Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆରେ ‘ଗ୍ରାଣ୍ଡ ହୋମ୍ କମିଂ’- ପୁରାତନ ଛାତ୍ରଛାତ୍ରୀଙ୍କ ସମାବେଶ
ଆଜିର ଖବର

ସୋଆରେ ‘ଗ୍ରାଣ୍ଡ ହୋମ୍ କମିଂ’- ପୁରାତନ ଛାତ୍ରଛାତ୍ରୀଙ୍କ ସମାବେଶ

December 21, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ନିଜ ଶିକ୍ଷାନୁଷ୍ଠାନ ପ୍ରତି ପୁରାତନ ଛାତ୍ରଛାତ୍ରୀଙ୍କର ଏକ ବଡ଼ ଦାୟିତ୍ୱ ରହିଛି। ତେଣୁ ଯେଉଁଠାରୁ ଶିକ୍ଷା ଗ୍ରହଣ କରିଛ ସେହି ଶିକ୍ଷାନୁଷ୍ଠାନ ସହ କିଭଳି ଯୋଡ଼ି ହୋଇ ରହିହେବ ଏବଂ ତାହାର ମାନକୁ କିଭଳି ଉଚ୍ଚକୁ ନେଇ ହେବ ସେ ଦିଗରେ ପୁରାତନ ଛାତ୍ରଛାତ୍ରୀମାନେ ଯତ୍ନବାନ ହେବା ଉଚିତ୍ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ।

ଆଜି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପୁରାତନ ଛାତ୍ରଛାତ୍ରୀଙ୍କର ସମାବେଶ ‘ଗ୍ରାଣ୍ଡ ହୋମ କମିଂ’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ଆଚର୍ଯ୍ୟ ନିଜକୁ ମଧ୍ୟ ସୋଆର ଜଣେ ପୁରାତନ ଛାତ୍ର ବୋଲି ନିଜ ଭାଷଣ ପ୍ରସଙ୍ଗରେ କହିଥିଲେ। ସୋଆର ପ୍ରଥମ ସମାବର୍ତନ ଉତ୍ସବରେ ତାଙ୍କୁ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଥିବାରୁ ନିଜକୁ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ଭାବେ ଅଭିହିତ କରିଥିଲେ ପ୍ରଫେସର ଆଚାର୍ଯ୍ୟ। ଏହି ପରିପ୍ରେକ୍ଷୀରେ ନିଜ ଶିକ୍ଷାନୁଷ୍ଠାନ ସହ ପୁରାତନ ଛାତ୍ରଛାତ୍ରୀ ସମ୍ପର୍କ ସୁଦୃଢ଼ କରିବା ଆବଶ୍ୟକ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ବିଶିଷ୍ଟ ଅଭିନେତା ତଥା ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ୨୦୧୩ ବ୍ୟାଚର ଛାତ୍ର ଶ୍ରୀ ଦୀପନ୍ୱୀତ ଦାସମହାପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ତାଙ୍କ ଅଭିନୟ ଜୀବନ ସୋଆରୁ ଆରମ୍ଭ ହୋଇଥିଲା ବୋଲି ଗର୍ବର ସହ କହିଥିଲେ। ସୋଆର ଡ୍ରାମା କ୍ଲବ ‘ଟନେଲ୍ ଷ୍ଟୁକ୍‌୍‌’ରେ ଅଭିନୟ କରିବା ପରଠାରୁ ହିଁ ତାଙ୍କର ଅଭିନୟ ପ୍ରତି ଆଗ୍ରହ ବଢ଼ିଥିଲା ବୋଲି ସେ କହିଥିଲେ। ‘ଦମନ୍‌’, ‘ପ୍ରତୀକ୍ଷା’ ଏବଂ ନିକଟରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ ପରବ’ର ଅଭିନେତା ତଥା ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ପୁରସ୍କାର ପାଇଥିବା ଶ୍ରୀ ଦାସମହାପାତ୍ର ନିଜ କ୍ୟାରିୟରର ଶ୍ରେୟ ସୋଆକୁ ହିଁ ଦେଇଥିଲେ। ଅଭିନୟ କରିବାର ସ୍ୱପ୍ନ ସେ ସୋଆରୁ ହିଁ ଦେଖିଥିଲେ ବୋଲି ସେ କହିଥିଲେ। ସେହିପରି ନିଜ ଭାଷା, ସଂସ୍କୃତି, ପରମ୍ପରା ଓ ଓଡ଼ିଆ ଚଳଚ୍ଚିତ୍ରକୁ ଆଗକୁ ନେବା ପାଇଁ ସମସ୍ତଙ୍କର ସହଯୋଗ ଲୋଡିଥିଲେ ଶ୍ରୀ ମହାପାତ୍ର।

ଏହି ଅବସରରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସମାବେଶରେ ସାମିଲ ହୋଇଥିବା ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ସହ ସୋଆ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇବା ପୂର୍ବର ଛାତ୍ରଛାତ୍ରୀ ହୁଅନ୍ତୁ ଅଥବା ମାନ୍ୟତା ପାଇବା ପରେ ଶିକ୍ଷା ଗ୍ରହଣ କରିଥିବା ଛାତ୍ରଛାତ୍ରୀ ସମସ୍ତେ ସୋଆର ଅବିଚ୍ଛେଦ ଅଂଗ ବୋଲି କହିଥିଲେ। ଶିକ୍ଷାନୁଷ୍ଠାନ ଏବଂ ପୁରାତନ ଛାତ୍ରଛାତ୍ରୀଙ୍କ ସମ୍ପର୍କ ମା’ ଓ ସନ୍ତାନ ସଦୃଶ ବୋଲି ପ୍ରଫେସର ନନ୍ଦ କହିଥିଲେ। ତେଣୁ କେହି କାହାଠାରୁ କେବେ ବି ଦୂରେଇ ରହିପାରିବେ ନାହିଁ ବୋଲି ସେ କହିଥିଲେ। ସୋଆର ପୁରାତନ ଛାତ୍ରଛାତ୍ରୀମାନେ ରାଜନୀତି, ଶିକ୍ଷା, ସ୍ୱାସ୍ଥ୍ୟ ଓ ବ୍ୟବସାୟ ଭଳି ଅନେକ କ୍ଷେତ୍ରରେ ସମ୍ମାନଜନକ ସ୍ଥିତିରେ ଥିବା ବେଳେ ଜାହିର କରିଥିବା ବେଳେ ନିଜ ବିଶ୍ୱବିଦ୍ୟାଳୟକୁ ନେଇ ଗର୍ବ କରିବା ଉଚିତ୍ ବୋଲି ପ୍ରଫେସର ନନ୍ଦ କହିଥିଲେ।
୨୦୦୧ରୁ ୨୦୨୪ ଶିକ୍ଷା ବର୍ଷରେ ଶିକ୍ଷା ଗ୍ରହଣ କରିଥିବା ସୋଆର ପୁରାତନ ଛାତ୍ରଛାତ୍ରୀମାନେ ଏହି ସମାବେଶରେ ଏକତ୍ରିତ ହୋଇଥିଲେ।

କାର୍ଯ୍ୟକ୍ରମରେ ସୋଆ ଆଲୁମିନଜ୍‌ର ସଭାପତି ଡକ୍ଟର ସୁସ୍ମିତା ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଛାତ୍ରମଙ୍ଗଳ ଡିନ୍ ତଥା ଡିନ୍ ଆଲୁମିନାୟୀ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କହିଥିଲେ ଯେ ୨୦୩୬ରେ ବିକଶିତ ଓଡ଼ିଶା ଏବଂ ୨୦୪୭ରେ ବିକଶିତ ଭାରତ ଗଠନରେ ସୋଆର ପୁରାତନ ଛାତ୍ରଛାତ୍ରୀମାନଙ୍କର ଅନେକ ଭୂମିକା ରହିବ।

ସେହିପରି ସୋଆର ଇଣ୍ଡଷ୍ଟ୍ରି ଏନଗେଜ୍‌ମେଂଟ ଆଣ୍ଡ କର୍ପୋରେଟ ରିଲେସନ୍ସର ନିର୍ଦ୍ଦେଶକ ରିପ୍ତି ରଞ୍ଜନ ଦାଶ ନିଜ ବକ୍ତବ୍ୟରେ ପୁରାତନ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ସେମାନେ ନିଜ ନିଜ ମଧ୍ୟରେ ଯୋଗାଯୋଗ, ଉତ୍ତମ ସମ୍ପର୍କ, ଜ୍ଞାନର ଆଦାନ ପ୍ରଦାନ ଓ କ୍ୟାରିୟରରେ ସହଯୋଗ କଲାଭଳି କାର୍ଯ୍ୟ କରିବା ଉଚିତ୍‌। ଆଲୁମିନାୟୀମାନେ ବିଶ୍ୱବିଦ୍ୟାଳୟରେ ଶିକ୍ଷାଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କର ଲାଟେରାଲ କ୍ୟାମ୍ପସ ନିଯୁକ୍ତିରେ ସହାୟକ ହେବା ସହ ସେମାନଙ୍କର ମାର୍ଗଦର୍ଶକ ହୁଅନ୍ତୁ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ସୋଆ- ଅଟଳ ଇନ୍‌କ୍ୟୁବେସନ୍ ସେଂଟରର ଡିଜିଏମ୍ ଶ୍ରୀ ରାଜୀବ କୁମାର ଅନୁଷ୍ଠାନ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ।

ସମାବେଶରେ ସୋଆର ୨୦ ଜଣ ବିଶିଷ୍ଟ ପୁରାତନ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ସୋଆ ଆଲୁମିନାୟୀଜ୍‌ର ଆବାହକ ଶ୍ରୀ ଅଭିଷେକ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ଓଡ଼ିଶାର ସ୍ୱାନମଧନ୍ୟ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଶନିବାର ସକାଳେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍‌, ସ୍କୁଲ ଅଫ୍ ହୋଟେଲ ମ୍ୟାନେଜମେଂଟ, ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌, ସମ୍ ନର୍ସିଂ କଲେଜ, ସେଂଟର ଫର ବାୟୋଟେକ୍ନୋଲୋଜି, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍‌, ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ପୁରାତନ ଛାତ୍ରଛାତ୍ରୀମାନେ ନିଜ ନିଜ କଲେଜରେ ଏକତ୍ରିତ ହୋଇଥିବା ବେଳେ ସଂପୃକ୍ତ ଅନୁଷ୍ଠାନର ଡିନ୍ ଓ ସିନିୟର ପ୍ରଫେସରମାନେ ମଧ୍ୟ ଉପସ୍ଥିତ ଥିଲେ। ଅପରାହ୍ନରେ ସମସ୍ତ ପୁରାତନ ଛାତ୍ରଛାତ୍ରୀ ସୋଆ କ୍ୟାମ୍ପସ ୨ ଅଡିଟୋରିୟମ୍‌ରେ ଏକତ୍ରିତ ହୋଇଥିଲେ ।

‘ଗ୍ରାଣ୍ଡ ହୋମ୍ କମିଂ’ ପୁରାତନ ଛାତ୍ରଛାତ୍ରୀ ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.