Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବଜାରରେ ବଢୁଛି ଓମ୍ଫେଡ୍ ଦୁଗ୍ଧର ଚାହିଦା: ହେଉଛି 56 ପ୍ରକାର ପରୀକ୍ଷା ନିରୀକ୍ଷା
ଆଜିର ଖବର

ବଜାରରେ ବଢୁଛି ଓମ୍ଫେଡ୍ ଦୁଗ୍ଧର ଚାହିଦା: ହେଉଛି 56 ପ୍ରକାର ପରୀକ୍ଷା ନିରୀକ୍ଷା

January 4, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଜିଏସ୍ ଟି ହ୍ରାସ ପରେ କମିଲା ଓମ୍ଫେଡ୍ ଦୁଗ୍ଧଜାତ ଉତ୍ପାଦ ଦର: ଘିଅ ଟିଣ ପିଛା 507 ଟଙ୍କା ହ୍ରାସ
ଜିଏସ୍ ଟି ହ୍ରାସ ପରେ କମିଲା ଓମ୍ଫେଡ୍ ଦୁଗ୍ଧଜାତ ଉତ୍ପାଦ ଦର: ଘିଅ ଟିଣ ପିଛା 507 ଟଙ୍କା ହ୍ରାସ

ଭୁବନେଶ୍ୱର: ସଂପ୍ରତି ବଜାରରେ ଯେତେ ପ୍ରକାର ଦୁଗ୍ଧ ମିଳୁଛି, ସେଥିମଧ୍ୟରୁ ଶତକଡା 42 ଭାଗ ହେଉଛି ଓମ୍ଫେଡ୍ ଦୁଗ୍ଧ। ଅନ୍ୟ ସବୁ ଘରୋଇ କଂପାନୀ ଓମ୍ଫେଡ୍ ସହ ପ୍ରତିଯୋଗିତା କରିବାକୁ ଏ ପର୍ଯ୍ୟନ୍ତ ସକ୍ଷମ ହୋଇପାରି ନାହାନ୍ତି କାହିଁକି ନା, ଓମ୍ଫେଡ୍ ଦୁଗ୍ଧର ମାନ ଓ ଗୁଣବତ୍ତା ସଠିକ୍ ଭାବେ ରକ୍ଷାକରି ଆସୁଛି। ଏବେ ଓମ୍ଫେଡର 4 ପ୍ରକାର ଯାଥା-ଟୋନ୍, ପ୍ରିମିୟମ, ଗୋଲ୍ଡ ପ୍ଲସ ଏବଂ ଟେଟ୍ରା ପ୍ୟାକରେ ଦୁଗ୍ଧ ବଜାରେ ମିଳୁଛି। ଟୋନ୍ ପ୍ୟାକରେ 3 ପ୍ରତିଶତ ଫ୍ୟାଟ୍ ବା ଘିଅ ଅଂଶ ରହୁଥିବା ବେଳେ 8.5 ପ୍ରତିଶତ ଛେନା ଅଂଶ ରହୁଛି। ସେହି ପରି ପ୍ରିମିୟମରେ 3.5 ପ୍ରତିଶତ ଓ ଗୋଲ୍ଡ ପ୍ଲସରେ 4.5 ପ୍ରତିଶତ ଫ୍ୟାଟ୍ ଅଂଶ ରହୁଛି। ମାତ୍ର ସବୁଥିରେ 8.5 ପ୍ରତିଶତ ଛେନା ଅଂଶ ରହୁଛି। ଟୋନ୍ ପ୍ୟାକ୍ ଛୋଟ ଶିଶୁ, ବୃଦ୍ଧ ଏବଂ ଅସୁସ୍ଥ ବ୍ୟକ୍ତିଙ୍କ ପାଇଁ ସର୍ବୋତ୍କୃଷ୍ଟ ଦୁଗ୍ଧ। ମାତ୍ର ଗୋଲ୍ଡ ପ୍ଲସରେ ଅଧିକ ଫ୍ୟାଟ୍ ରହୁଥିବାରୁ ଏଥିରେ ବହଳିଆ ସର ପଡେ ଏବଂ ଏଥିରୁ ଆପଣ ମଧ୍ୟ ଘରେ ଘିଅ ବାହାର କରିପାରିବେ।

ତେବେ ବଜାରରେ ଓମ୍ଫେଡ୍ ର ଏପରି ଦବଦବା ରହିବାର କେତୋଟି କାରଣ ରହିଛି। ପ୍ରଥମତଃ ଏହା ସରକାରୀଙ୍କ ଅଧିନରେ ପରିଚାଳିତ ଏକ ସମବାୟ ସଂସ୍ଥା। ତେଣୁ, ଏଥିରେ କୌଣସି ପ୍ରକାର ଅପମିଶ୍ରଣ ହେବାର ସୁଯୋଗ ଆଦୌଁ ନାହିଁ। ଦ୍ୱିତୀୟତଃ ଦୁଗ୍ଧ ବଜାରକୁ ଛାଡିବା ପୂର୍ବରୁ ଓମ୍ଫେଡ୍ ପ୍ଲାଣ୍ଟରେ ଅନେକ ପରୀକ୍ଷା ନିରୀକ୍ଷା କରାଯାଉଛି।

ଚାଷୀମାନଙ୍କଠାରୁ ଦୁଗ୍ଧ ସଂଗ୍ରହ କରିବା ସମୟରେ ଦୁଗ୍ଧର ମାନ ମାପ କରାଯିବା ପରେ ତାହା ସଂଗ୍ରହ କରାଯାଉଛି। ଦୁଗ୍ଧକୁ ଛିଣ୍ଡାଇବା ପାଇଁ ଯେପରି ବ୍ୟାକ୍ଟେରିଆ ସୃଷ୍ଟି ହୋଇନପାରିବେ, ସେଥିପାଇଁ 4ରୁ 5 ଘଣ୍ଟା ମଧ୍ୟରେ ତାକୁ ଚିଲିଂ ପ୍ଲାଣ୍ଟକୁ ନିଆଯାଇ, ଆବଶ୍ୟକତା ଅନୁଯାୟୀ ଥଣ୍ଡା କରାଯାଉଛି, ଯେପରି ସେଥିରେ କୌଣସି ପ୍ରକାର ବ୍ୟାକ୍ଟେରିଆ ସୃଷ୍ଟି ହୋଇନପାରିବେ। ଚିଲିଂ ହେବା ପରେ ଦୁଗ୍ଧର ପ୍ରକ୍ରିୟାକରଣ ହୁଏ। ଏହି ସମୟରେ ପ୍ରାୟ 56 ପ୍ରକାର ପରୀକ୍ଷା କରାଯାଉଛି। ସେଥିରେ ପ୍ରୋଟିନ ସଠିକ ପରିମାଣର ରହୁଛି କି ନାହିଁ , ଡିଟରଜେଣ୍ଟ ମିଶିଛି କି,( କାରଣ ଚାଷୀମାନେ ଅନେକ ସମୟରେ ସର୍ଫ ପକାଇ କ୍ଷୀର ଡ୍ରମ ଧୋଇଥାନ୍ତି)  ଆଣ୍ଟିବାୟୋଟିକ୍ ରହିଛି କି ଇତ୍ୟାଦି ଇତ୍ୟାଦି। ଏ ସମସ୍ତ ପରୀକ୍ଷା ସରିବା ପରେ ଦୁଗ୍ଧରେ ସ୍ନେହସାର ବା ଘିଅ ଏବଂ ପୃଷ୍ଟିସାର ବା ଛେନା ଅଂଶ ସଠିକ୍ ପରିମାଣରେ ରହୁଛି କି ନାହିଁ  ଆଦି ମଧ୍ୟ ପରୀକ୍ଷା କରାଯାଏ। ଏ ସମସ୍ତ ପରୀକ୍ଷା ନିରୀକ୍ଷା କରିବା ପରେ ତାହା ସ୍ୱୟଂ ଚାଳିତ ଅଦ୍ୟାଧୁନିକ ମେସିନ ଦ୍ୱାରା ପ୍ୟାକ୍ ହୋଇ ବଜାରକୁ ଯାଏ। ତେଣୁ ଏଥିରେ କୌଣସି ମିଶ୍ରଣ ହେବାର ସମ୍ଭାବନା ନାହିଁ ଏବଂ ଗୁଣବତ୍ତା ପ୍ରତି ଓମ୍ଫେଡ୍ ସଦେବେଳେ ସଜାଗ ରହିଛି ବୋଲି କହିଛନ୍ତି ଓମ୍ଫେଡ୍ ପରିଚାଳନା ନିର୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ।

ଆପଣ ଜାଣିଛନ୍ତି କି ?

ଆପଣମାନେ ଯେଉଁ ଦୁଗ୍ଧକୁ ଗରମ କରୁଛନ୍ତି, ସେଥିରେ ସର ପଡୁଛି କି ନାହିଁ । ଯଦି ସର ପଡୁଛି, ତେବେ ସେଥିରେ ଅଧିକ ପରିମାଣର ସ୍ନେହସାର ବା ଘିଅ ଅଂଶ ରହିଛି, ଯାହା ସ୍ୱାସ୍ଥ୍ୟ ପାଇଁ ହିତକର ନୁହେଁ। ଓମ୍ଫେଡ୍ କ୍ଷୀରରେ ଥିବା ସ୍ନେହସାର ଓ ପୃଷ୍ଟିସାରକୁ ହୋମିଜେନାଇଜେସନ କରିଥାଏ। ଏହି ପ୍ରକ୍ରିୟା ଦ୍ୱାରା ଦୁଗ୍ଧରେ ଥିବା ବଡ ବଡ ଘିଅ ଓ ଛେନା ପାର୍ଟିକ୍ଲିଗୁଡିକୁ ଭାଙ୍ଗି, ଅତି କ୍ଷୁଦ୍ରାତିକ୍ଷୁଦ୍ର କଣିକାରେ ପରିଣତ କରାଯାଏ। ତେଣୁ ଏହାକୁ ପୁନର୍ବାର ଗରମ କଲେ, ସେଥିରେ ସରପଡେ ନାହିଁ। ଅପରପକ୍ଷେ ଏହାର ସ୍ୱାଦ୍ ଓ ଗୁଣବତ୍ତା ବୃଦ୍ଧି ପାଇଥାଏ। ଏହା ଶୀଘ୍ର ହଜମ ହୁଏ ଏବଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକର ବୋଲି ଓମ୍ଫେଡ୍ ପକ୍ଷରୁ କୁହାଯାଇଛି। ତେଣୁ ଛୋଟ ଶିଶୁ ଓ ବୟସ୍କ ବ୍ୟକ୍ତିମାନଙ୍କୁ କେବଳ ଓମ୍ଫେଡ୍ ଖିର ହିଁ ଦେବାକଥା।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଓମ୍ଫେଡ୍ ସେହି ଗାଈଙ୍କ ଦୁଗ୍ଧ ଗ୍ରହଣ କରେ ନାହିଁ, ଯେଉଁ ଗାଈଙ୍କର ଫାଟୁଆ କିମ୍ବା ଜଳାତଙ୍କ ରୋଗ ହୋଇଥାଏ। ସେଥିପାଇଁ ଗାଈ ଦୁହିଁବାଠାରୁ ଆରମ୍ଭ କରି ଦୁଗ୍ଧର ପ୍ରକ୍ରିୟାକରଣ ପରେ ବଜାରକୁ ଛାଡିବା ପର୍ଯ୍ୟନ୍ତ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ ପୂର୍ବକ ସର୍ବମୋଟ 56 ପ୍ରକାର ପରୀକ୍ଷା କରାଯାଉଛି। ତେଣୁ ଓମ୍ଫେଡ୍ ଦୁଗ୍ଧ ସ୍ୱାସ୍ଥ୍ୟକର, ଉତ୍ତମଗୁଣ ମାନର ଓ ସର୍ବୋତ୍କୃଷ୍ଟ। କେବଳ ଦୁଗ୍ଧ ନୁହେଁ, ଓମ୍ଫେଡ୍ ପ୍ରତ୍ୟେକ ଉତ୍ପାଦର ଗୁଣବତ୍ତା ବଜାୟ ରଖିଛି ଏବଂ ଆଗାମୀ ଦିନରେ ଏହି ପ୍ରକ୍ରିୟା ଜାରି ରହିବ। କ୍ୱାଲିଟରେ କୌଣସି ପ୍ରକାର ସାଲିସ୍ କରାଯିବ ନାହିଁ ବୋଲି କହିଛନ୍ତି ଓମ୍ଫେଡ୍ ର  ପରିଚାଳନା ନିର୍ଦେଶକ।

milk omfed
Share. Facebook Twitter LinkedIn Email WhatsApp Copy Link

Related Posts

ନୂଆପଡାରେ ବିଜେପିରୁ କିଏ ପ୍ରାର୍ଥୀ ହେବ? ସଭାପତି ମନମୋହନ ସାମଲ କହିଲେ..

September 28, 2025

ଘରେ ବସି ପ୍ରତି ମାସରେ କରିପାରିବେ ୬ ହଜାର ଟଙ୍କା ରୋଜଗାର: ଜାଣନ୍ତୁ ଏହି ପୋଷ୍ଟ ଅଫିସ୍ ଯୋଜନା

September 28, 2025

ଶେଷରେ ମାନିଲେ ପାକିସ୍ତାନୀ ଖେଳାଳି: ଅଭିଷେକ ଶର୍ମାଙ୍କ ସମ୍ପର୍କରେ ଦେଲେ ବଡ ବିବୃତ୍ତି

September 28, 2025

ଅକ୍ଟୋବର ୧ରୁ ପରିବର୍ତ୍ତନ ହେବ ଅନେକ ପ୍ରମୁଖ ନିୟମ: ଜାଣନ୍ତୁ ଆପଣଙ୍କ ଉପରେ କିପରି ପଡିବ ପ୍ରଭାବ?

September 28, 2025
Latest News

ନୂଆପଡାରେ ବିଜେପିରୁ କିଏ ପ୍ରାର୍ଥୀ ହେବ? ସଭାପତି ମନମୋହନ ସାମଲ କହିଲେ..

September 28, 2025

ଘରେ ବସି ପ୍ରତି ମାସରେ କରିପାରିବେ ୬ ହଜାର ଟଙ୍କା ରୋଜଗାର: ଜାଣନ୍ତୁ ଏହି ପୋଷ୍ଟ ଅଫିସ୍ ଯୋଜନା

September 28, 2025

ଶେଷରେ ମାନିଲେ ପାକିସ୍ତାନୀ ଖେଳାଳି: ଅଭିଷେକ ଶର୍ମାଙ୍କ ସମ୍ପର୍କରେ ଦେଲେ ବଡ ବିବୃତ୍ତି

September 28, 2025

ଅକ୍ଟୋବର ୧ରୁ ପରିବର୍ତ୍ତନ ହେବ ଅନେକ ପ୍ରମୁଖ ନିୟମ: ଜାଣନ୍ତୁ ଆପଣଙ୍କ ଉପରେ କିପରି ପଡିବ ପ୍ରଭାବ?

September 28, 2025

“ଆତଙ୍କବାଦର କେନ୍ଦ୍ର ଆମର ଜଣେ ପଡ଼ୋଶୀ”: ଜାତିସଂଘରେ ପାକିସ୍ଥାନ ଉପରେ ବର୍ଷିଲେ ଏସ. ଜୟଶଙ୍କର 

September 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.