Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଂଲାଦେଶରେ ବନ୍ଦ ହେଉନାହିଁ ଅତ୍ୟାଚାର, ଦୁଷ୍କର୍ମ ପରେ ଆତ୍ମହତ୍ୟା କଲେ ହିନ୍ଦୁ ମହିଳା
ଆଜିର ଖବର

ବାଂଲାଦେଶରେ ବନ୍ଦ ହେଉନାହିଁ ଅତ୍ୟାଚାର, ଦୁଷ୍କର୍ମ ପରେ ଆତ୍ମହତ୍ୟା କଲେ ହିନ୍ଦୁ ମହିଳା

December 28, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଇଂରାଜୀ ପରୀକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା
ଇଂରାଜୀ ପରୀକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ବାଂଲାଦେଶର ନରେଲ ଜିଲ୍ଲାରେ ଜଣେ ୫୨ ବର୍ଷୀୟ ହିନ୍ଦୁ ମହିଳା ବସନା ମଲିକଙ୍କର ରହସ୍ୟମୟ ଭାବେ ମୃତ୍ୟୁ ହୋଇଛି। ପରିବାର ସଦସ୍ୟ କହିଛନ୍ତି ଯେ, ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିଲା ଯାହା ପରେ ସେ ମାନସିକ ଓ ଶାରୀରିକ ଭାବେ ବିଚଳିତ ହୋଇ ଶେଷରେ ଆତ୍ମହତ୍ୟା କରିଥିଲେ। ଡିସେମ୍ବର ୨୪ ତାରିଖରେ ବସନା ତାଙ୍କ ଘରକୁ ଫେରିଥିଲେ ଏବଂ ସେହି ରାତିରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ପରଦିନ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବସନା ମଲିକଙ୍କୁ ଦୁଷ୍କର୍ମ କରାଯାଇଥିଲା। ଜଣେ ସ୍ଥାନୀୟ ଯୁବକ ଦାବି କରିଛନ୍ତି ଯେ, ବସନା ଗାଁର କିଛି ଯୁବକ ତାଙ୍କୁ ଶାରୀରିକ ତଥା ମାନସିକ ନିର୍ଯ୍ୟାତନା ଦେଇଥିଲେ, ଏହା ପରେ ସେ ଚାପ ଏବଂ ଲଜ୍ଜା କାରଣରୁ ବିଷ ପିଇ ଆତ୍ମହତ୍ୟା କରିଥିଲେ। ବସନା ମଲିକଙ୍କ ପୁଅ ରିଙ୍କୁ ଅଭିଯୋଗ କରିଛନ୍ତି ଯେ, ତାଙ୍କ ମାଆଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରାଯାଇଥିଲା। ସେ କହିଛନ୍ତି ଯେ, ତାଙ୍କ ମାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଇଥିଲା ଏବଂ ସେ ଏହି ଅପରାଧ ପାଇଁ ଦୋଷୀମାନଙ୍କୁ ଦଣ୍ଡିତ କରିବାକୁ ଚାହୁଁଛନ୍ତି। ଗଣମାଧ୍ୟମ ନିକଟରେ ରିଙ୍କୁ ନ୍ୟାୟ ଦାବି କରିଛନ୍ତି। ପୋଷ୍ଟମର୍ଟମ ପରେ ବସନାଙ୍କ ମୃତଦେହ ତାଙ୍କ ଗାଁରେ ପୋତି ଦିଆଯାଇଥିଲା।

ପୋଲିସ୍ ଅନୁସନ୍ଧାନରେ ନୂଆ ଖୁଲାସା:

ସଦର ପୋଲିସ ଷ୍ଟେସନ ଅଧିକାରୀ ମୋହମ୍ମଦ ସାଜେଦୁଲ ଇସଲାମ ଏହି ଘଟଣାକୁ ରହସ୍ୟମୟ ବୋଲି ବର୍ଣ୍ଣନା କରିଛନ୍ତି ଏବଂ ବର୍ତ୍ତମାନ ଘଟଣାର ତଦନ୍ତ କରାଯାଉଛି ବୋଲି କହିଛନ୍ତି। ସେ କହିଥିଲେ ଯେ, କିଛି ଗ୍ରାମବାସୀଙ୍କ ସହ କଥାବାର୍ତ୍ତା ହେବା ପରେ ଜାଣିବାକୁ ମିଳିଥିଲା ​​ଯେ, ବସନା ଜଣେ ପୁରୁଷଙ୍କ ସହ ସମ୍ପର୍କ ରଖିଥିଲେ ଏବଂ ତାଙ୍କୁ ଅନୈତିକ ସମ୍ପର୍କ ବେଳେ ଧରିବା ପରେ କିଛି ସ୍ଥାନୀୟ ଲୋକ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ଏହା ପରେ ସେ ଲଜ୍ଜା ଭୟରେ ବିଷ ପିଇଦେଇଥିଲେ। ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ କହିଛି।

ବାଂଲାଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟ ବିରୋଧରେ ହିଂସା ବୃଦ୍ଧି:

ଏହି ଘଟଣା ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟ ବିରୋଧରେ ବଢୁଥିବା ହିଂସାର ଏକ ଅଂଶ। ଶେଖ ହସିନାଙ୍କ ନିକଟରୁ କ୍ଷମତା ଚାଲିଯିବା ପରେ ଏହି ସମ୍ପ୍ରଦାୟ ଉପରେ ଆକ୍ରମଣ ତୀବ୍ର ହୋଇଛି। ଧାର୍ମିକ ସ୍ଥାନଗୁଡିକୁ ଟାର୍ଗେଟ କରାଯାଉଛି ଏବଂ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକ ମଧ୍ୟ ଆକ୍ରମଣ କରାଯାଉଛି। ବାଂଲାଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟ ବିରୁଦ୍ଧରେ ହୋଇଥିବା ଏହି ହିଂସା ସରକାର ତଥା ମାନବାଧିକାର ସଂଗଠନ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି।

bangladesh investigation violence
Share. Facebook Twitter LinkedIn Email WhatsApp Copy Link

Related Posts

ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଅତିରିକ୍ତ ଡିସିପିଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଲେ ଡିଜିପି

April 4, 2026

କଂଗ୍ରେସ ନେତା ଶଶି ଥରୁରଙ୍କ ଗାଡ଼ି ଉପରକୁ ଆକ୍ରମଣ: ସୁରକ୍ଷା କର୍ମୀ ଏବଂ ଡ୍ରାଇଭର ଆହତ

April 4, 2026

ଆମେରିକୀୟ ବାୟୁସେନାକୁ ବଡ଼ ଝଟକା!: A-10 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କଲା ଇରାନ 

April 4, 2026

IPL ରେ ‘ମହାନ ରେକର୍ଡ’ ସ୍ଥାପନ କଲା CSK: ପଛରେ ପଡିଲା RCB

April 4, 2026
Latest News

ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଅତିରିକ୍ତ ଡିସିପିଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଲେ ଡିଜିପି

April 4, 2026

କଂଗ୍ରେସ ନେତା ଶଶି ଥରୁରଙ୍କ ଗାଡ଼ି ଉପରକୁ ଆକ୍ରମଣ: ସୁରକ୍ଷା କର୍ମୀ ଏବଂ ଡ୍ରାଇଭର ଆହତ

April 4, 2026

ଆମେରିକୀୟ ବାୟୁସେନାକୁ ବଡ଼ ଝଟକା!: A-10 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କଲା ଇରାନ 

April 4, 2026

IPL ରେ ‘ମହାନ ରେକର୍ଡ’ ସ୍ଥାପନ କଲା CSK: ପଛରେ ପଡିଲା RCB

April 4, 2026

ନୂତନ ଚିକିତ୍ସା ପଦ୍ଧତି ଅନ୍ୱେଷଣ ଲାଗି ଆଇଏଲଏସ ପକ୍ଷରୁ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ

April 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.