ନକଲି ଭିଡିଓ ପ୍ରଦର୍ଶନ ମାମଲା : ମରିୟମ୍‌ ନଓ୍ବାଜଙ୍କୁ ଦୁର୍ନୀତି ନିବାରଣ ବିଭାଗର ସମନ

Published: Jul 10, 2019, 12:04 pm IST

ପାକିସ୍ତାନୀ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ୍‌ଙ୍କ ଝିଅ ମରିୟମ୍‌ ନଓ୍ବାଜଙ୍କୁ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ସମନ ଜାରି କରାଯାଇଛି। ନଓ୍ବାଜ ଶରିଫ୍‌ଙ୍କ ମାମଲାରେ କିଛି ଦିନ ପୂର୍ବରୁ ମରିୟମ୍‌ ବିଚାରପତିଙ୍କୁ ପ୍ରଲୋଭିତ ତଥା ଧମକ ଦିଆଯାଉଥିବାର ଏକ ଭିଡିଓ ପ୍ରଦର୍ଶନ କରିଥିଲେ। ଏହି ଭିଡିଓକୁ ନକଲି ବୋଲି କହିବା ସହିତ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ୧୯ ଜୁଲାଇ ସୁଦ୍ଧା ଉତ୍ତର ରଖିବା ପାଇଁ ସମନ ପ୍ରଦାନ କରାଯାଇଛି। ଏହି ଭିଡିଓ ସହିତ ଲଣ୍ଡନରେ ରହିଥିବା ଶରିଫ୍‌ଙ୍କ ଘରକୁ ନଷ୍ଟ କରାଯାଉଛି ବୋଲି ଅଭିଯୋଗ ଉପରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Related posts