Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ସୋନିଆ ଗାନ୍ଧୀ ନେଇଯାଇଥିବା ନେହେରୁଙ୍କ ଚିଠି ଫେରାନ୍ତୁ’: ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖିଲା PMML
ଆଜିର ଖବର

‘ସୋନିଆ ଗାନ୍ଧୀ ନେଇଯାଇଥିବା ନେହେରୁଙ୍କ ଚିଠି ଫେରାନ୍ତୁ’: ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖିଲା PMML

December 16, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଏବଂ ଲାଇବ୍ରେରୀ (PMML) ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଦ୍ୱାରା ଲିଖିତ ବ୍ୟକ୍ତିଗତ ଚିଠି ଫେରସ୍ତ ପାଇଁ ଆନୁଷ୍ଠାନିକ ଭାବେ ଅନୁରୋଧ କରିଛି। ଏହି ଚିଠିଗୁଡିକ ସୋନିଆ ଗାନ୍ଧୀଙ୍କୁ ୨୦୦୮ ରେ UPA ଶାସନ ସମୟରେ ପଠାଯାଇଥିଲା।

ଡିସେମ୍ବର ୧୦ ତାରିଖ ଦିନ ଏକ ଚିଠିରେ PMML ସଦସ୍ୟ ରିଜୱାନ କାଦ୍ରି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୋନିଆ ଗାନ୍ଧୀଙ୍କ ମୂଳ ଚିଠିକୁ ଫେରାଇ ଆଣିବାକୁ କିମ୍ବା ଫଟୋଗ୍ରାଫି କିମ୍ବା ଡିଜିଟାଲ କପି ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି। ଚଳିତ ବର୍ଷ ସେପ୍ଟେମ୍ବରରେ ମଧ୍ୟ PMML ସୋନିଆ ଗାନ୍ଧୀଙ୍କୁ ଚିଠି ଫେରସ୍ତ କରିବାକୁ ଅନୁରୋଧ କରିଥିଲା।

ଜବାହରଲାଲ ନେହେରୁଙ୍କ ଦ୍ୱାରା ଲିଖିତ ଏହି ପତ୍ରଗୁଡ଼ିକୁ ଐତିହାସିକ ବିବେଚନା କରାଯାଏ। ୧୯୭୧ ମସିହାରେ ଜବାହରଲାଲ ନେହେରୁ ମେମୋରିଆଲ ଦ୍ୱାରା ଏଗୁଡିକ ନେହେରୁ ମେମୋରିଆଲ ମ୍ୟୁଜିୟମ ଏବଂ ଲାଇବ୍ରେରୀ (ବର୍ତ୍ତମାନ PMML) କୁ ହସ୍ତାନ୍ତର କରାଯାଇଥିଲା। ତେବେ ୨୦୦୮ରେ ସେମାନେ ୫୧ ଟି ବାକ୍ସରେ ପ୍ୟାକ୍ କରି ସୋନିଆ ଗାନ୍ଧୀଙ୍କୁ ପଠାଯାଇଥିବା ଜଣାଯାଇଛି।

ଏହି ସଂଗ୍ରହାଳୟରେ ନେହେରୁ ଏବଂ ଏଡୱିନା ମାଉଣ୍ଟବ୍ୟାଟେନ୍, ଆଲବର୍ଟ ଆଇନଷ୍ଟାଇନ, ଜୟପ୍ରକାଶ ନାରାୟଣ, ପଦ୍ମଜା ନାଇଡୁ, ବିଜୟ ଲକ୍ଷ୍ମୀ ପଣ୍ଡିତ, ଅରୁଣା ଆସଫ ଅଲି, ବାବୁ ଜଗଜୀବନ ରାମ ଏବଂ ଗୋବିନ୍ଦ ବଲ୍ଲବ ପନ୍ତଙ୍କ ପରି ବିଶିଷ୍ଟ ବ୍ୟକ୍ତିଙ୍କ ଚିଠି ରହିଛି।

ଚିଠିରେ ଏହା କୁହାଯାଇଛି:

PMML ଏହାର ଚିଠିରେ ଲେଖିଛି ଯେ ଏହି ଚିଠିଗୁଡ଼ିକ ଭାରତୀୟ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସମୟ ବିଷୟରେ ଅମୂଲ୍ୟ ସୂଚନା ପ୍ରଦାନ କରିଥାଏ। ଏହି କାରଣରୁ, PMML ସେମାନଙ୍କୁ ସଂଗଠନର ଅଭିଲେଖାଗାରକୁ ପଠାଇବାକୁ ଦାବି କରିଛି।

ଚିଠିରେ ଆହୁରି ଲେଖା ଅଛି ଯେ, “ଆମେ ବୁଝିପାରୁଛୁ ଯେ ଏହି ଦଲିଲଗୁଡ଼ିକ ‘ନେହେରୁ ପରିବାର’ ପାଇଁ ବ୍ୟକ୍ତିଗତ ମହତ୍ତ୍ଵ ରଖେ। PMML ବିଶ୍ୱାସ କରେ ଯେ ଏହି ଐତିହାସିକ ସାମଗ୍ରୀ ପଣ୍ଡିତ ଏବଂ ଅନୁସନ୍ଧାନକାରୀଙ୍କ ପାଇଁ ବହୁତ ଲାଭଦାୟକ ହେବ।

PMML rahul gandhi sonia gandhi ରାହୁଲ ଗାନ୍ଧୀ ସୋନିଆ ଗାନ୍ଧୀ
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରମ୍ପଙ୍କ ଶୁଳ୍କ ପରେ ଭାରତ ଉପରେ କ’ଣ ପଡିଛି ପ୍ରଭାବ?, ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ରିପୋର୍ଟ

September 10, 2025

ଶିକ୍ଷୟତ୍ରୀ ସୁର୍ଯ୍ୟମଣି ନାୟକଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ

September 10, 2025

ଆଜିଠାରୁ ଭାରତର ଏସିଆ କପ ଅଭିଯାନ: ଜାଣନ୍ତୁ କେଉଁଠାରେ ଦେଖିବେ ମ୍ୟାଚ

September 10, 2025

‘ଭାରତ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କର’, ଟ୍ରମ୍ପଙ୍କ ଚେତାବନୀ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜବାବ

September 10, 2025
Latest News

ଟ୍ରମ୍ପଙ୍କ ଶୁଳ୍କ ପରେ ଭାରତ ଉପରେ କ’ଣ ପଡିଛି ପ୍ରଭାବ?, ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ରିପୋର୍ଟ

September 10, 2025

ଶିକ୍ଷୟତ୍ରୀ ସୁର୍ଯ୍ୟମଣି ନାୟକଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ

September 10, 2025

ଆଜିଠାରୁ ଭାରତର ଏସିଆ କପ ଅଭିଯାନ: ଜାଣନ୍ତୁ କେଉଁଠାରେ ଦେଖିବେ ମ୍ୟାଚ

September 10, 2025

‘ଭାରତ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କର’, ଟ୍ରମ୍ପଙ୍କ ଚେତାବନୀ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜବାବ

September 10, 2025

ବିଧାନସଭା ବେଳେ ସଚିବମାନେ କଣ ମନ୍ତ୍ରୀଙ୍କୁ ସଠିକ ତଥ୍ୟ ଯୋଗାଉ ନାହିଁନ୍ତି କି ?

September 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.