ଗଞ୍ଜାମ: ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମେଳା ଉଦଘାଟିତ

Published: Dec 25, 2024, 7:27 pm IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉମେଶ ଚନ୍ଦ୍ର ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲ ପରିସର ରେ ଏକ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉତ୍ସବରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଯୋଗଦାନ କରି ଉଦ୍ଘାଟନ କରିଥଲେ। ଏହି ଉତ୍ସବରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ପରିଡ଼ା ଅଧ୍ୟକ୍ଷତା କରିଥିଲେ।

ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ ଦିଗପହଣ୍ଡି ଡା ସିଦ୍ଧାନ୍ତ ମହାପାତ୍ର, ବିଧାୟକ ଖଲ୍ଲିକୋଟ ପୂର୍ଣ୍ଣ ଚନ୍ଦ୍ର ସେଠୀ, ଉପ ଜିଲ୍ଲାପାଳ ଦିନା ଦସ୍ତଗିର ଉପସ୍ଥିତ ଥିଲେ। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ମନୋଜ କୁମାର ସାହୁ ସଭାର ପରିଚାଳନା କରି ମଞ୍ଚସ୍ଥ ବ୍ୟକ୍ତି ବିଶେଷଙ୍କୁ ସ୍ବାଗତ ଜଣାଇଥିଲେ। ଏହି ଜିଲ୍ଲାର ଭୌଗୋଳିକ ଅବସ୍ଥିତି ଏବଂ ସମୁଦ୍ର ତଟ ଯଥେଷ୍ଟ ସହାୟକ ହେତୁ ଓଡ଼ିଶାରେ ପ୍ରାଣୀ ପାଳନ ଓ ମତ୍ସ୍ୟ ଚାଷରେ ଗଞ୍ଜାମ ଜିଲ୍ଲା ଉଲ୍ଲେଖନୀୟ ଯୋଗଦାନ କରିଆସିଛି। ଗ୍ରାମାଞ୍ଚଳ ଅର୍ଥନୀତିରେ ପାଖା ପାଖି ଏକ ଚତୁର୍ଥାଙ୍କସ ପ୍ରାଣୀ ପାଳନରୁ ମିଳିଆସିଛି। ଜିଲ୍ଲାର ଘୁମୁସୁରି ଗାଈ ପ୍ରଜାତି ଏବଂ ଗଞ୍ଜାମ ଛେଳି, ମେଣ୍ଢା ଜାତୀୟ ସ୍ଥରରେ ମାନ୍ୟତା ପ୍ରାପ୍ତ କରିଛି।

ବିକଶିତ ଓଡ଼ିଶାର ସ୍ବପ୍ନକୁ ସାକାର କରିବା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଆମ ଜିଲ୍ଲା ଅଙ୍ଗୀକାର ବଦ୍ଧ ବୋଲି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ତାଙ୍କ ସ୍ବାଗତ ଭାଷଣରେ ଉଲ୍ଲେଖ କରିଥିଲେ। ଗାଈ, ମଇଁଷି, ମାଂସାଳ କୁକୁଡ଼ା, ଅଣ୍ଡା ଦିଆ କୁକୁଡ଼ା, ଛେଳି, ମେଣ୍ଢା, ଘୁଷୁରୀ ପାଳନରେ ଦିଆ ଯାଉଥିବା ସରକାରୀ ସହାୟତା ଆମ ଚାଷୀଙ୍କ ମନୋବଳ କୁ ସୁଦୃଢ କରିବା ସଙ୍ଗେ ସକର୍ତ୍ମକ ଭାବେ ଆଗକୁ ବଢିବାର ବାଟ ଦେଖେଇ ଆସୁଛି।

ଗ୍ରାମାଞ୍ଚଳର ଆର୍ଥିକ ସୀମାରେଖା ତଳେ ଥିବା ଲୋକଙ୍କ ପାଇଁ ଘର ଅଗଣାରେ କୁକୁଡ଼ା ଓ ବତକ ପାଳନ ଏକ ନିଆରା ପଦକ୍ଷେପ। ଏକ ନୂତନ ଯୋଜନା ନିମନ୍ତେ ମୁଖ୍ୟ ମନ୍ତ୍ରୀ କାମଧେନୁ ଯୋଜନା ଗୋ ବଂଶର ବିକାଶ ସୁରକ୍ଷା ତଥା ଦୁଗ୍ଧ ଉତ୍ପାଦନରେ ସ୍ବାବଲମ୍ବୀ କରିବା ପାଇଁ ଏକ ଅଭିନବ ପ୍ରୟାସ ବୋଲି ମାନ୍ୟବର ମନ୍ତ୍ରୀ ପ୍ରକାଶ କରିଥିଲେ।

Related posts