ପାଟକୁରା ନିର୍ବାଚନ ପାଇଁ ରାଜ୍ୟରେ ଦଳମାନଙ୍କର କଡା କସରତ ଚାଲିଛି। ବିଜେଡ଼ି ଓ ବିଜେପି ତାଙ୍କର ଷ୍ଟାର୍ ପ୍ରଚାରକଙ୍କ ତାଲିକା ଜାରି କରିସାରିଥିବାବେଳେ ଆଜି କଂଗ୍ରେସ ମଧ୍ୟ ତା’ର ୪୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକା ଜାରି କରିଛି। ଏହି ଷ୍ଟାର ପ୍ରଚାରକ ତାଲିକାରେ ରହିଛନ୍ତି ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ, ସହ ପ୍ରଭାରୀ ଟି.ଏସ୍. ସିଂହଦେଓ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଚିରଞ୍ଜିବି ବିଶ୍ବାଳ, ପ୍ରଦୀପ ମାଝି, ରାମଚନ୍ଦ୍ର ଖୁଣ୍ଟିଆ, ନରସିଂହ ମିଶ୍ର, ତାରାବାହିନୀ ପତି, ଭକ୍ତଚରଣ ଦାସ, ସୁର ରାଉତରାୟ ପ୍ରମୁଖ ରହିଛନ୍ତି। ପାଟକୁରା ନିର୍ବାଚନରେ ବିଜେପି ତରଫରୁ ବିଜୟ ମହାପାତ୍ର ପ୍ରାର୍ଥୀ ହୋଇଥିବାବେଳେ ବିଜେଡ଼ି ତରଫରୁ ପ୍ରାର୍ଥୀ ହୋଇଛନ୍ତି ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରଓ୍ବାଲ ଓ କଂଗ୍ରେସ ତରଫରୁ ଜୟନ୍ତ ମହାନ୍ତି ପ୍ରାର୍ଥୀ ହୋଇଛନ୍ତି। ଦୁଇ ଦୁଇଥର ପାଟକୁରା ନିର୍ବାଚନ ଘୁଞ୍ଚାଯାଇଥିବେଳେ ଆସନ୍ତା ୨୦ ତାରିଖରେ ପାଟକୁରା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।