Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘କସମୋପଲିଟାନ୍‌ କଭର୍‌ ପେଜ୍‌ରେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ
ଆଜିର ଖବର

‘କସମୋପଲିଟାନ୍‌ କଭର୍‌ ପେଜ୍‌ରେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ

July 10, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଓଡ଼ିଆ ଧାବିକା ତଥା ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ଫଟୋ ମହିଳା କୈନ୍ଦ୍ରିକ ଇଂରାଜୀ ପତ୍ରିକା ‘କସ୍‌ମୋପଲିଟାନ୍‌’ର ଜୁଲାଇ ମାସ ସଂସ୍କରଣର ପ୍ରଚ୍ଛଦ ପୃଷ୍ଠାରେ ସ୍ଥାନ ପାଇଛି। କସ୍‌ମୋଇଣ୍ଡିଆ ପକ୍ଷରୁ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଦୂତୀଙ୍କ ଫଟୋ ଥିବା ପ୍ରଚ୍ଛଦ ପୃଷ୍ଠାକୁ ପୋଷ୍ଟ୍ କରାଯାଇଛି। ସଦ୍ୟ ସଂସ୍କରଣର କଭର୍ ପେଜ୍ ପୋଷ୍ଟ୍ କରି ‘କସ୍‌ମୋଇଣ୍ଡିଆ’ ପକ୍ଷରୁ କୁହାଯାଇଛି ଯେ, ନିକଟରେ ଦୂତୀ ଚାନ୍ଦ ପ୍ରଥମ ଭାରତୀୟ କ୍ରୀଡ଼ାବିତ୍ ଭାବେ ଖୋଲାଖୋଲି ତାଙ୍କ ସମଲିଙ୍ଗୀ ସଂପର୍କ ବିଷୟରେ ପ୍ରକାଶ କରିଥିଲେ। ସେ କସ୍‌ମୋଇଣ୍ଡିଆକୁ ଦେଇଥିବା ସାକ୍ଷାତକାରରେ ତାଙ୍କ କ୍ରୀଡ଼ା ଜୀବନ ଓ ଅନ୍ୟାନ୍ୟ ବିଷୟରେ କହିଛନ୍ତି। ଗତ ମେ’ ମାସରେ ଦୂତୀ ତାଙ୍କର ସମଲିଙ୍ଗୀ ସଂପର୍କକୁ ନେଇ ଚର୍ଚ୍ଚାକୁ ଆସିଥିଲେ। ସେ ସମଲିଙ୍ଗୀ ରିଲେସନ୍‌ସିପ୍‌ରେ ଥିବା ଘୋଷଣା କରିଥିଲେ। ଏବେ ଇଟାଲୀର ନାପୋଲିରେ ଚାଲିଥିବା ୩୦ତମ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଦୂତୀ ଚାନ୍ଦ ଭାଗ ନେଇଛନ୍ତି। ଗତକାଲି ଏଥିରେ ତାଙ୍କ ବଡ଼ ସଫଳତା ମିଳିଛି। ମହିଳା ୧୦୦ ମିଟର ଦୌଡ଼ରେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି କ୍ରୀଡ଼ାର ଚଳିତ ସଂସ୍କରଣରେ ଏହା ହେଉଛି ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ। ତା’ସହିତ ଏହି ବିଶ୍ୱସ୍ତରୀୟ କ୍ରୀଡ଼ାରେ ୧୦୦ ମିଟର ଦୌଡ଼ରେ ଏହା ହେଉଛି ଭାରତର ପ୍ରଥମ ସ୍ୱର୍ଣ୍ଣ। ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଇତିହାସରେ ପୂର୍ବରୁ କୌଣସି ଭାରତୀୟ ୧୦୦ ମିଟର ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରି ନଥିଲେ। ଗତବର୍ଷ ଏସିଆନ ଗେମ୍ସରେ ଉଭୟ ୧୦୦ ଓ ୨୦୦ ମିଟର ଦୌଡ଼ରେ ଦୁଇଟି ରୌପ୍ୟ ପଦକ ଜିତିଥିଲେ ଦୂତୀ।

Share. Facebook Twitter LinkedIn Email WhatsApp Copy Link

Related Posts

ଏହି ଦୁଇ ଆଫ୍ରିକୀୟ ଦେଶ ଗସ୍ତରେ ଗଲେ ରାଷ୍ଟ୍ରପତି

November 8, 2025

ବିହାର ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ କେତେ ଆସନ ଜିତିବ ମହାଗଠବନ୍ଧନ?, ବଡ ଦାବି କଲା କଂଗ୍ରେସ

November 8, 2025

ଆଇନଗତ ସହାୟତାକୁ ସୁଦୃଢ଼ ​​କରିବା ପାଇଁ ନୂତନ ତାଲିମ ମଡ୍ୟୁଲ୍ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

November 8, 2025

ସାଇବର ଠକେଇର ଶିକାର ହେଲେ ଟିଏମସି ସାଂସଦ: ଏସବିଆଇ ଆକାଉଣ୍ଟରୁ ୫୬ ଲକ୍ଷ ଲୁଟ

November 8, 2025
Latest News

ଏହି ଦୁଇ ଆଫ୍ରିକୀୟ ଦେଶ ଗସ୍ତରେ ଗଲେ ରାଷ୍ଟ୍ରପତି

November 8, 2025

ବିହାର ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ କେତେ ଆସନ ଜିତିବ ମହାଗଠବନ୍ଧନ?, ବଡ ଦାବି କଲା କଂଗ୍ରେସ

November 8, 2025

ଆଇନଗତ ସହାୟତାକୁ ସୁଦୃଢ଼ ​​କରିବା ପାଇଁ ନୂତନ ତାଲିମ ମଡ୍ୟୁଲ୍ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

November 8, 2025

ଲାଲକୃଷ୍ଣ ଆଡଭାନୀଙ୍କୁ ୯୮ ବର୍ଷ ପୂରଣ: ୧୯୨୭ ପରଠାରୁ ତାଙ୍କ ଯାତ୍ରା ବିଷୟରେ ଜାଣନ୍ତୁ….

November 8, 2025

ସାଇବର ଠକେଇର ଶିକାର ହେଲେ ଟିଏମସି ସାଂସଦ: ଏସବିଆଇ ଆକାଉଣ୍ଟରୁ ୫୬ ଲକ୍ଷ ଲୁଟ

November 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.