ତୈଳଦର ବୃଦ୍ଧି ହେବା ପରେ ବୃଦ୍ଧି ପାଇଛି ବସ୍ ଭଡ଼ା। ଡିଜେଲ୍ ଦର ବୃଦ୍ଧି ହେବା ପରେ ଆଜି ବସ୍ ଭଡ଼ା ମଧ୍ୟ ବୃଦ୍ଧି କରାଯିବା ନେଇ ଘରୋଇ ମାଲିକ ସଂଘ ସୂଚନା ଦେଇଛନ୍ତି। ସାଧାରଣ ଓ ଏକ୍ସପ୍ରେସ ଭଡ଼ା କିମି ପିଛା ୧ ପଇସା ବଢିଛି। ସାଧାରଣ ବସରେ କିମି ପିଛା ୬୮ ପଇସା ଥିଲା ଯାହାକି ଡିଜେଲ ଦର ବୃଦ୍ଧି ହେବା ପରେ ଏବେ ୬୯ ପଇସା ହୋଇଯାଇଛି। ସେହିଭଳି ଏକ୍ସପ୍ରେସ ଭଡା ଥିଲା ୭୧ ଯାହାକି ୭୨ ପଇସାରେ ପହଁଚିଛି। ଏତଦ୍ ବ୍ୟତୀତ ଡିଲକ୍ସ କିମି ପିଛା ଥିଲା ୯୭ ପଇସା ଯାହାକି ୯୯ପଇସା ହୋଇଛି ଏବଂ ଏସି ଡିଲକ୍ସ ୧ଟଙ୍କା ଥିବାବେଳେ ଏହା ବୃଦ୍ଧି ହୋଇ ୧ଟଙ୍କା ୨୧ପଇସା ହୋଇଛି।