ବିଜେପି ଉପରେ କଂଗ୍ରେସ ହିନ୍ଦୁ ଧର୍ମର ଅପମାନ କରୁଥିବାର ଆରୋପ ଲଗାଉଥିବାବେଳେ କଂଗ୍ରେସ ନେତାମାନେ ମଧ୍ୟ ଦଳୀୟ ନିର୍ବାଚନରେ ହୋଇଥିବା କ୍ଷତି ପରେ ‘ସପ୍ଟ ହିନ୍ଦୁତ୍ବ’ର ରାସ୍ତାକୁ ବାଛିନେଇଛନ୍ତି। ଏହାର ଛାପ ରାଜସ୍ଥାନ ଓ ମଧ୍ୟପ୍ରଦେଶର କଂଗ୍ରେସ ସରକାର ବଜେଟ୍ର ଦେଖିବାକୁ ମିଳିଛି। ଏହି ଦୁଇ ରାଜ୍ୟ ରାଜ୍ୟର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍ରେ ଚାଷୀ, ମହିଳା, ଯୁବକଙ୍କ ଅଧିକ ଫୋକସ୍ କରିଛନ୍ତି। ଏହି ବଜେଟ୍ରେ ‘ସ୍ଫଟ ହିନ୍ଦୁତ୍ବ’ର ଛାପ ଦେଖାଯାଇଛି। ରାଜସ୍ଥାନର ଗେହଲଟ୍ ସକାରର ପ୍ରତି ପଞ୍ଚାୟତ ସମିତିରେ ନନ୍ଦୀ ଗୋଶଳା ସ୍ଥାପନାର କଥା କହିଥିବାବେଳେ ଉତ୍ତରପ୍ରଦେଶର କମଲନାଥ ସରକାର ମଧ୍ୟ ଗୋଶଳାର ନିର୍ମାଣ ପାଇଁ ବିଶେଷ ପରିଯୋଜନାର କଥା ଉଠାଇଛନ୍ତି। ଏହା ସହିତ ପୂଜାରୀ କଲ୍ୟାଣ କୋଷ ଓ ଆଧ୍ୟାତ୍ମ ବିଭାଗର ଗଠନ ପାଇଁ ମଧ୍ୟ ଯୋଜନା କରାଯାଇଛି। ମଧ୍ୟପ୍ରଦେଶର ଅର୍ଥମନ୍ତ୍ରୀ ତରୁଣ ଭାନୋଟ୍ ଗୋଶାଳାରେ ତିନି ମଡେଲ ବନାଇବା ପାଇଁ ୧୩୨ କୋଟି ଟଙ୍କା ବ୍ୟୟ ଅଟକଳର ରଖାଯାଇଛି ବୋଲି କହିଛନ୍ତି। ସେହିପରି ରାଜ୍ୟରେ ଆଧ୍ୟାତ୍ମ ବିଭାଗର ଗଠନ ମଧ୍ୟ କରାଯିବ ବୋଲି କହିଛନ୍ତି। ପୂଜାରୀଙ୍କ ପାରିଶ୍ରମିକ ତିନି ଗୁଣା ବୃଦ୍ଧି କରାଯିବା ସହିତ ତାଙ୍କ ସୁରକ୍ଷା ପାଇଁ ପୂଜାରୀ କଲ୍ୟାଣ କୋଷର ସ୍ଥାପନା କରାଯିବ ବୋଲି ସୂଚନା ଦେଇଛନ୍ତି। ସେହିପରି ରାମ ବନ ଗମନ ପଥର ଅଞ୍ଚକୁ ବିକଶିତ କରିବାର ପ୍ରସ୍ତାବ ମଧ୍ୟ ରହିଛି। ଦୁଇ ରାଜ୍ୟରେ ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସକୁ ପରାଜୟ ସ୍ବୀକାର କରିବାକୁ ପଡ଼ିଥିଲା। ମଧ୍ୟପ୍ରଦେଶରେ ଏକମାତ୍ର ଆସନରେ କଂଗ୍ରେସ ଜିତିଥିବାବେଳେ ରାଜସ୍ଥାନରେ କଂଗ୍ରେସ ଖାତା ଖୋଲି ପାରିନାହିଁ।
କଂଗ୍ରେସ ବଜେଟ୍ରେ ’ସପ୍ଟ ହିନ୍ଦୁତ୍ବ’ : ରାଜସ୍ଥାନରେ ଗୋଶାଳା ଓ ମଧ୍ୟପ୍ରଦେଶରେ ପୂଜାରୀ କଲ୍ୟାଣ ଯୋଜନା
Published:
Jul 10, 2019, 7:36 pm IST
Tags: