Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଥମ କରି ବିଦ୍ୟାଳୟ ଗୁଡିକରେ ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି: ମୋହନ ସରକାରଙ୍କୁ ଧନ୍ୟବାଦ ଦେଲା ଭାଷା ଆନ୍ଦୋଳନ
ଆଜିର ଖବର

ପ୍ରଥମ କରି ବିଦ୍ୟାଳୟ ଗୁଡିକରେ ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି: ମୋହନ ସରକାରଙ୍କୁ ଧନ୍ୟବାଦ ଦେଲା ଭାଷା ଆନ୍ଦୋଳନ

January 4, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଆରେ ଓଡିଶାର ଶାସନ ପାଇଁ ଭାଷା ଆନ୍ଦୋଳନ, ଓଡ଼ିଶାର ଦୀର୍ଘ ଦିନର ଆନ୍ଦୋଳନ ୨୦୧୯ ରେ ରୂପ ନେଇଥିଲେ ସୁଦ୍ଧା ତାହା ଗତକାଲି ରୂପରେଖରେ ପରିଣତ ହୋଇଛି, ଯାହାକୁ ମୂଳଦୁଆ କହିଲେ ଅତ୍ୟୁକ୍ତି ହେବନାହିଁ। ମାତୃଭାଷାରେ ସମୃଦ୍ଧି ପାଇଁ ଛାତ୍ର ଜୀବନରୁ ସୁଦୃଢ ହେଲେହିଁ ଜଣେ ବ୍ୟକ୍ତି ଯେ କୌଣସି କାର୍ଯ୍ୟ କରିବା ପାଇଁ କୁଣ୍ଠାବୋଧ କରିବ ନାହିଁ। ଓଡ଼ିଆ ସମ୍ମାନ ଛାତ୍ର ସଂସଦ ର ଦୀର୍ଘ ଦିନର ଆନ୍ଦୋଳନ ମଧ୍ୟ ଏଥିପାଇଁ ଭିନ୍ନ ଭିନ୍ନ ଉପାୟରେ ଆନ୍ଦୋଳନ କରି ସରକାର ତଥା ଭାଷା ଆନ୍ଦୋଳନ, ଓଡିଶାଙ୍କୁ ପ୍ରଭାବିତ କରିପାରିଥିଲା। ଯାହାର ଫଳସ୍ୱରୂପ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପୂର୍ବରୁ ସରକାରଙ୍କ ସହ ବୁଦ୍ଧିଜୀବୀ ସମ୍ମିଳନୀରେ ଓଡ଼ିଆ ଭାଷା ଶିକ୍ଷକ ବିଷୟରେ ବିଶେଷ ଭାବରେ ଆଲୋଚନା ହୋଇଥିଲା। ଏବଂ ପରବର୍ତ୍ତୀ ମନ୍ତ୍ରୀମଣ୍ଡଳସ୍ତରୀୟ ବୈଠକରେ ଦେଢ଼ ହଜାର ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି କରିବୁ ବୋଲି ଘୋଷଣା କରିଥିଲେ। କିନ୍ତୁ ଅନୁରୂପ ଭାବେ ମୋହନ ସରକାର ଆସୁଆସୁ ଆମେ ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି କରିବୁ ବୋଲି କହିଥିଲେ।

କିନ୍ତୁ ୯ ଅକ୍ଟୋବର ୨୦୨୪ ରେ ଷ୍ଟାଫ ସିଲେକସନ କମିଶନ ଦ୍ୱାରା ୬୦୨୫ ଶିକ୍ଷକ ନିଯୁକ୍ତି ବିଜ୍ଞପ୍ତିରେ ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ସମ୍ପର୍କରେ କୌଣସି ସତ୍ଵ ସମ୍ପର୍କ ନଥିବାରୁ ଭାଷା ଆନ୍ଦୋଳନ ଓଡିଶା ତୀବ୍ର ପ୍ରତିକ୍ରିୟା ଦେବା ସହିତ ଓଡ଼ିଆ ସମ୍ମାନ ଛାତ୍ର ସଂସଦ ମଧ୍ୟ ବିଭିନ୍ନ ଉପାୟରେ ପ୍ରତିବାଦ ଜଣାଇଥିଲା। ଯାହାହେଉ ସରକାରୀ ଦଳର ଜଣେ ନେତାଙ୍କ ମାଧ୍ୟମରେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ବିଭାଗୀୟ ସଚିବ ଶାଳିନୀ ପଣ୍ଡିତ, ଓସେପାର ନିର୍ଦ୍ଦେଶକଙ୍କ ସହ ଆଲୋଚନା ପରେ ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ପାଇଁ ପଥ ପରିସ୍କାର ହେଲା।

ଗତକାଲି ଇତିହାସର ନୂଆ ଫର୍ଦ୍ଦରେ ପ୍ରଥମଥରପାଇଁ ଷ୍ଟାଫ ସିଲେକସନ କମିଶନଙ୍କ ଦ୍ୱାରା ୪୯୬ ଜଣ ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସମସ୍ତ ଭାଷା ଯୋଦ୍ଧା, ଓଡ଼ିଆ ସମ୍ମାନ ଛାତ୍ର ସଂସଦ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି।

ଏହି ଅବସରରେ ଓଡ଼ିଆ ସମ୍ମାନ ଛାତ୍ରସଂସଦ ଏବଂ ଭାଷା ଆନ୍ଦୋଳନ, ଓଡିଶା ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏବଂ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କର ଐତିହାସିକ ନିଷ୍ପତ୍ତିକୁ ଆଭାସୀ ମାଧ୍ୟମରେ କୃତଜ୍ଞତା ସହିତ ଧନ୍ୟବାଦ ଅର୍ପଣ କରାଯାଇଛି ବୋଲି ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥା ଜଣାଇଛନ୍ତି।

ମୋହନ ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

କେବେ ମିଳିବ ପରବର୍ତ୍ତୀ ସୁଭଦ୍ରା ଟଙ୍କା?: ଉପ-ମୁଖ୍ୟମନ୍ତ୍ରୀ କଲେ ଘୋଷଣା

January 9, 2026

ଆଜି ୯ ତାରିଖ ଶୁକ୍ରବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

January 9, 2026

ଚ଼ିଲିକା ନୌକା ପ୍ରତିଯୋଗିତାର ଅନ୍ତିମ ଦିନରେ ଯୋଗଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

January 8, 2026

‘ପଙ୍ଖୁଡ଼ି ପୋର୍ଟାଲ୍’ ଶୁଭାରମ୍ଭ: ମହିଳା ଓ ଶିଶୁ ବିକାଶ ପାଇଁ ଡିଜିଟାଲ୍ ମାଇଲଷ୍ଟୋନ

January 8, 2026
Latest News

କେବେ ମିଳିବ ପରବର୍ତ୍ତୀ ସୁଭଦ୍ରା ଟଙ୍କା?: ଉପ-ମୁଖ୍ୟମନ୍ତ୍ରୀ କଲେ ଘୋଷଣା

January 9, 2026

ଆଜି ୯ ତାରିଖ ଶୁକ୍ରବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

January 9, 2026

ଚ଼ିଲିକା ନୌକା ପ୍ରତିଯୋଗିତାର ଅନ୍ତିମ ଦିନରେ ଯୋଗଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

January 8, 2026

‘ପଙ୍ଖୁଡ଼ି ପୋର୍ଟାଲ୍’ ଶୁଭାରମ୍ଭ: ମହିଳା ଓ ଶିଶୁ ବିକାଶ ପାଇଁ ଡିଜିଟାଲ୍ ମାଇଲଷ୍ଟୋନ

January 8, 2026

ଭାରତୀୟ ଏଆଇ ଷ୍ଟାର୍ଟଅପ ମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୋଲଟେବୁଲ ବୈଠକ

January 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.