ଯୁକ୍ତରାଷ୍ଟ୍ର ଆମେରିକାରେ ଅବସ୍ଥାନ କରୁଥିବା ଓଡିଆ ମାନଙ୍କ ସଙ୍ଗଠନ ଓଡିଶା ସୋସାଇଟି ଅଫ୍ ଆମେରିକା (ଓଏସ୍ଏ)ର ସୁବର୍ଣ୍ଣ ଜୟନ୍ତୀ ପାଳିତ ହୋଇଛି । ନ୍ୟୁ ଜର୍ସିର ଆଟଲାଣ୍ଟିକ ସହରର ହାରାହରେ ଜୁଲାଇ 4-7 ମଧ୍ୟରେ ଏହି ସୁବର୍ଣ୍ଣ ଜୟନ୍ତୀ ପାଳିତ ହୋଇଛି । ଆଟଲାଣ୍ଟିକ୍ ସହରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଏସ୍ଏର ସ୍ବର୍ଣ୍ଣିମ ଅତୀତ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହା ବ୍ୟତୀତ ସଙ୍ଗଠନର କାର୍ଯ୍ୟକର୍ତ୍ତାଙ୍କ କୃତିତ୍ବ ଏବଂ ଭବିଷ୍ୟତ ସମ୍ପର୍କରେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଆମେରିକା, କାନାଡା ଏବଂ ଅନ୍ୟାନ୍ୟ 18ଟି ପ୍ରାନ୍ତରୁ 2 ହଜାରରୁ ଅଧିକ ଲୋକ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ବେଳେ ପଣ୍ଡିତ ହରି ପ୍ରସାଦ ଚୌରାସିଆ ମୁଖ୍ୟ ଅତିଥି ଭାବରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ କଳା, ସଂସ୍କୃତି, ଶିକ୍ଷା, ବିଜ୍ଞାନ ଏବଂ ନୃତ୍ୟ ପ୍ରଭୃତିକୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷର ବିଷୟବସ୍ତୁ ବିନ୍ଦୁ ବିନ୍ଦୁ ମିଶି ହୁଅଇ ସିନ୍ଧୁକୁ ସଠିକ୍ ଦିଶାରେ ପାଳନ କରାଯାଇପାରିଛି ବୋଲି ସଙ୍ଗଠନର ସଂଯେଜକ ଉମା ବଲ୍ଲଭ ମିଶ୍ର ପ୍ରକାଶ କରିଛନ୍ତି । ଜାତୀୟ ସଭାପତି ଲଲାଟେନ୍ଦୁ ମହାନ୍ତି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଦର୍ଶକ ଏବଂ ଯୁବକଙ୍କୁ ଧନ୍ୟବାଦ ଜଣାଇଥିଲେ ।