Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କର୍ଣ୍ଣାଟକ ପରେ ଏବେ ଗୋଆରେ କଂଗ୍ରେସକୁ ଝଟକା : ୧୦ ବିଧାୟକ ବିଜେପିରେ ମିଶିବେ, ଆଜି ଅମିତ ଶାହାଙ୍କୁ କରିବେ ସାକ୍ଷାତ
ଆଜିର ଖବର

କର୍ଣ୍ଣାଟକ ପରେ ଏବେ ଗୋଆରେ କଂଗ୍ରେସକୁ ଝଟକା : ୧୦ ବିଧାୟକ ବିଜେପିରେ ମିଶିବେ, ଆଜି ଅମିତ ଶାହାଙ୍କୁ କରିବେ ସାକ୍ଷାତ

July 11, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

କର୍ଣ୍ଣାଟକ ପରେ ଏବେ ଗୋଆ ରେ କଂଗ୍ରେସକୁ ଝଟକା ଲାଗିଛି।  ଗୋଆରେ ଦଳର ୧୦ ଜଣ ବିଧାୟକ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫା ଦେଇଥିବା ବିଧାୟକଙ୍କ ମଧ୍ୟରେ ଗୋଆ ବିଧାନସଭାରେ ବିରୋଧୀ ଦଳ ନେତା ଚନ୍ଦ୍ରକାନ୍ତ କାଭଲେକର ଅଛନ୍ତି। ଚନ୍ଦ୍ରକାନ୍ତଙ୍କ ନେତୃତ୍ୱରେ କଂଗ୍ରେସର ୧୦ ଜଣ ଯାକ ବିଧାୟକ ବାଚସ୍ପତି ରାଜେଶ ପାଟନେକରଙ୍କୁ ଭେଟି ନିଜର ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇଛନ୍ତି। ଏଥିସହ ସେମାନେ ସ୍ୱତନ୍ତ୍ର ସଂଗଠନ କରିବେ ବୋଲି ମଧ୍ୟ କହିଛନ୍ତି। ଗୋଆ ବିଧାନସଭାରେ କଂଗ୍ରେସର ୧୫ ଜଣ ବିଧାୟକ ରହିଛନ୍ତି। ତେଣୁ ୧୦ ଜଣ ବିଧାୟକ ଇସ୍ତଫା ନିଷ୍ପତ୍ତି ନେଇଥିବାରୁ ଏମାନଙ୍କ ବିରୋଧରେ ଦଳ ବଦଳ ଆଇନ୍‌ ଲାଗୁ ହେବ ନାହିଁ। କାରଣ ସମୁଦାୟ ବିଧାୟକଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ବିଧାୟକ ସମାନ ନିଷ୍ପତ୍ତି ନେଇଛନ୍ତି। ଏହି ସମସ୍ତ ବିଧାୟକ ବିଜେପିରେ ମିଶିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଆଜି ସମସ୍ତ ବାଗୀ ବିଧାୟକ ବିଜେପି ଅଧ୍ୟକ୍ଷ ତଥା କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଓ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡଡାଙ୍କ ସହ ସାକ୍ଷାତ କରିବେ।। ଗୋଆର ମୋଟ ବିଧାନସଭା ଆସନ ସଂଖ୍ୟା ୪୦ ରହିଥିବା ବେଳେ ଏବେ ଏହି ବିଧାୟକ ମାନଙ୍କ ମିଶ୍ରଣ ଫଳରେ  ବିଜେପି ର ବିଧାୟକ ସଂଖ୍ୟା ୨୭ ହୋଇଯିବ।

 

Share. Facebook Twitter LinkedIn Email WhatsApp Copy Link

Related Posts

ଚାପଯୁକ୍ତ ପାଇପ୍ ଆଧାରିତ ଜଳସେଚନ ପ୍ରକ୍ରିୟା ଆପଣାଇବା ପାଇଁ ଗୋଷ୍ଠୀ ସଚେତନତା

January 22, 2026

କଟକର ମହାନଦୀ ରିଭରଫ୍ରଣ୍ଟ ପ୍ରକଳ୍ପର ସମୀକ୍ଷା କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ

January 22, 2026

ଗୀତା ପ୍ରେସ୍ ପ୍ରକାଶିତ ‘କଲ୍ୟାଣ’ ପତ୍ରିକାର ଶତବାର୍ଷିକୀ ସମାରୋହକୁ ସମ୍ବୋଧିତ କଲେ ଅମିତ ଶାହ

January 22, 2026

ଅନୁସୂଚିତ ଜନଜାତି ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ନାଲକୋର ପ୍ରୋଜେକ୍ଟ ଇନ୍ଦ୍ରଧନୁଷ

January 22, 2026
Latest News

ଚାପଯୁକ୍ତ ପାଇପ୍ ଆଧାରିତ ଜଳସେଚନ ପ୍ରକ୍ରିୟା ଆପଣାଇବା ପାଇଁ ଗୋଷ୍ଠୀ ସଚେତନତା

January 22, 2026

କଟକର ମହାନଦୀ ରିଭରଫ୍ରଣ୍ଟ ପ୍ରକଳ୍ପର ସମୀକ୍ଷା କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ

January 22, 2026

ଗୀତା ପ୍ରେସ୍ ପ୍ରକାଶିତ ‘କଲ୍ୟାଣ’ ପତ୍ରିକାର ଶତବାର୍ଷିକୀ ସମାରୋହକୁ ସମ୍ବୋଧିତ କଲେ ଅମିତ ଶାହ

January 22, 2026

ଅନୁସୂଚିତ ଜନଜାତି ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ନାଲକୋର ପ୍ରୋଜେକ୍ଟ ଇନ୍ଦ୍ରଧନୁଷ

January 22, 2026

ଖୋର୍ଦ୍ଧା ପଲ୍ଲିଶ୍ରୀ ମେଳା: ଭରପୁର ମନୋରଞ୍ଜନ ଦେଲା ପଶୁ ମୁଖା ନୃତ୍ୟ

January 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.