
ନୂଆଦିଲ୍ଲୀ: ୱାୟନାଡ ସାଂସଦ ତଥା କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ବାଡ୍ରା ବାଂଲାଦେଶ ପ୍ରସଙ୍ଗରେ ଦେଇଥିବା ଭାଷଣ ଯୋଗୁଁ ଖବରରେ ଥିବାବେଳେ ଅନ୍ୟପଟେ ତାଙ୍କ ବ୍ୟାଗ ମଧ୍ୟ ଅନେକ ଚର୍ଚ୍ଚା ସୃଷ୍ଟି କରିଛି। ପ୍ରକୃତରେ, ପ୍ରିୟଙ୍କା ଗାନ୍ଧୀ ଆଜି ଏକ ବ୍ୟାଗ ଧରି ସଂସଦରେ ପହଞ୍ଚିଥିଲେ, ଯେଉଁଥିରେ ପାଲେଷ୍ଟାଇନ ଲେଖାଯାଇଥିଲା। ତାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।
Tags: parliament, Priyanka Vadra