ସୁପ୍ରିମ୍କୋର୍ଟର ବରିଷ୍ଠ ଓକିଲ ଇନ୍ଦିରା ଜୟସିଂହ ଓ ଆନନ୍ଦ ଗ୍ରୋଭରଙ୍କ ଘର ଏବଂ ଅଫିସ୍ରେ ସିବିଆଇ ଚଢାଉ କରିଛି। ‘ଲୟର୍ସ କଲେକ୍ଟିଭ୍’ ଫାଉଣ୍ଡେସନ୍ ଉପରେ ବିଦେଶ ଫଣ୍ଡିଂ ନେଇ ଏହି ଚଢାଉ କରାଯାଇଛି। ଆଜି ଦିଲ୍ଲୀ ଏବଂ ମୁମ୍ବାଇରେ ଥିବା ତାଙ୍କ ଘରେ ରେଡ କରାଯାଉଛି। ଦୁହିଁଙ୍କ ଉପରେ ଏଫସିଆରଏ୍ର ଉଲ୍ଲଂଘନ ଅଭିଯୋଗ କରାଯାଇଥିଲା। ଏହାପରେ କେନ୍ଦ୍ରୀୟ ଗୃହ ମନ୍ତ୍ରାଳାୟ ଏମାନଙ୍କ ଲାଇସେନ୍ସ ରଦ୍ଦ କରିଦେବା ସହିତ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ଏହି ଘଟଣାକୁ ନେଇ ରାଜନୈତିକି ପ୍ରତିକ୍ରିୟା ମଧ୍ୟ ଆସିଯାଇଛି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀଓ୍ବାଲା ଏହି ଚଢାଉକୁ ନିନ୍ଦା କରି ଟୁଇଟ୍ କରି କହିଛନ୍ତି –‘ଆଇନ୍କୁ କାମ କରିବାକୁ ଦେବା ଉଚିତ୍। କିନ୍ତୁ ଯେଉଁ ଲୋକ ଆଇନକୁ ବଞ୍ଚାଇକୁ ଚାହୁଁଛନ୍ତି, ସେମାନଙ୍କୁ ଏପରି ଭାବରେ ହଇରାଣ କରିବା ଉଚିତ୍ ନୁହେଁ। ’