Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘RRR’ ଯୋଗୁଁ ଡ୍ର ଆଡକୁ ଯାଉଛି ଗାବା ଟେଷ୍ଟ!: ବୋଲିଂ ପରେ ବ୍ୟାଟିଂରେ ସଂକଟମୋଚନ ସାଜିଲେ ବୁମରା
ଆଜିର ଖବର

‘RRR’ ଯୋଗୁଁ ଡ୍ର ଆଡକୁ ଯାଉଛି ଗାବା ଟେଷ୍ଟ!: ବୋଲିଂ ପରେ ବ୍ୟାଟିଂରେ ସଂକଟମୋଚନ ସାଜିଲେ ବୁମରା

December 17, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବ୍ରିସବେନରେ ବର୍ଷା ହେତୁ ‘ଗାବା’ ଟେଷ୍ଟ ଡ୍ର ଆଡକୁ ଗତି କରୁଥିବା ଜଣାପଡିଛି। କେବଳ ବର୍ଷା ନୁହେଁ, ‘RRR’ ମଧ୍ୟ ଏହି ଟେଷ୍ଟ ଡ୍ର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଜଣାପଡିଛି। ବର୍ତ୍ତମାନ ଆପଣ ଭାବୁଥିବେ ଏହି ‘RRR’ କ’ଣ? ଏଠାରେ ‘ଆରଆରଆର’ ଟିମ୍ ଇଣ୍ଡିଆର ଓପନର୍ ରାହୁଲ, ରବିନ୍ଦ୍ର ଜାଡେଜା ଏବଂ ବର୍ଷାର ଇଂରାଜୀ ଶବ୍ଦ ରେନ ର ପ୍ରଥମ ଅକ୍ଷର ନିଆଯାଇଛି। ଯାହାକୁ ‘RRR’ ବୋଲି କୁହାଯାଉଛି।

ଯଦି ‘ଗାବା’ ଟେଷ୍ଟ ଡ୍ର ହୁଏ, ତେବେ ଉଭୟ ଦଳକୁ ୪ ପଏଣ୍ଟ ଲେଖାଏଁ ମିଳିବ। ଯେଉଁଥିପାଇଁ ଫାଇନାଲରେ ପହଞ୍ଚିବା ପାଇଁ ଭାରତୀୟ ଦଳର ଆଶା ଉଜ୍ଜୀବିତ ରହିବ, କିନ୍ତୁ ଏଠାରେ ଭାରତୀୟ ଦଳକୁ ଅବଶିଷ୍ଟ ଉଭୟ ମ୍ୟାଚ୍ ମଧ୍ୟ ଜିତିବାକୁ ପଡିବ। ସିରିଜର ଚତୁର୍ଥ ଏବଂ ପଞ୍ଚମ ମ୍ୟାଚ୍ ଯଥାକ୍ରମେ ମେଲବୋର୍ଣ୍ଣ ଏବଂ ସିଡନୀରେ ଖେଳାଯିବ।

ଗାବା ଟେଷ୍ଟର ପ୍ରଥମ ଇନିଂସରେ ଭାରତୀୟ ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ପ୍ରତିପକ୍ଷ ବୋଲରଙ୍କ ବିପକ୍ଷରେ ଗୋଟିଏ ଗୋଟିଏ ରନ୍ ପାଇଁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା। ଯେତେବେଳେ କି କେ.ଏଲ୍ ରାହୁଲ ଏବଂ ରବିନ୍ଦ୍ର ଜାଡେଜା ନିଜ ନିଜର ଚମତ୍କାର ବ୍ୟାଟିଂ ବଳରେ ଲୋକଙ୍କ ହୃଦୟ ଜିତିବାରେ କୌଣସି ସୁଯୋଗ ହାତ ଛଡା କରିନଥିଲେ।

ଦଳ ପାଇଁ ଇନିଂସ ଆରମ୍ଭ କରିବା ବେଳେ ରାହୁଲ ମୋଟ ୧୩୯ ବଲର ସମ୍ମୁଖୀନ ହୋଇଥିଲେ। ଏହି ସମୟରେ ସେ ୬୦.୪୩ ଷ୍ଟ୍ରାଇକ୍ ହାରରେ ୮୪ ରନ୍ ସ୍କୋର କରିବାରେ ସଫଳ ହୋଇଥିଲେ। ରବୀନ୍ଦ୍ର ଜାଡେଜା ୬୨.୬ ଷ୍ଟ୍ରାଇକ୍ ହାରରେ ୧୨୩ ବଲରେ ୭୭ ରନ୍ ର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ।

କିନ୍ତୁ ଏହା ପରେ ଭାରତୀୟ ଦଳର ଅନ୍ତିମ ୱିକେଟ ଯୋଡି ଯଶପ୍ରିତ ବୁମରା ଏବଂ ଆକାଶ ଦୀପ ଚମତ୍କାର ପାଳି ଖେଳି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ଚତୁର୍ଥ ଦିନ ଶେଷ ଯାଏଁ ଉଭୟ ଖେଳାଳି ଅପରାଜିତ ରହି ପ୍ୟାଭିଲିୟନ ଫେରିଥିଲେ। ଯଶପ୍ରିତ ବୁମରା ୨୭ ବଲରେ ୧୦ ରନ କରି ଖେଳୁଥିବା ବେଳେ ଆକାଶ ଦୀପ ୩୧ ବଲର ସମ୍ମୁଖୀନ ହୋଇ ୨୭ ରନର ଗୁରୁତ୍ୱପୂର୍ଣ୍ଣ ପାଳି ଖେଳି ଅପରାଜିତ ରହିଥିଲେ।

Border Gavaskar Trophy 2024-25 indian cricket team kl rahul rain ravindra jadeja RRR
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁରରେ ଜାତୀୟ ସଡ଼କ ସୁରକ୍ଷା ମାସ ସଚେତନତା କାର୍ଯ୍ୟକ୍ରମ

January 10, 2026

ବିଶ୍ୱର ସର୍ବବୃହତ ଦୁଗ୍ଧ ଉତ୍ପାଦନକାରୀ ଏବଂ ସର୍ବବୃହତ ଚାଉଳ ରପ୍ତାନିକାରୀ ପାଲଟିଲା ଭାରତ

January 10, 2026

ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି: ଓଡ଼ିଶାର ୧୨୭ ଛାତ୍ରଛାତ୍ରୀ ମନୋନୀତ

January 10, 2026

‘ବିଶ୍ୱ ଦରବାରରେ ଓଡ଼ିଶାର ବୀରତ୍ୱକୁ ନୂତନ ପରିଚୟ ଦେବ’: ଧର୍ମେନ୍ଦ୍ର ପ୍ରଧାନ

January 10, 2026
Latest News

ରଣପୁରରେ ଜାତୀୟ ସଡ଼କ ସୁରକ୍ଷା ମାସ ସଚେତନତା କାର୍ଯ୍ୟକ୍ରମ

January 10, 2026

ବିଶ୍ୱର ସର୍ବବୃହତ ଦୁଗ୍ଧ ଉତ୍ପାଦନକାରୀ ଏବଂ ସର୍ବବୃହତ ଚାଉଳ ରପ୍ତାନିକାରୀ ପାଲଟିଲା ଭାରତ

January 10, 2026

ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି: ଓଡ଼ିଶାର ୧୨୭ ଛାତ୍ରଛାତ୍ରୀ ମନୋନୀତ

January 10, 2026

‘ବିଶ୍ୱ ଦରବାରରେ ଓଡ଼ିଶାର ବୀରତ୍ୱକୁ ନୂତନ ପରିଚୟ ଦେବ’: ଧର୍ମେନ୍ଦ୍ର ପ୍ରଧାନ

January 10, 2026

‘ପ୍ରଥମେ ପିଟିଲେ, ପୁଣି ବିଷ ଖାଇବାକୁ ବାଧ୍ୟ କଲେ’: ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

January 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.