Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଦିନିଆ ବର୍ଷା ବ୍ୟାପକ ଫସଲ ହାନି: ଚାଷ ଜମିକୁ ଯାଇ ସ୍ଥିତି ପରିଖିଲେ ବାଚସ୍ପତି ସୁରମା ପାଢୀ
ଆଜିର ଖବର

ଅଦିନିଆ ବର୍ଷା ବ୍ୟାପକ ଫସଲ ହାନି: ଚାଷ ଜମିକୁ ଯାଇ ସ୍ଥିତି ପରିଖିଲେ ବାଚସ୍ପତି ସୁରମା ପାଢୀ

December 24, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ୨ ଦିନ ଧରି ରଣପୁର ଅଚଂଳରେ ଲାଗି ଅଦିନିଆ ବର୍ଷା ରହିଥିଲା। ଯାହାଫଳରେ ଚାଷୀମାନେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛନ୍ତି। ୬ ମାସ ଧରି ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷୀ ଯେଉଁ ପରିଶ୍ରମ କରିଥିଲା ତାହା ଏବେ ବୃଥା ଯାଇଥିବା ଜଣାଯାଇଛି। ଏହି ଲଗାଣ ବର୍ଷାରେ ରଣପୁର ଅଚଂଳରେ ରେକର୍ଡ ସଂଖ୍ୟକ ବର୍ଷା ହୋଇଥିବା ବେଳେ ସୋମବାର ଦିନ ରଣପୁର ବିଧାୟିକା ତଥା ଓଡିଶା ବିଧାନସଭା ବାଚସ୍ପତି ସୁରମା ପାଢୀ ଚାଷ ଜମିକୁ ଯାଇ କୃଷକଙ୍କର ସମସ୍ୟା ବୁଝିବା ସହ ସ୍ଥିତି ପରଖିଥିବା ଦେଖାଦେଇଛି।

ଚଳିତ ବର୍ଷ ଧାନ ଫସଲର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅନୁକୁଳ ପାଗ ଯୋଗୁ ରଣପୁର ଅଚଂଳରେ ଭଲ ଚାଷ ହୋଇଥିଲା। ସେହିଭଳି ଧାନ ଗଛରେ ରୋଗ ପୋକ ନ ଲାଗିବା ସାଙ୍ଗ କୁ ଫସଲ ଭଲ ହୋଇଥିଲା। କେବଳ ଗତ ମାସରେ ବାତ୍ୟା ପବନରେ କିଛି ଧାନ ବିଲରେ ପଡି ଯାଇଥିବା ବେଳେ ଧାନ ଫସଲର ସେଭଳି କ୍ଷତି ହୋଇ ନ ଥିଲା। ଲୋକ ମାନେ ଧାନ କାଟିବାରେ ବ୍ୟସ୍ତ ରହିଥିଲେ। ଯେହେତୁ ବାତ୍ୟା ପବନରେ ଅନେକ ଧାନ ଗଛ ଶୋଇ ଯାଇଥିଲା। ସେଥିପାଇଁ ଚାଷୀ ମାନେ ମେସିନ ସାହାଯ୍ୟରେ ଧାନ କାଟି ପାରି ନ ଥିଲେ।

ଏକାକାଳୀନ ସମସ୍ତ ଚାଷୀ ଧାନ କାଟିବାରେ ବ୍ୟସ୍ତ ରହିବାରୁ ଲୋକଙ୍କ ସମସ୍ୟା ଲାଗି ରହିଲା। ଏକକାଳୀନ ସମସ୍ତ ଚାଷୀ ଧାନ କାଟୁ ଥିବାରୁ ଧାନ କଟାଳି ଠିକ ଭାବରେ ମିଳି ପାରିଲେ ନାହିଁ। ଯାହା ଫଳରେ ଚାଷୀ ମାନେ ଧାନ କାଟିବାରେ ବିଳମ୍ବ ହେଲା। ଧାନ ରଖିବା ପାଇଁ ସୁବିଧା ନ ଥିବାରୁ ଅନେକ ଚାଷୀ ଧାନ କାଟି ବିଲରେ ପକାଇଲେ। ଏବେ ଅମଳ ସମୟରେ ତିନ ଦିନ ଧରି କୋହଲା ପାଗ ରହିଥିବା ବେଳେ ଶୁକ୍ରବାର ଓ ଶନିବାର ଦିନ ତମାମ ଲଗାଣ ବର୍ଷା ଲାଗିରହିଲା।

ଏହି ଲଗାଣ ବର୍ଷାରେ ରଣପୁରରେ ସବାଧିକ ୧୦୮ ମିଲିମିଟର ବାର୍ଷା ହୋଇଛି ବୋଲି ପାଣିପାଗ ବିଭାଗ ରେକର୍ଡ କରିଥିଲା। ଏହି ଲଗାଣ ବର୍ଷାରେ ରଣପୁର ଅଚଂଳରେ ବିଲରେ ଗଦା କରିଥିବା ସମସ୍ତ ଚାଷୀଙ୍କ ଧାନରେ ପାଣି ପସିଯାଇଥିବା ବେଳେ ଯେଉଁମାନେ ଧାନ କାଟିନାହାନ୍ତି ସେମାନଙ୍କ ଧାନ ଉପରେ ପାଣି ଚାଲୁଥିବାର ଦେଖିବାକୁ ମିଳିଛି। ବାଚସ୍ପତି ସୁରମା ପାଢୀ କାଣ୍ଡପଡା ପଚାଂୟତର ବିଭିନ୍ନ ଅଚଂଳ ବୁଲି ସ୍ଥିତି ପରକ୍ଷିଥିଲେ। ତହସିଲଦାର ଓ ଆର.ଆଇ. ଟ ସହିତ ଆଲୋଚନା କରି ସରକାରଙ୍କୁ ଏ ବିଷୟରେ ଅବଗତ କରିବା ସହିତ ଚାଷୀମାନଙ୍କର ସୁବିଧା କରିବା ପାଇଁ ପ୍ରତିଶୃତି ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ନିର୍ମଳ ମତଗଜସିଂ, ଗଣେଶ୍ୱର ମାନ୍ଧାତା, ଅଭିଷେକ ସାମନ୍ତରାୟ, ପ୍ରଫ୍ଲୁଲ କୁମାର ମହାପାତ୍ର, ଭାସ୍ଖର ନାୟକ, ସୁରେନ୍ଦ୍ର ଦଳବେହେରା ପ୍ରମୁଖ ଯାଇ ବିଲରେ ସ୍ଥିତି ପରକ୍ଷିଥିଲେ। ଚାଷୀ ମାନଙ୍କୁ ଶିଘ୍ର କ୍ଷତି ପୁରଣି ଦେବାକୁ ବାଚସ୍ପତିଙ୍କ ଠାରେ ଦାବି କରିଥିଲେ। ଯେଉଁ କିଛି ଚାଷୀ ଧାନ ମଣ୍ଡିରେ ଧାନ ବିକ୍ରୀ କରିବାର ଆଶା ନେଇ ଅମଳ କରିବାରେ ବିଳମ୍ବ କରି ଆସୁଥିଲେ ସେମାନଙ୍କ ପାଇଁ ଅଦିନିଆ ବର୍ଷା କାଳ ସଦୃଶ ଦାଉ ସାଧିଲା ଭଳି ପରିସ୍ଥିତି ସୃଷ୍ଟି କରିଛି।

ଅପରପକ୍ଷରେ ଏହି ଅଦିନିଆ ବର୍ଷା ଚାଷୀ ଙ୍କ ପାଇଁ କାଳସଦୁଶ ହୋଇଥିବା ବେଳେ ମିଲର ଓ ସମବାୟ କର୍ମଚାରୀ ଙ୍କ ପାଇଁ ପୁଷମାସ ସଦୁର୍ଶ ହୋଇଛି। ଏହି ଅଦିନିଆ ବର୍ଷାରେ ରଣପୁର, କାଣ୍ଡପଡା, ନରସିଂହପୁର, ବ୍ରଜରାଜପୁର, ଗୋପାଳପୁର, ଚାନ୍ଦପୁର ସମେତ ସମସ୍ତ ରଣପୁର ବ୍ଲକ ଅଚଂଳର ଚାଷୀ ମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ସରକାର ତୁରନ୍ତ ଚାଷୀ ମାନଙ୍କର ସମସ୍ୟା କୁ ସମାଧାନ କରିବା ସହ ଧାନ ମଣ୍ଡି ଖୋଲିବା ପାଇଁ ଦାବୀ ହଉଛି।

ଅଦିନିଆ ବର୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ନେପାଳର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେପି ଶର୍ମା ଓଲି

September 9, 2025

Asia Cup 2025: ଏହି ପ୍ଲେଇଂ ୧୧ ସହିତ ଏସିଆ କପ୍ ରେ ପ୍ରବେଶ କରିପାରେ ଟିମ୍ ଇଣ୍ଡିଆ

September 9, 2025

‘ଆମେ ନିଶ୍ଚିତ ଜିତିବୁ’: ଭୋଟ ଦେବା ପୂର୍ବରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କ ବଡ ଦାବି

September 9, 2025

ପ୍ରଥମ ସପ୍ତାହାନ୍ତରେ ‘ଦି ବେଙ୍ଗଲ୍ ଫାଇଲ୍ସ’ର ଆୟ ୧୧୧% ବୃଦ୍ଧି, ଜାଣନ୍ତୁ ସବୁକିଛି

September 9, 2025
Latest News

ନେପାଳର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେପି ଶର୍ମା ଓଲି

September 9, 2025

Asia Cup 2025: ଏହି ପ୍ଲେଇଂ ୧୧ ସହିତ ଏସିଆ କପ୍ ରେ ପ୍ରବେଶ କରିପାରେ ଟିମ୍ ଇଣ୍ଡିଆ

September 9, 2025

‘ଆମେ ନିଶ୍ଚିତ ଜିତିବୁ’: ଭୋଟ ଦେବା ପୂର୍ବରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କ ବଡ ଦାବି

September 9, 2025

ପ୍ରଥମ ସପ୍ତାହାନ୍ତରେ ‘ଦି ବେଙ୍ଗଲ୍ ଫାଇଲ୍ସ’ର ଆୟ ୧୧୧% ବୃଦ୍ଧି, ଜାଣନ୍ତୁ ସବୁକିଛି

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରୀ, ତେବେ ଜଣେ ପ୍ରାର୍ଥୀ ଜିତିବାକୁ କେତେ ଭୋଟ ଆବଶ୍ୟକ

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.