Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କର୍ଣ୍ଣାଟକ ପରିସ୍ଥିତି ନେଇ ମୁହଁ ଖୋଲିଲେ ମମତା : ଏବେ ରାଜସ୍ଥାନ ଓ ମଧ୍ୟପ୍ରଦେଶ ପାଇଁ ବିପଦ
ଆଜିର ଖବର

କର୍ଣ୍ଣାଟକ ପରିସ୍ଥିତି ନେଇ ମୁହଁ ଖୋଲିଲେ ମମତା : ଏବେ ରାଜସ୍ଥାନ ଓ ମଧ୍ୟପ୍ରଦେଶ ପାଇଁ ବିପଦ

July 10, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

କର୍ଣ୍ଣାଟକ ରାଜନୈତିକ ଯୁଦ୍ଧକୁ ନେଇ ଏବେ ଭାରତୀୟ ରାଜନୀତି ପୂରା ସରଗରମ । ଏହି ମାମଲା ଏବେ ସୁପ୍ରିମ୍‌କୋର୍ଟଙ୍କ ବିଚରାଧୀନ ରହିଛି । ଏହି ମାମଲାକୁ ନେଇ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିକ୍ରିୟା ରଖିଛନ୍ତି । ମମତା ବିଜେପିକୁ ଟାର୍ଗେଟ କରିବା ସହ ଆଗାମୀ ସମୟରେ ମଧ୍ୟପ୍ରଦେଶ ଓ ରାଜସ୍ଥାନ ପାଇଁ ବିପଦ ସୃଷ୍ଟି ହେବ ବୋଲି କହିଛନ୍ତି । ବାନାର୍ଜୀ କହିଛନ୍ତି ଯେ, ‘ମିଡ଼ିଆ ଦ୍ବାରା ଖବର ମିଳିଲା ଯେ, କଂଗ୍ରେସ ବିଧାୟକଙ୍କୁ ବନ୍ଦ କରିଦିଆଯାଇଛି । ଭାରତୀୟ ଜନତା ପାର୍ଟି ବିଧାୟକଙ୍କୁ କିଣାବିକା କରୁଛନ୍ତି । କିଛିଦିନ ପୂର୍ବରୁ ବିଜେପି ଲୋକସଭା ନିର୍ବାଚନ ଜିତିଛି । ଦେଶର ଦେଖାରଖା କରିବା ଦରକାର, କିନ୍ତୁ ବିଜେପି ସ୍ବାର୍ଥପର ହୋଇ ଏବେ ଖରାପ ରାଜନୀତି କରୁଛି । ଆଜି କିଏ ସତ୍ତାରେ ଅଛି, କାଲି କିଏ ସତ୍ତାରେ । ଏବେ ସଂକଟର ସମୟ । ଆମେ ସମସ୍ତ ଆଞ୍ଚଳିକ ଦଳର ସମର୍ଥନ କରୁଛୁ । କର୍ଣ୍ଣାଟକ ପରେ ବିଜେପି ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଏପରି କନ୍ଦଳ ସୃଷ୍ଟି କରିବ । ଏପରି ସମୟରେ ସମସ୍ତ ଆଞ୍ଚଳିକ ଦଳ ଏକଜୁଟ୍‌ ରହିବା ଦରକାର  ବୋଲି କହିଛନ୍ତି ମମତା । ଏପରିକି ଗଣମାଧ୍ୟମ ମଧ୍ୟ ଏହାର ବିରୋଧ କରିବା ସହିତ ଏକତ୍ରିତ ହେବା ଜରୁରୀ ହେବା ପାଇଁ କହିଛନ୍ତି ମମତା । କର୍ଣ୍ଣାଟକର ରାଜନୈତିକ ସଂକଟ ଏବେ ଖୁବ୍‌ ଚର୍ଚ୍ଚାରେ । କଂଗ୍ରେସ- ଜେଡିଏସ୍‌ର ୧୩ ବିଧାୟକ ନିଜ ପଦବୀରୁ ଇସ୍ତଫା ଦେଇଥିବାବେଳେ ବିଜେପି ସଂଖ୍ୟା ଗରିଷ୍ଠତା ନେଇ ଦାବି ଜଣାଇଛି । କର୍ଣ୍ଣାଟକର ରାଜନୈତିକ ସମସ୍ୟା ଏବେ ସୁପ୍ରିମ୍‌କୋର୍ଟଙ୍କ ବିଚାରଧୀନ ରହିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଅହମ୍ମଦାବାଦ ବିମାନବନ୍ଦରରେ ଭାବପ୍ରବଣ ଦୃଶ୍ୟ: ଜେଦ୍ଦାରୁ ଫେରି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଯାତ୍ରୀ 

March 4, 2026

Holi Festival: ଚିଲିକା ନିର୍ବାଚନ ମଣ୍ଡଳି ଲୋକଙ୍କ ସହିତ ହୋଲି ଖେଳିଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

March 4, 2026

ଯୁଦ୍ଧ ମଧ୍ୟରେ ଭାରତ ପାଇଲା ଉଲ୍ଲେଖନୀୟ ସଫଳତା!: ଥରିବେ ଶତ୍ରୁ ଦେଶ 

March 4, 2026

ରଙ୍ଗ ଖେଳିଲା ବେଳେ ବ୍ୟବହାର କରୁଛନ୍ତି କି ସ୍ମାର୍ଟଫୋନ୍: ତାହା ୱାଟରପ୍ରୁଫ୍ କି ନୁହେଁ କିପରି ଜାଣିବେ?

March 4, 2026
Latest News

ଯଦି ନୀତିଶ କୁମାର ରାଜ୍ୟସଭାକୁ ଯାଆନ୍ତି, ତେବେ କିଏ ହେବେ ବିହାରର ମୁଖ୍ୟମନ୍ତ୍ରୀ?: ନିଶାନ୍ତଙ୍କୁ…..

March 4, 2026

ରାଜ୍ୟସଭାକୁ ଯିବେ କି ନୀତିଶ କୁମାର?: ବିହାରର ବିଭିନ୍ନ ରାଜନୈତିକ ଦଳରୁ ଆସିଲା ପ୍ରତିକ୍ରିୟା

March 4, 2026

ରାଜ୍ୟସଭା ନିର୍ବାଚନ: ବିଜୟ ମହାପାତ୍ରଙ୍କ ଘରକୁ କାହିଁକ ଗଲେ ଦିଲ୍ଲୀପ ରାୟ, ବିଧାୟକ ଅରବିନ୍ଦ କହିଲେ..

March 4, 2026

ଅହମ୍ମଦାବାଦ ବିମାନବନ୍ଦରରେ ଭାବପ୍ରବଣ ଦୃଶ୍ୟ: ଜେଦ୍ଦାରୁ ଫେରି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଯାତ୍ରୀ 

March 4, 2026

Holi Festival 2026: ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.