ଭୁବନେଶ୍ଵର: ରାଜ୍ୟ ବାଣିଜ୍ୟ, ପରିବହନ ତଥା ଖଣି ଓ ଇସ୍ପାତ ବିଭାଗ ମନ୍ତ୍ରୀ ବିଭୁତି ଭୁଷଣ ଜେନା କଳାହାଣ୍ଡି ଜିଲ୍ଲା ଗସ୍ତ ଅବସରରେ ଭବାନୀପାଟଣା ସ୍ଥିତ କୁଷାଡୁଙ୍ଗରୀ ଠାରେ କଳାହାଣ୍ଡି ଅଞ୍ଚଳିକ ପରିବହନ ବିଭାଗର ସ୍ବୟଂ କ୍ରିୟ ଯାନ ଚାଳନା ପରୀକ୍ଷଣ କେନ୍ଦ୍ର ଉଦ୍ଘାଟନ କରିଛନ୍ତି। ଓ ଏହାର ପରିଦର୍ଶନ ମଧ୍ୟ କରି ଥିଲେ। ପରେ କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମନ୍ତ୍ରୀ ଶ୍ରୀ ଜେନା ବିଭାଗୀୟ ସମୀକ୍ଷା କରିଥିଲେ।
କଳାହାଣ୍ଡି ଜିଲ୍ଲା ଖଣି ଖଦାନରେ କୌଣସି ପ୍ରକାର ଦୁର୍ନିତୀକୁ ବରଦାସ୍ତ୍ କରାଯିବ ନାହିଁ ବୋଲି ମନ୍ତ୍ରୀ କହିଥିଲେ। ଏହାକୁ ରୋକାଯିବାକୁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ୍ କରିଥିଲେ। ବେପାରୁଆ ଯାନବାହନ ଚଲେଇବା, ବିନା ଲାଇସନ୍ସ ରେ, ମଦ୍ୟ ପାନ କରି ଗାଡି ଚାଲିବା ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ଓ ଜରିମାନା ଆଦାୟ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି।
ସେହିପରି ଆଞ୍ଚଳିକ ପରିବହନ ବିଭାଗର ସମସ୍ତ ସେବା ଜନତାଙ୍କୁ ଜଣାଇବାକୁ ବିଭିନ୍ନ ବୋର୍ଡ ମଧ୍ୟମରେ ଡିସପ୍ଲେ କରିବା ସହ ବିଭାଗରେ ଦଲାଲି କାର୍ଯ୍ଯ ସଂପୂର୍ଣ୍ଣ ବନ୍ଦ କରିବାକୁ ଆରଟିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଭାଗର ସମସ୍ତ କାମରେ ସ୍ବଚ୍ଛତା ଅବଲମ୍ବନ କରିବାକୁ କହିଥିଲେ। ବୈଠକରେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜୀ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ, ଆଞ୍ଚଳିକ ପରିବହନ ଅଧିକାରୀ ଗତିକୃଷ୍ଣ ସାମନ୍ତରାୟଙ୍କ ସମେତ ଜିଲ୍ଲା ଖଣି ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।