Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଞ୍ଜାମ ଜିଲ୍ଲା ପ୍ରକଳ୍ପ ପରିଚାଳନା ୟୁନିଟର ବୈଠକ ଅନୁଷ୍ଠିତ
ଆଜିର ଖବର

ଗଞ୍ଜାମ ଜିଲ୍ଲା ପ୍ରକଳ୍ପ ପରିଚାଳନା ୟୁନିଟର ବୈଠକ ଅନୁଷ୍ଠିତ

December 21, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଶିକ୍ଷା ବିଭାଗର ଜିଲ୍ଲା ପ୍ରକଳ୍ପ ପରିଚାଳନା ୟୁନିଟ୍ (ଡିପିଏମ ୟୁ ) ର ବୈଠକ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସୁଧାଂଶୁ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଓ ତାଲିମ୍ ଅନୁଷ୍ଠାନ ଖଲ୍ଲିକୋଟ ଗଞ୍ଜାମର ଅଧ୍ୟକ୍ଷ ଡ ସନ୍ତୋଷ କୁମାର ପରିଡା ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ ପିଲାଙ୍କୁ କିପରି ଶିକ୍ଷାଦାନ କରାଯାଇପାରିବ ତାହା ଉପରେ ଉପସ୍ଥିତ ପ୍ରଧାନ ଶିକ୍ଷକ/ପ୍ରଧାନ ଶିକ୍ଷୟିତ୍ରୀ, ବ୍ଲକ ଶିକ୍ଷା ଅଧିକାରୀ, ସି.ଆର୍.ସି.ସି. ତଥା ସମସ୍ତ ସଭ୍ୟମାନଙ୍କୁ ଉପସ୍ଥାପନା କରିଥିଲେ। ପିଲାଙ୍କ ଭାଷା ଓ ଗଣିତ ଜ୍ଞାନର ବିକାଶ କିପରି ହୋଇ ପାରିବ ତାହାହିଁ ଥିଲା ବୈଠକର ମୂଳ ଉଦ୍ଦେଶ୍ୟ। ପିଲାଙ୍କୁ ଉତ୍ତମ ଶିକ୍ଷାଦାନ ନିମନ୍ତେ ନିପୁଣ ଓଡିଶା କାର୍ଯ୍ୟକାରୀ କରାଯାଇଛି। ସଂଖ୍ୟା ପରିଚୟ, ଶୂନ୍ୟସ୍ଥାନ ପୂରଣ, ସଂଖ୍ୟାକ୍ରମ, ଅଧଃ କ୍ରମରେ ଓ ଉର୍ଦ୍ଧ୍ବ କ୍ରମରେ ସଂଖ୍ୟା ଲିଖନ, ସଂଖ୍ୟାର କ୍ରମ ଓ ରୂପ, ସଂଖ୍ୟାର ସ୍ଥାନୀୟମାନ, ପୁସ୍ତକ ପଠନ, ଯୋଗ, ବିୟୋଗ, ଜ୍ୟାମିତିକ ଆକୃତି, ଶବ୍ଦ ସଂଯୋଜନା ଆଦି ଶିଶୁ ମାନେ କିପରି ସହଜରେ ବୁଝି କରିପାରିବେ ତାହା ଉପରେ ତାଲିମ୍ ପ୍ରଦାନ କରିଥିଲେ।

ସି.ଆର୍.ସି.ସି ମାନେ ପ୍ରତ୍ୟେକ ମାସରେ କ୍ଲଷ୍ଟର ସ୍ତରୀୟ ବୈଠକ କରି ତାଲିମ ପ୍ରଦାନ କରିବାକୁ ସ୍ଥିର କରାଯାଇଛି। ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟକୁ ଉତ୍ତମ ଶିକ୍ଷାଦାନ ନିମନ୍ତେ ଶିକ୍ଷା ଉପକରଣ ଓ ସଂଖ୍ୟା ପରିଚୟ ଉପକରଣ କିଟ୍ ପ୍ରଦାନ କରାଯିବା ପାଇଁ ସ୍ଥିର କରାଯାଇଛି। ବ୍ଲକ୍ ସ୍ତରରେ ଓ କ୍ଲଷ୍ଚର ସ୍ତରରେ ନିୟମିତ ପ୍ରଫେସନାଲ ଲର୍ଣ୍ଣିଂ କମ୍ୟୁନିଟି ବୈଠକ କରି ଶିକ୍ଷାଦାନ କିପରି କରାଯାଉଛି ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷା ଓ ତାଲିମ୍ ଅନୁଷ୍ଠାନ ଖଲ୍ଲିକୋଟ ଗଞ୍ଜାମର ଅଧ୍ୟକ୍ଷ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ, ବ୍ଲକ୍ ଶିକ୍ଷାଧିକାରୀ ଏବଂ ସି.ଆର୍.ସି.ସି, ମାନେ ତାହାର ତଦାରଖ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଶିକ୍ଷା ବର୍ଷକୁ 2 ଭାଗରେ ବିଭକ୍ତ କରାଯାଇଛି।

ପ୍ରଥମଟି ବିଦ୍ୟାଳୟ ପ୍ରସ୍ତୁତି କାର୍ଯ୍ୟକ୍ରମ ଯାହାକି ପିଲା ମାନଙ୍କୁ ଓ୍ବାର୍କ ବୁକ୍ ଯୋଗାଇ ଦିଆଯିବା ସହିତ କ୍ରିୟାକଳାପ ମାଧ୍ୟମରେ ପୂର୍ବ ପାଠର ଆଲୋଚନା କରାଯିବ। ଦ୍ବିତୀୟଟି ଗ୍ରେଡ୍ ଲେବୁଲ୍ ପ୍ୟାକେଜ୍। ଏଥିରେ ପିଲାଙ୍କୁ ବିଷୟ ଭିତ୍ତିକ ଶିକ୍ଷାଦାନ କରାଯିବା ସହ ପିଲାଙ୍କ ଶିକ୍ଷା କ୍ଷେତ୍ରରେ କିପରି ଉନ୍ନତି ହୋଇଛି ତାହାର ମୂଲ୍ୟାଙ୍କନ କରାଯିବ। ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି ନିମନ୍ତେ ଏଫ୍.ଏଲ୍.ଏନ୍. ( ଫାଉଣ୍ଡେସନ୍ ଲିଟେରାସି ଆଣ୍ଡ ନ୍ୟୁମେରାଶି ) ହବ୍ ଛତ୍ରପୁରର କୌଣସି ଏକ ବିଦ୍ୟାଳୟରେ ସ୍ଥାପନ କରାଯିବା ପାଇଁ ସ୍ଥିର କରାଯାଇଛି।

ବୈଠକରେ ଜିଲ୍ଲା ଶିକ୍ଷାଧିକାରୀ ଅମୀତା ପଟ୍ଟନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଆବିଦା ପରବୀନ୍, ଛତ୍ରପୁର ବ୍ଲକ୍ ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷା ଓ ତାଲିମ୍ ଅନୁଷ୍ଠାନ ଖଲ୍ଲିକୋଟ ଗଞ୍ଜାମର ଡ. ନିହାରିକା ସାମନ୍ତରାୟ, ଶୈକ୍ଷିକ ସଂଯୋଜକ ଡ ସନ୍ତୋଷ କୁମାର ପଣ୍ଡା, ସି.ଆର୍.ସି.ସି. ରାଜପୁର ଲକ୍ଷ୍ମଣ ସେଠୀ, ବକ୍ସିପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାଶ ଶବର, କତୁରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ବେହେରା, ସମନ୍ବୀତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, କ୍ୟୁରେସ୍ ପ୍ରକଳ୍ପ ପରିଚାଳକ, ଛତ୍ରପୁର ରାମ କୃଷ୍ଣ ପଣ୍ଡା ଓ ଅନ୍ୟାନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ।

ଗଞ୍ଜାମ ଜିଲ୍ଲା ଶିକ୍ଷା ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ପିଏମଶ୍ରୀ ଭ୍ରମରବର ସରକାରୀ ଉଚ୍ଚ ବିଦ୍ୟାଳୟ ତମାଣ୍ଡୋରେ ପିଏମ ଶ୍ରୀ ଓ ବାର୍ଷିକ ଉତ୍ସବ ଉଦଯାପିତ

January 12, 2026

ଆଜି ଜାନୁୟାରୀ ୧୨ ତାରିଖ ସୋମବାରରେ ଜାଣନ୍ତୁ ସଂକ୍ଷେପରେ ରାଶିଫଳ, ଭାଗ୍ୟ ଓ ଭବିଷ୍ୟତ

January 12, 2026

ଚିଲିକାରେ ମେଗା ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

January 11, 2026

ଜାନୁଆରୀ ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

January 11, 2026
Latest News

କଚ୍ଛ ଏବଂ ସୌରାଷ୍ଟ୍ର କ୍ଷେତ୍ର ପାଇଁ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

January 12, 2026

ପିଏମଶ୍ରୀ ଭ୍ରମରବର ସରକାରୀ ଉଚ୍ଚ ବିଦ୍ୟାଳୟ ତମାଣ୍ଡୋରେ ପିଏମ ଶ୍ରୀ ଓ ବାର୍ଷିକ ଉତ୍ସବ ଉଦଯାପିତ

January 12, 2026

ଆଜି ଜାନୁୟାରୀ ୧୨ ତାରିଖ ସୋମବାରରେ ଜାଣନ୍ତୁ ସଂକ୍ଷେପରେ ରାଶିଫଳ, ଭାଗ୍ୟ ଓ ଭବିଷ୍ୟତ

January 12, 2026

ଚିଲିକାରେ ମେଗା ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

January 11, 2026

ଜାନୁଆରୀ ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

January 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.