କର୍ଣ୍ଣାଟକରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ବୁଧବାର ଏକ ନୂଆ ମୋଡ ନେଇଛି। ବାଚସ୍ପତି କେ.ଆର. ରମେଶ କୁମାର ଅସନ୍ତୁଷ୍ଟ ବିଧାୟକଙ୍କ ଇସ୍ତଫା ଗ୍ରହଣ କରିବାରେ ବିଳମ୍ବ କରୁଥିବାରୁ ସେମାନେ ବାଚସ୍ପତିଙ୍କ ବିରୋଧରେ ବୁଧବାର ସୁପ୍ରିମକୋର୍ଟରେ ଫେରାଦ ହୋଇଛନ୍ତି। ଗତ ସପ୍ତାହରେ କଂଗେସ୍ର ଏବଂ ଜେଡିଏସର ୧୦ ଅସନ୍ତୁଷ୍ଟ ବିଧାୟକ ବାଚସ୍ପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଥିଲେ। କିନ୍ତୁ ବାଚସ୍ପତି ସାମ୍ବିଧାନିକ ଅଧିକାରଠାରୁ ଦୂରେଇ ଯାଇ ସେମାନଙ୍କ ଇସ୍ତଫା ଗ୍ରହଣ କରିବାରେ ବିଳମ୍ବ କରୁଛନ୍ତି ବୋଲି କଂଗ୍ରେସ ଓ ଜେଡିଏସର ବିଦ୍ରୋହୀ ବିଧାୟକ ସୁପ୍ରିକକୋର୍ଟଙ୍କ ନିକଟରେ ଅଭିଯୋଗ କରିଛନ୍ତି। ବରିଷ୍ଠ ଓକିଲ ମୁକୁଲ ରୋହତଗି ବିଧାୟକମାନଙ୍କ ପକ୍ଷରୁ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ଵାଧୀନ ଖଣ୍ଡପୀଠ ନିକଟରେ ପିଟିଶନ ଦାଖଲ କରିବା ସହିତ ସଅଳ ଏହାର ଶୁଣାଣି କରିବାକୁ ନିବେଦନ କରିଥିଲେ। ପ୍ରଧାନ ବିଚାରପତି ଗୁରୁବାର ପିଟିଶନର ଶୁଣାଣି କରିବା ରାଜି ହୋଇଛନ୍ତି। ସୂଚନାଯୋଗ୍ୟ, ଗତ ମଙ୍ଗଳବାର ବାଚସ୍ପତି ୮ ବିଧାୟକଙ୍କ ଇସ୍ତଫା ଅଗ୍ରାହ୍ୟ କରିଦେଇଥିଲେ।
ବାଚସ୍ପତିଙ୍କ ବିରୋଧରେ ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହେଲେ କର୍ଣ୍ଣାଟକ ବିଦ୍ରୋହୀ ବିଧାୟକ
Published:
Jul 10, 2019, 1:32 pm IST
Tags: