ନିଜର ଜନୈକ କର୍ମଚାରୀଙ୍କୁ ହତ୍ୟା କରିଥିବା ସର୍ବଣା ଭବନ ହୋଟେଲ ଚେନ୍ର ମାଲିକ ପି ରାଜଗୋପାଳଙ୍କ ମାମଲାରେ ହସ୍ତକ୍ଷେପ ପାଇଁ ମନା କରିଛନ୍ତି ସୁପ୍ରିମ୍କୋର୍ଟ । 18 ବର୍ଷ ପୂର୍ବର ନିଜର ଜନୈକ କର୍ମଚାରୀଙ୍କୁ ହତ୍ୟା କରିଥିବା ବେଳେ ମାର୍ଚ୍ଚ 2019ରେ ସୁପ୍ରିମ୍କୋର୍ଟ ଏହି ମାମଲାର ରାୟ ପ୍ରକାଶ କରିଥିଲେ । ସ୍ବାସ୍ଥ୍ୟଗତ କାରଣରୁ ଡାକ୍ତରଖାନାରେ ରହିଥିବା ରାଜଗୋପାଳଙ୍କୁ ଜୁଲାଇ 7 ସୁଦ୍ଧା ଆତ୍ମସମର୍ପଣ ପାଇଁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ମଙ୍ଗଳବାର ରାଜଗୋପାଳଙ୍କ ଓକିଲ କପିଲ ଶିବଲ ପୁନର୍ବାର ଆବେଦନ କରିଥିଲେ । ରାଜଗୋପାଳଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଶିବଲ ଆବେଦନ କରିଥିଲେ । କୋର୍ଟ ଏହି ଆବେଦନ ଉପରେ ଅସନ୍ତୋଷ ପ୍ରକାଶ କରିବା ସହିତ ପୂର୍ବରୁ କାହିଁକି ଏହା ଆବେଦନରେ ଦର୍ଶାଯାଇନଥିଲା ବୋଲି ପ୍ରଶ୍ନ କରିଥିଲେ । ଆସନ୍ତା ଶୁଣାଣି ପୂର୍ବରୁ ରାଜଗୋପାଳ ଆତ୍ମସମର୍ପଣ କରିବା ଉଚିତ୍ ଏବଂ କୋର୍ଟ ଏଥିରେ ହସ୍ତକ୍ଷେପ କରିବେ ନାହିଁ ବୋଲି ଚେତାବନୀ ଜଣାଇଛନ୍ତି ଜଷ୍ଟିସ୍ ଏନ୍ ଭି ରମଣା ।


