Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତ୍ରିପୁରାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ ଓ ଶିଳାନ୍ୟାସ କଲେ କେନ୍ଦ୍ର ଗୃହ ମନ୍ତ୍ରୀ 
ଆଜିର ଖବର

ତ୍ରିପୁରାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ ଓ ଶିଳାନ୍ୟାସ କଲେ କେନ୍ଦ୍ର ଗୃହ ମନ୍ତ୍ରୀ 

December 23, 2024No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ତ୍ରିପୁରାରେ ଢଳାଇଠାରେ ପ୍ରାୟ ୬୬୮ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ। ଏହି ଅବସରରେ ଶ୍ରୀ ଶାହା ଢଳାଇସ୍ଥିତ ହାଡୁକଲାଉ ପାରା ବ୍ରୁ ଥଇଥାନ କଲୋନି ପରିଦର୍ଶନ କରି ବ୍ରୁ ରିଆଙ୍ଗ ସଂପ୍ରଦାୟର ଲୋକମାନଙ୍କୁ ଭେଟିଥିଲେ ଓ ସେ ମଧ୍ୟ ସେମାନଙ୍କ ଘରକୁ ଯାଇ ସାକ୍ଷାତ କରିଥିଲେ। ଏହି ଅବସରରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ପ୍ରଫେସର (ଡ. ) ମାଣିକ ସାହା, କେନ୍ଦ୍ର ଗୃହ ସଚିବ, ଗୁଇନ୍ଦା ବ୍ୟୁରୋ ନିର୍ଦ୍ଦେଶକ ଏବଂ ପୁଲିସ ଗବେଷଣା ଓ ବିକାଶ ବ୍ୟୁରୋ (ବିପିଆରଏଣ୍ଡଡି)ର ମହାନିର୍ଦ୍ଦେଶକ ଉପସ୍ଥିତ ଥିଲେ।

ନିଜ ଅଭିଭାଷଣରେ ଗୃହମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ୩୮,୦୦୦ ବ୍ରୁ ରିଆଙ୍ଗ ଲୋକଙ୍କୁ ଥଇଥାନ କରିଛନ୍ତି। ପ୍ରାୟ ୨୫ ବର୍ଷ ଧରି ଅତ୍ୟନ୍ତ ଖରାପ ଅବସ୍ଥାରେ ଜୀବନ ବିତାଉଥିବା ବ୍ରୁ ରିଆଙ୍ଗ ଭାଇ ଭଉଣୀମାନଙ୍କ ପାଖରେ ପାଣି, ଶୌଚାଳୟ, ବିଜୁଳି, ଶିକ୍ଷା, ରୋଜଗାର ଓ ସ୍ୱାସ୍ଥ୍ୟସେବା ଭଳି ମୌଳିକ ସୁବିଧା ମଧ୍ୟ ନଥିଲା। ଯେଉଁମାନେ ଦୀର୍ଘ ଦିନ ଧରି ଏଠାରେ ଶାସନ କରିଥିଲେ ସେମାନେ ବ୍ରୁ ରିଆଙ୍ଗ ଲୋକଙ୍କ ଯନ୍ତ୍ରଣା କେବେ ଦେଖିପାରିନଥିଲେ, କିନ୍ତୁ ମୋଦୀଜୀ ଏହି ଲୋକମାନଙ୍କର ଯନ୍ତ୍ରଣା ଦେଖିଥିଲେ, ବୁଝିଥିଲେ ଏବଂ ଏହାକୁ ଦୂର କରିଥିଲେ। ଶ୍ରୀ ଶାହା କହିଥିଲେ ଯେ ଯେତେବେଳେ ତ୍ରିପୁରାରେ ସରକାର ପରିବର୍ତ୍ତନ ହୋଇଥିଲା ଏବଂ ତାଙ୍କ ଦଳ ସରକାର ଗଠନ କରିଥିଲା, ସେତେବେଳେ ନରେନ୍ଦ୍ର ମୋଦୀ ମଧ୍ୟ କେନ୍ଦ୍ରରେ କ୍ଷମତାସୀନ ଥିଲେ। ସେତେବେଳେ କରାଯାଇଥିବା ବୁଝାମଣା ଅନୁସାରେ ୪୦ହଜାର ଲୋକଙ୍କ ଥଇଥାନ କରାଯାଇଥିଲା ଓ ମହିଳାଙ୍କ ପାଇଁ ବସ୍ତି, ରୋଜଗାର, ସ୍ୱାସ୍ଥ୍ୟ, ଶିକ୍ଷା, ବିଶୁଦ୍ଧ ପାନୀୟ ଜଳ, ଶୌଚାଳୟ ଓ ସମବାୟ ସୁବିଧା ଯୋଗାଇଦିଆଯାଇଥିଲା। ପୂର୍ବ ସରକାର ସମୟରେ ଏଭଳି ଅନେକ ଯୋଜନା କରାଯାଇଥିଲେ ହେଁ ତାହା କେବେ ବି ଫଳପ୍ରଦ ହୋଇନଥିଲା ବୋଲି ସେ କହିଥିଲେ।

ଅମିତ ଶାହ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ କେବଳ ୧୯୯୮ ମସିହାରୁ ଦୁର୍ବିସହ ଜୀବନ ବିତାଉଥିବା ବ୍ରୁ ରିଆଙ୍ଗ ଭାଇ ଭଉଣୀଙ୍କ ପାଇଁ ଯୋଜନା କରିନଥିଲେ ବରଂ ୯୦୦ କୋଟି ଟଙ୍କା ବ୍ୟୟରେ ୧୧ଟି ବସତି ମଧ୍ୟ ସ୍ଥାପନ କରିଥିଲେ। ଏହି ସବୁ ଗାଁରେ ବିଜୁଳି, ରାସ୍ତା, ପାନୀୟ ଜଳ, ଯୋଗାଯୋଗ, ସୋଲାର ଷ୍ଟ୍ରିଟ୍ ଲାଇଟ୍, ଶସ୍ତା ଶସ୍ୟ ଦୋକାନ, ଅଙ୍ଗନବାଡ଼ି ବିଦ୍ୟାଳୟ ଓ ସ୍ବାସ୍ଥ୍ୟକେନ୍ଦ୍ର ଆଦି ରହିଛି। ଭାରତର ଅନ୍ୟ ନାଗରିକଙ୍କ ଭଳି ଏହି ୧୧ଟି କଲୋନୀରେ ରହୁଥିବା ଲୋକଙ୍କୁ ସମସ୍ତ ଅଧିକାର ପ୍ରଧାନମନ୍ତ୍ରୀ ମୋଦୀ ନିଶ୍ଚିତ କରିଛନ୍ତି। ଏହି ଲୋକଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି, ମୋଦୀ ସରକାର ସେମାନଙ୍କ ରାସନ କାର୍ଡ, ସ୍ୱାସ୍ଥ୍ୟ କାର୍ଡ ଓ ସମବାୟ ସମିତି ତିଆରି କରି ସେମାନଙ୍କୁ ରୋଜଗାର ଯୋଗାଇବା କାର୍ଯ୍ୟ ମଧ୍ୟ କରିଛନ୍ତି ବୋଲି ଶ୍ରୀ ଶାହା କହିଛନ୍ତି। ସେ କହିଛନ୍ତି ଯେ ଏହି ଲୋକମାନଙ୍କର ବର୍ତ୍ତମାନ ୧୨୦୦ ବର୍ଗଫୁଟର ପ୍ଲଟ୍ ଅଛି ଏବଂ ଭାରତ ସରକାରଙ୍କ ସହାୟତାରେ ସେମାନଙ୍କ ଘର ନିର୍ମାଣ କରାଯାଇଛି। ଏଥିସହିତ ମୋଦୀ ସରକାର ଏହି ଲୋକମାନଙ୍କୁ ୨୪ ମାସ ପାଇଁ ମାସିକ ୫ହଜାର ଟଙ୍କା  ଲେଖାଏଁ ସହାୟତା ମଧ୍ୟ ଦେଇଥିଲେ।

କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ କହିଛନ୍ତି ଯେ ପୂର୍ବ ସରକାରଙ୍କ ଶାସନ ସମୟରେ ମାତ୍ର ୨.୫ ପ୍ରତିଶତ ଲୋକଙ୍କୁ ପାନୀୟ ଜଳ ମିଳୁଥିବା ବେଳେ ଆଜି ୮୫ ପ୍ରତିଶତ ଲୋକଙ୍କ ଘରେ ଟ୍ୟାପ୍ ପାଣି ପହଞ୍ଚିଛି। ପୂର୍ବରୁ କୌଣସି ଗରିବ ଲୋକଙ୍କୁ ମାଗଣା ରାସନ ମିଳୁନଥିଲା, କିନ୍ତୁ ଆଜି ମୋଦିଜୀଙ୍କ ନେତୃତ୍ବରେ ତ୍ରିପୁରାର ୮୨ ପ୍ରତିଶତ ଲୋକ ମାଗଣାରେ ୫ କେଜି ଚାଉଳ ପାଉଛନ୍ତି । ଶ୍ରୀ ଶାହା କହିଛନ୍ତି ଯେ ତ୍ରିପୁରାର ୮୦ ପ୍ରତିଶତ ଲୋକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବା ଖର୍ଚ୍ଚ ଦିଆଯାଉଛି । ତ୍ରିପୁରାକୁ ପୁଞ୍ଜିନିବେଶ ଆସୁଛି, ରାସ୍ତା ନିର୍ମାଣ ହୋଇଛି, ପ୍ରତ୍ୟେକ ଘରେ ବିଜୁଳି ଓ ଶୌଚାଳୟ ପହଞ୍ଚିଛି। ତ୍ରିପୁରାରେ ସ୍କୁଲ ଡ୍ରପଆଉଟ୍ ଅନୁପାତ ୩ ପ୍ରତିଶତ ତଳକୁ ଖସି ଆସିଛି ଏବଂ ନାମଲେଖା ୬୭ ପ୍ରତିଶତରୁ ୯୯.୫ ପ୍ରତିଶତକୁ ବୃଦ୍ଧି ପାଇଛି।

ଗଣତନ୍ତ୍ରରେ ବିଶ୍ୱାସ ରଖୁଥିବା ଲୋକମାନେ କ୍ଷମତାକୁ ଆସିଲେ ଦେଶ ଓ ରାଜ୍ୟର କିଭଳି ବିକାଶ ହୁଏ ତାହା ମୋଦୀ ସରକାର ଓ ତ୍ରିପୁରା ସରକାର ଦେଖାଇଛନ୍ତି ବୋଲି ଶ୍ରୀ ଶାହା କହିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ସରକାର ଏବଂ ତ୍ରିପୁରାରେ ପ୍ରଥମେ ଶ୍ରୀ ବିପ୍ଲବ ଦେବଜୀଙ୍କ ସରକାର ଏବଂ ବର୍ତ୍ତମାନ ମାଣିକ ସାହାଙ୍କ ସରକାର ବିକାଶ କାର୍ଯ୍ୟକୁ ଆଗକୁ ବଢ଼ାଉଛନ୍ତି। ଏଠାରେ ମା’ ତ୍ରିପୁରା ସୁନ୍ଦରୀଙ୍କ ଏକ ଭବ୍ୟ ମନ୍ଦିର ନିର୍ମାଣ କରାଯାଉଛି, ଯାହା ଦ୍ୱାରା ସାରା ବିଶ୍ୱରୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ମା’ଙ୍କ ଦର୍ଶନ କରିବା ସହଜ ହେବ।

ଅମିତ ଶାହ କହିଛନ୍ତି ଯେ ଆଜି ତ୍ରିପୁରା ଶାନ୍ତିପୂର୍ଣ୍ଣ ଅଛି ଏବଂ ଏଠାରେ ହିଂସାର ଅନ୍ତ ଘଟିଛି। ସେ କହିଛନ୍ତି ଯେ ମୋଦୀ ସରକାର ବିଦ୍ରୋହୀ ଗୋଷ୍ଠୀ ସହ ତିନୋଟି ଚୁକ୍ତି ସ୍ୱାକ୍ଷର କରି ତ୍ରିପୁରାରେ ଶାନ୍ତି ଫେରାଇ ଆଣିଛନ୍ତି। ଆଜି ତ୍ରିପୁରା ମୋଦିଜୀଙ୍କ ଦ୍ୱାରା ଦେଖାଯାଇଥିବା ବିକାଶ ପଥରେ ଶାନ୍ତିପୂର୍ଣ୍ଣ ଭାବେ ଅଗ୍ରସର ହେଉଛି।

ଆଜି କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ କେତେକ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି, ତାହା ମଧ୍ୟରେ ରହିଛି ଅଗରତାଲାସ୍ଥିତ କେନ୍ଦ୍ରୀୟ ଗୁଇନ୍ଦା ତାଲିମ ପ୍ରତିଷ୍ଠାନ (ସିଡିଟିଆଇ)। ଗୃହ ମନ୍ତ୍ରଣାଳୟର ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଉତ୍ତର-ପୂର୍ବାଞ୍ଚଳ ଏବଂ ପଡ଼ୋଶୀ ଦେଶଗୁଡ଼ିକରେ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ପୋଲିସିଂ କ୍ଷେତ୍ରରେ ଉଚ୍ଚ ମାନଦଣ୍ଡ ସ୍ଥାପିତ କରିବା । ସୂଚନାଯୋଗ୍ୟ, ଶିଲଂରେ ଅନୁଷ୍ଠିତ ଉତ୍ତର-ପୂର୍ବ ପରିଷଦ (ଏନଇସି)ର ୬୯ତମ ପୂର୍ଣ୍ଣାଙ୍ଗ ଅଧିବେଶନରେ ଉତ୍ତର-ପୂର୍ବାଞ୍ଚଳର ନିର୍ଦ୍ଦିଷ୍ଟ ନିରାପତ୍ତା ଚ୍ୟାଲେଞ୍ଜଗୁଡ଼ିକର ଅଧ୍ୟୟନ ପାଇଁ ଶିକ୍ଷାନୁଷ୍ଠାନ ସହଯୋଗରେ ଏକ ଏକାଡେମିକ୍ ରିସର୍ଚ୍ଚ ସେଣ୍ଟର ପ୍ରତିଷ୍ଠା କରିବାକୁ ସୁପାରିସ କରାଯାଇଥିଲା।

ଏହି ଅନୁଷ୍ଠାନ ପାଇଁ ତ୍ରିପୁରା ସରକାର ପଶ୍ଚିମ ତ୍ରିପୁରା ଜିଲ୍ଲାର ଜିରାନିଆ ସବ-ଡିଭିଜନରେ ୯.୫୭ ଏକର ଜମି ଆବଣ୍ଟନ କରିଛନ୍ତି। ଏହାର ଭିତ୍ତିଭୂମି ନିର୍ମାଣ ପାଇଁ ଗୃହ ମନ୍ତ୍ରଣାଳୟ ୧୨୦ କୋଟି ଟଙ୍କା ମଞ୍ଜୁର କରିଛି। ଆବଣ୍ଟିତ ଜମିର ଡିଜିଟାଲ ସର୍ଭେ ଶେଷ ହୋଇସାରିଛି। ସିଡିଟିଆଇ ଅଗରତାଲା ପ୍ରତିବର୍ଷ ଉତ୍ତର-ପୂର୍ବରାଜ୍ୟ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ)ର ୬,୦୦୦ରୁ ଅଧିକ ଯବାନଙ୍କୁ ତାଲିମ ଦେବ । ଏହି ଅନୁଷ୍ଠାନରେ ଅତ୍ୟାଧୁନିକ ଶ୍ରେଣୀଗୃହ, ସିମୁଲେସନ୍ ଲ୍ୟାବ୍, ଆଇଟି ଡାଟା ସେଣ୍ଟର ଏବଂ ବ୍ୟବହାରିକ ପ୍ରଶିକ୍ଷଣ କ୍ଷେତ୍ର ଭଳି ଅତ୍ୟାଧୁନିକ ସୁବିଧା ରହିବ ଯାହା ପୋଲିସ କର୍ମଚାରୀମାନଙ୍କୁ ଆଧୁନିକ ଦକ୍ଷତା ପ୍ରଦାନ କରିବ ।

ଏହି ଅନୁଷ୍ଠାନ ଉତ୍ତର ପୂର୍ବ ଭାରତର ଆଭ୍ୟନ୍ତରୀଣ ଏବଂ ଜାତୀୟ ନିରାପତ୍ତା ବିଷୟରେ ଉଚ୍ଚସ୍ତରୀୟ ପ୍ରଶିକ୍ଷଣ ଏବଂ ଗବେଷଣା ସୁବିଧା ପ୍ରଦାନ କରିବ। ଏହି ଅନୁଷ୍ଠାନରେ ଏକ ଉତ୍ସର୍ଗୀକୃତ ଏକାଡେମିକ ଗବେଷଣା କେନ୍ଦ୍ର ମଧ୍ୟ ରହିବ ଯାହା ଆତଙ୍କବାଦ ବିରୋଧୀ ପଦକ୍ଷେପ, ସୀମା ପରିଚାଳନା, ମାନବ ଚାଲାଣ, ନିଶା ଦ୍ରବ୍ୟ ଚୋରା ଚାଲାଣ, ବେଆଇନ ସ୍ଥାନାନ୍ତର ଏବଂ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ଭଳି ପ୍ରମୁଖ ସୁରକ୍ଷା ଆହ୍ୱାନର ଅଧ୍ୟୟନ କରିବା ପାଇଁ ଶିକ୍ଷାନୁଷ୍ଠାନମାନଙ୍କ ସହଯୋଗରେ କାର୍ଯ୍ୟ କରିବ।

ଅଗରତାଲାରେ ପ୍ରତିଷ୍ଠା ହେବାକୁ ଥିବା ସିଡିଟିଆଇ କେବଳ ପୋଲିସ ବାହିନୀର କ୍ଷମତା ବୃଦ୍ଧି କରିବ ନାହିଁ ବରଂ ସୀମାପାର ସୁରକ୍ଷା ଆହ୍ୱାନର ପ୍ରଭାବଶାଳୀ ମୁକାବିଲା ପାଇଁ ଅନ୍ତର୍ଜାତୀୟ ସହଯୋଗକୁ ମଧ୍ୟ ପ୍ରୋତ୍ସାହିତ କରିବ।

ଗୃହ ମନ୍ତ୍ରାଳୟ ତ୍ରିପୁରା ଧଲାଇ ଶ୍ରୀ ଅମିତ ଶାହା
Share. Facebook Twitter LinkedIn Email WhatsApp Copy Link

Related Posts

‘ଏହା କୌଣସି ସାଧାରଣ ଘଟଣା ନୁହେଁ, ବହୁତ କିଛି ହେବାକୁ ଯାଉଛି…’: ଧନଖରଙ୍କ ଇସ୍ତଫା ଉପରେ ସଂଜୟ ରାଉତ ଆଶଙ୍କା

July 22, 2025

ଅଜଣା ବ୍ୟକ୍ତିଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର: ପୋଲିସ ର ତଦନ୍ତ ଜାରି

July 22, 2025

ଚେସ୍ ମହିଳା ବିଶ୍ୱକପ୍‌ର ସେମିଫାଇନାଲ୍‌ରେ ପହଞ୍ଚିଲେ ଦିବ୍ୟା ଦେଶମୁଖ, ଜିତିବା ପରେ ହେଲେ ଭାବପ୍ରବଣ

July 22, 2025

ଯୋଗୀ ସରକାରଙ୍କ ଐତିହାସିକ ନିଷ୍ପତ୍ତି: ପୂର୍ବ ପାକିସ୍ତାନର ପରିବାରକୁ ଭୂମି ଅଧିକାର, ୧୦ ହଜାର ପରିବାରରେ ଖୁସି

July 22, 2025
Latest News

‘ଏହା କୌଣସି ସାଧାରଣ ଘଟଣା ନୁହେଁ, ବହୁତ କିଛି ହେବାକୁ ଯାଉଛି…’: ଧନଖରଙ୍କ ଇସ୍ତଫା ଉପରେ ସଂଜୟ ରାଉତ ଆଶଙ୍କା

July 22, 2025

ଅଜଣା ବ୍ୟକ୍ତିଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର: ପୋଲିସ ର ତଦନ୍ତ ଜାରି

July 22, 2025

ଚେସ୍ ମହିଳା ବିଶ୍ୱକପ୍‌ର ସେମିଫାଇନାଲ୍‌ରେ ପହଞ୍ଚିଲେ ଦିବ୍ୟା ଦେଶମୁଖ, ଜିତିବା ପରେ ହେଲେ ଭାବପ୍ରବଣ

July 22, 2025

ଯୋଗୀ ସରକାରଙ୍କ ଐତିହାସିକ ନିଷ୍ପତ୍ତି: ପୂର୍ବ ପାକିସ୍ତାନର ପରିବାରକୁ ଭୂମି ଅଧିକାର, ୧୦ ହଜାର ପରିବାରରେ ଖୁସି

July 22, 2025

ଆଜିଠାରୁ ଆରମ୍ଭ ହେବ ଦେଶର ସବୁଠାରୁ ଶସ୍ତା ଇଲେକ୍ଟ୍ରିକ୍ MPV ର ବୁକିଂ, ଜାଣନ୍ତୁ ମୂଲ୍ୟ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.