Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ୬୯ତମ ଅତି ବିଶିଷ୍ଟ ରେଳ ସେବା ପୁରସ୍କାର: ୧୦୧ ରେଳବାଇ ଅଧିକାରୀ ଓ କର୍ମଚାରୀ ପାଇବେ ପୁରସ୍କାର
ଆଜିର ଖବର

ଆଜି ୬୯ତମ ଅତି ବିଶିଷ୍ଟ ରେଳ ସେବା ପୁରସ୍କାର: ୧୦୧ ରେଳବାଇ ଅଧିକାରୀ ଓ କର୍ମଚାରୀ ପାଇବେ ପୁରସ୍କାର

December 21, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ପ୍ରତି ଉଲ୍ଲେଖନୀୟ ଅବଦାନ ଲାଗି ୧୦୧ ଜଣ ସମର୍ପିତ କର୍ମଚାରୀଙ୍କୁ ୬୯ତମ ଅତି ବିଶିଷ୍ଟ ରେଳ ସେବା ପୁରସ୍କାର ୨୦୨୪ରେ ସମ୍ମାନିତ କରାଯିବ। ନୂଆଦିଲ୍ଲୀର ଭାରତ ମଣ୍ଡପରେ ଆଜି ଏକ ଉତ୍ସବରେ ଏହି ପୁରସ୍କାର ଦିଆଯିବ। ମେ ହୁଁ ଭାରତୀୟ ରେଲ ନାମରେ ଏହି ପୁରସ୍କାର ଉତ୍ସବକୁ ନାମିତ କରାଯାଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ତଥା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ପୁରସ୍କାର ବିତରଣ କରିବେ।

ଏହି ଉତ୍ସବରେ ରେଳ ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଭି.ସୋମନ୍ନା, ରେଳ ଓ ଖାଦ୍ୟ ପ୍ରକ୍ରିୟାକରଣ ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂ, ରେଳବାଇ ବୋର୍ଡ ସିଇଓ ସତୀଶ କୁମାର, ବୋର୍ଡର ବିଭିନ୍ନ ସଦସ୍ୟ, ରେଳ ଜୋନ ଓ ପ୍ରଡକ୍ସନ ୟୁନିଟଗୁଡିକର ମହାପ୍ରବନ୍ଧକମାନେ ଯୋଗ ଦେବେ।

ପୁରସ୍କାର ଲାଗି ବିଭିନ୍ନ ବିଭାଗରୁ ୧୦୧ ଜଣ କର୍ମଚାରୀଙ୍କୁ ମନୋନୀତ କରାଯାଇଛି। ଉତ୍ପାଦନରେ ବିକାଶଠାରୁ ଆରମ୍ଭ କରି ରାଜସ୍ୱ ବୃଦ୍ଧି, ସୁରକ୍ଷା, ନିରାପତା, ପ୍ରକଳ୍ପ ସମ୍ପାଦନ ଓ ସ୍ପୋର୍ଟସ ପରି ବିଭିନ୍ନ କ୍ଷେତ୍ରରୁ କର୍ମଚାରୀମାନେ ମନୋନୀତ ହୋଇଛନ୍ତି।

ଚାଳନାଗତ ଦକ୍ଷତା, ଆମଦାନୀ ନିର୍ଭରଶୀଳତା ହ୍ରାସ, ନିଜସ୍ୱ ଯାନ୍ତ୍ରିକ କାରିଗରୀ ପରି ବିଭିନ୍ନ ଦିଗ ଲାଗି ୧୫ ଜଣ ରେଳବାଇ କର୍ମଚାରୀ ଓ ଅଧିକାରୀଙ୍କୁ ପୁରସ୍କାର ମିଳିବ।

ରେଳବାଇର ଧନଜୀବନ ରକ୍ଷା ସହ ଅନ୍ୟର ଜୀବନ ରକ୍ଷା ଦିଗରେ ୧୬ ଜଣ ରେଳବାଇ କର୍ମଚାରୀ ଓ ଅଧିକାରୀଙ୍କୁ ବି ଏହି ପୁରସ୍କାର ମିଳିବ।

ରେଳବାଇର ରାଜସ୍ୱ ବୃଦ୍ଧି, ବିନା ଟିକେଟରେ ରେଳ ଯାତ୍ରା ହ୍ରାସ ଓ ଚୋରି ପରି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ୧୭ ଜଣ କର୍ମଚାରୀ ଓ ଅଧିକାରୀଙ୍କୁ ପୁରସ୍କୃତ କରାଯିବ।

ରେଳ ଅପରେସନ, ସୁରକ୍ଷା, ନିରାପତା ଓ ରେଳବାଇ ସମ୍ପତି ରକ୍ଷା ଦିଗରେ ୨୨ ଜଣ କର୍ମଚାରୀ ଓ ଅଧିକାରୀଙ୍କୁ ପୁରସ୍କାର ଦିଆଯିବ।

ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ବିଭିନ୍ନ ରେଳବାଇ ପ୍ରକଳ୍ପ ସମାପନ ଦିଗରେ କାମ କରିବା ଲାଗି ୧୬ ଜଣ କର୍ମଚାରୀ ଓ ଅଧିକାରୀଙ୍କୁ ପୁରସ୍କାର ମିଳିବ।

ଜାତୀୟ ଓ ଅନ୍ତର୍ଜାତୀୟ ଖେଳ ପ୍ରତିଯୋଗିତାରେ ଭାରତୀୟ ରେଳବାଇକୁ ଉଚ୍ଚକିତ କରିଥିବା ୨ ଜଣ ସ୍ପୋର୍ଟସ ମ୍ୟାନଙ୍କୁ ଅତି ବିଶିଷ୍ଟ ରେଳ ସେବା ପୁରସ୍କାରରେ ସମ୍ମାନିତ କରାଯିବ।

ମେଡିକାଲ, ଟ୍ରାକ ମରାମତି ସହ ଅନ୍ୟାନ୍ୟ ବିଭାଗରେ ଭାରତୀୟ ରେଳବାଇ ପ୍ରତି ଉଲ୍ଲେଖନୀୟ ଅବଦାନ ଲାଗି ୧୩ ଜଣ କର୍ମଚାରୀ ଓ ଅଧିକାରୀଙ୍କୁ ବି ପୁରସ୍କାର ମିଳିବ।

ବ୍ୟକ୍ତିଗତ ପୁରସ୍କାର ଛଡା ବିଭିନ୍ନ ବିଭାଗରେ ଭିନ୍ନ ଭିନ୍ନ ରେଳବାଇ ଜୋନକୁ ୨୨ଟି ସିଲଡ ବି ମିଳିବ। ଯାତ୍ରୀ ପରିବହନ କ୍ଷେତ୍ରରେ ଭାରତୀୟ ରେଳବାଇକୁ ଏକ ଦକ୍ଷ, ସୁରକ୍ଷିତ ଓ ସୁଲଭ ପରିବହନ ମାଧ୍ୟମ ଭାବରେ ଉଚ୍ଚକିତ କରିଥିବା ଲାଗି ବିଭିନ୍ନ ରେଳବାଇ କର୍ମଚାରୀ ଓ ଅଧିକାରୀଙ୍କୁ ପୁରସ୍କୃତ କରିବା ପାଇଁ ଏହା ଏକ ପ୍ରକୃଷ୍ଟ ମଂଚ ବୋଲି କୁହାଯାଇଛି।

ଅଶ୍ୱିନୀ ବୈଷ୍ଣବ ରେଳ ସେବା ପୁରସ୍କାର
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026
Latest News

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.