ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲ୍ର ଖେଳ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଥିଲା। ଗତକାଲି ଅଧାରେ ରହିଥିବା ଏହି ମ୍ୟାଚ୍ ଆଜି ପୁନର୍ବାର ଖେଳାଯିବ। ଗତକାଲି ମ୍ୟାଚ୍ ଯେଉଁଠାରୁ ବନ୍ଦ ରହିଥିଲା ଆଜି ସେହିଠାରୁ ଆରମ୍ଭ ହେବ ବୋଲି ଜଣାପଡିଛି। ମ୍ୟାଚ୍ର ୪୭ ତମ ଓଭରରେ ବର୍ଷା ଯୋଗୁଁ ଖେଳ ବାଧାପ୍ରାପ୍ତ ହେବା ସମୟରେ ନ୍ୟୁଜିଲ୍ୟାଣ୍ଡ ୨୧୧ ରନ୍ରେ ୫ ଓ୍ବିକେଟ ହରାଇଥିଲା। ରସ୍ ଟେଲର ଅପରାଜିତ ୬୭ ଏବଂ କେନ୍ ଓ୍ବିଲିୟମ୍ସନ୍(୬୭) ରନ୍ ସଂଗ୍ରହ କରିଥିଲେ। ଦଳ ପକ୍ଷରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲ୍ୟାଣ୍ଡ ୧ ରନ୍ରେ ଓପ୍ନର ମାର୍ଟିନ୍ ଗପ୍ତିଲଙ୍କ ଓ୍ବିକେଟ୍ ହରାଇଥିଲା। ଏହାପରେ ହେନ୍ରୀ ନିକୋଲ୍ସ(୨୮) ଏବଂ ଓ୍ବିଲିୟମ୍ସନ୍ ସତର୍କତାର ସହିତ ଇନିଂସ ଆଗକୁ ବଢାଇଥିଲେ। ଉଭୟ ୬୮ ରନ୍ର ଭାଗିଦାରୀ କରିବା ପରେ ନିକୋଲ୍ସଙ୍କୁ ଆଉଟ୍ କରି ଜାଡେଜା ଏହି ଯୋଡି ଭାଙ୍ଗିଥିଲେ। ଶେଷ ଭାଗରେ ଜିମି ନିଶାମ(୧୨), କଲିନ୍ ଡି ଗ୍ରାଣ୍ଡ ହୋମ(୧୬) କରିବାରୁ ୨୦୦ ରନ୍ ଅତିକ୍ରମ କରିଥିଲା। ଭାରତ ପକ୍ଷରୁ ସମସ୍ତ ବୋଲର ଗୋଟିଏ ଲେଖାଏଁ ଓ୍ବିକେଟ୍ ଅକ୍ତିଆର କରିଥିଲେ। ଜାଡେଜା ନିଜ ୧୦ ଓଭରରେ ମାତ୍ର ୩୪ ରନ୍ ପ୍ରଦାନ କରିଛନ୍ତି।
ଅତିରିକ୍ତ ଦିବସରେ ଭାରତ-ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲ
Published:
Jul 10, 2019, 10:14 am IST
Tags: