Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟ୍ରାପ କ୍ୟାମେରାରେ କଲରାପତରିଆ ବାଘ ଗଣନା
ଆଜିର ଖବର

ଟ୍ରାପ କ୍ୟାମେରାରେ କଲରାପତରିଆ ବାଘ ଗଣନା

December 21, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଢେଙ୍କାନାଳ ଜ଼ିଲ୍ଲାରେ ବନ ବିଭାଗ ପକ୍ଷରୁ ଟ୍ରାପ କ୍ୟାମେରା ମାଧ୍ୟମରେ କଲରାପତରିଆ ବାଘ ଗଣନା ଆରମ୍ଭ ହୋଇଛି। ଗତ ଗଣନା ଅନୁଯାୟୀ ଅଧିକା କଲରାପତରିଆ ବାଘ ଥିବା ନେଇ ବିଭାଗୀୟ ସୂତ୍ର ରୁ ଜଣାପଡିଛି। ଗତ ଗଣନା ସମୟରେ ୧୨ ରୁ ୧୩ ଟି କଲରାପତରିଆ ବାଘ ରହିଥିବା ବେଳେ, ଏହା ପୂର୍ବରୁ ୭ ଟି କଲରାପତରିଆ ବାଘ ରହିଥିଲେ। ତେଣୁ ଏହି ବାଘ ସଂଖ୍ୟା ବଢ଼ୁଥିବାରୁ ନଜରରେ ରଖି ଏଭଳି ପଦକ୍ଷେପ ନିଆଯାଇଛି। ଏଥିପାଇଁ ଜ଼ିଲ୍ଲାରେ ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ୪୦ ଟି ଟ୍ରାପ କ୍ୟାମେରା ଲଗାଯାଇଥିବା ବେଳେ ଆଉ ୧୦ ଟି ଲଗାଯିବ।

ଜ଼ିଲ୍ଲାର ହିନ୍ଦୋଳ ରେଞ୍ଜ କନ୍ଧରା, କନକା ଓ କୋଇ ସଂରକ୍ଷିତ ଜଙ୍ଗଲ, କାମାକ୍ଷାନଗର ପୂର୍ବାଞ୍ଚଳ, ଓ ପଶ୍ଚିମାଞ୍ଚଳ ରେଞ୍ଜ ମଧ୍ୟରେ ଥିବା ଅନନ୍ତପୁର ସଂରକ୍ଷିତ ଜଙ୍ଗଲ ସମେତ ଅନ୍ୟାନ୍ୟ ଜଙ୍ଗଲରେ ଏହି ବାଘ ଅଧିକା ଥିବା ଆଶଙ୍କା କରାଯାଉଛି।

ଏ ସଂକ୍ରାନ୍ତରେ ଜ଼ିଲ୍ଲା ବନଖଣ୍ଡ ଅଧିକାରୀ ସୁମିତ କୁମାର କର କହିଛନ୍ତି ଯେ, ଢେଙ୍କାନାଳ ଜ଼ିଲ୍ଲାରେ ପୂର୍ବ ଗଣନା ଅନୁଯାୟୀ ଅଧିକା କଲରାପତରିଆ ବାଘ ଥିବା ଆଶଙ୍କା କରି ପୁଣିଥରେ ଟ୍ରାପ କ୍ୟାମେରା ମାଧ୍ୟମରେ ଗଣନା ଆରମ୍ଭ ହୋଇଛି। ଜାନୁଆରୀ ୧୫ ତାରିଖ ପରେ ଜ଼ିଲ୍ଲାରେ କେତେ କଲରା ପତରିଆ ବାଘ ଅଛନ୍ତି ଜଣାପଡିବ।

କଲରାପତରିଆ ବାଘ ଢେଙ୍କାନାଳ ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

NEET MDS 2026 ପାଇଁ ଆବେଦନ ପ୍ରକ୍ରିୟା ଜାରି: ମାର୍ଚ୍ଚ 30 ସୁଦ୍ଧା କରନ୍ତୁ ପଞ୍ଜୀକରଣ

March 14, 2026

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026
Latest News

NEET MDS 2026 ପାଇଁ ଆବେଦନ ପ୍ରକ୍ରିୟା ଜାରି: ମାର୍ଚ୍ଚ 30 ସୁଦ୍ଧା କରନ୍ତୁ ପଞ୍ଜୀକରଣ

March 14, 2026

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.