ଭ୍ରଷ୍ଟାଚାର ବିରୋଧରେ ପୁଣିଥରେ ଆକ୍ସନ୍ ମୁଡରେ ସିବିଆଇ । ସିବିଆଇ ଆଜି ଦେଶବ୍ୟାପୀ ଚଢ଼ାଉ କରିଛି। ଓଡ଼ିଶା ସମେତ ପ୍ରାୟ ୧୯ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୧୦ଟି ସ୍ଥାନରେ ଚଢ଼ାଉ କରାଯାଉଛି । ଦୁର୍ନୀତି, ଭ୍ରଷ୍ଟାଚାର ଓ ହେରଫେର ଭଳି ୩୦ଟି ଭିନ୍ନ ଭିନ୍ନ ମାମଲା ନେଇ ସିବିଆଇ ଚଢାଉ କରିଛି । କେନ୍ଦ୍ରସରକାର ଭ୍ରଷ୍ଟାଚାର ବିରୋଧରେ ଜିରୋ ଟଲରେନ୍ସ ନୀତି ଆପଣାଇଛନ୍ତି । ସିବିଆଇ ନିକଟରେ କମ୍ପାନୀ, ଫାର୍ମ, ପ୍ରମୋଟର୍ସ, ଡାଇରେକ୍ଟର୍, ବ୍ୟାଙ୍କ ଓ ଅଧିକାରୀଙ୍କ ବିରୋଧରେ ପ୍ରାୟ ୩୦ ନୂଆ ମାମଲା ରୁଜୁ ହୋଇଛି । ମୁମ୍ବାଇ, ଦିଲ୍ଲୀ, ଏନ୍ସିଆର୍, ପଞ୍ଜାବ, ହରିୟାଣା ଓ ଉତ୍ତର ପ୍ରଦେଶରେ ଚଢ଼ାଉ ଚାଲିଛି । ମୋଦି ସରକାର ଦ୍ୱିତୀୟ ଥର ଶାସନକୁ ଆସିବା ପରେ ଭ୍ରଷ୍ଟାଚାରଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।