଗଳମୟ, ଜାଣନ୍ତୁ ରାଶିଫଳ

November 15, 2025

ଆସନ୍ତାକାଲିଠାରୁ ୧୮ ଯାଏଁ ଓଡ଼ିଆର୍ଟରେ ଆନ୍ତର୍ଜାତୀୟ ଚିଲିକା ଶେଲଡକ ଲୋକ ସଂସ୍କୃତି ଉତ୍ସବ

November 14, 2025

ପ୍ରତ୍ୟେକ ଶିଶୁକୁ ସୁରକ୍ଷିତ ପରିବେଶ ସହ ଉପଯୁକ୍ତ ଶିକ୍ଷା ପ୍ରଦାନ ଜରୁରୀ: ସୋଆ ଉପସଭାପତି

November 14, 2025

ବାଲୁଗାଁ ରେଲୱେ ଓଭର ବ୍ରିଜ ନିକଟରୁ ୧୧୦ ଗ୍ରାମ ବ୍ରାଉନ ସୁଗାର ଜବତ: ଅଭିଯୁକ୍ତ ଗିରଫ

November 14, 2025
Latest News

ଆଠଟି ରାଜ୍ୟର ଉପନିର୍ବାଚନ ଫଳାଫଳ ପ୍ରକାଶ: ଜାଣନ୍ତୁ କେଉଁଠି କିଏ ଜିତିଲା?

November 15, 2025

ଆଜି ନଭେମ୍ବର ୧୫ ତାରିଖ ଶନିବାରରେ ସାତୋଟି ରାଶି ପାଇଁ ରହିଛି ମଙ୍ଗଳମୟ, ଜାଣନ୍ତୁ ରାଶିଫଳ

November 15, 2025

ବାଣପୁର ଓକିଲ ସଂଘର ୪୬ ତମ ବାର୍ଷିକ ଉତ୍ସବ: ଯୋଗଦେଲେ ଆଇନ ମନ୍ତ୍ରୀ

November 14, 2025

ଆସନ୍ତାକାଲିଠାରୁ ୧୮ ଯାଏଁ ଓଡ଼ିଆର୍ଟରେ ଆନ୍ତର୍ଜାତୀୟ ଚିଲିକା ଶେଲଡକ ଲୋକ ସଂସ୍କୃତି ଉତ୍ସବ

November 14, 2025

ବାଣପୁର ତାଲୁକ ଆଇନା ସେବା ସମିତି ପକ୍ଷରୁ ଶିଶୁଦିବସ ପାଳନ

November 14, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.