Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଞ୍ଜାମର ଚାରୋଟି ଗ୍ରାମକୁ ଆଇଓସି-ୟୁନେସ୍କୋ ‘ସୁନାମି ପ୍ରସ୍ତୁତ ଗ୍ରାମ’ର ମାନ୍ୟତା
ଆଜିର ଖବର

ଗଞ୍ଜାମର ଚାରୋଟି ଗ୍ରାମକୁ ଆଇଓସି-ୟୁନେସ୍କୋ ‘ସୁନାମି ପ୍ରସ୍ତୁତ ଗ୍ରାମ’ର ମାନ୍ୟତା

January 5, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସୁନାମୀ ପ୍ରବଣ ଗ୍ରାମର ଗୋଷ୍ଠୀକୁ ଆଇଓସି-ୟୁନେସ୍କୋ ଦ୍ବାରା ସୁନାମି ପ୍ରସ୍ତୁତ ଗ୍ରାମର ମାନ୍ୟତା ପ୍ରଦାନ କରାଯାଇଛି। ଇଣ୍ଡୋନେସିଆ ଠାରେ ଅନୁଷ୍ଠିତ ଦ୍ବିତୀୟ ବିଶ୍ବ ସୁନାମି ସିମ୍ପୋଜିୟମ୍ ଅବସରରେ ଏହି ମାନ୍ୟତା ପ୍ରଦାନ କରାଯାଇଛି। ଏହା ସହ ଆଇଓସି-ୟୁନେସ୍କୋ ଦ୍ବାରା ୨୦୨୦ ମସିହାରେ ସୁନାମି ପ୍ରସ୍ତୁତ ଗ୍ରାମର ମାନ୍ୟତା ପାଇଥିବା ଗଞ୍ଜାମ ଜିଲ୍ଲାର ଭେଙ୍କଟ ରାଇପୁରର ସୁନାମି ପ୍ରସ୍ତୁତ ମାନ୍ୟତା ପ୍ରମାଣ ପତ୍ରର ନବୀକରଣ କରାଯାଇଛି। ଆଇଓସି-ୟୁନେସ୍କୋର ସୁନାମି ପ୍ରସ୍ତୁତି ମାନ୍ୟତା କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲାର ଛତ୍ରପୁରର ଉପୁଲାପୁଟି, ଗଞ୍ଜାମର ପ୍ରୟାଗି ଓ କଣ୍ଟିଆଗଡ, ରଙ୍ଗେଇଲୁଣ୍ଡାର ମାର୍କଣ୍ଡି ଏବଂ ଭେଙ୍କଟ ରାଇପୁରରେ କାର୍ଯ୍ୟକାରୀ କରାଯାଇଥିଲା।

ସୂଚନାଯୋଗ୍ୟ ଯେ ଗତ ସେପ୍ଟେମ୍ବର ୨୨ ଓ ୨୩ ତାରିଖରେ ଜାତୀୟ ସୁନାମି ପରିଷଦର ସଦସ୍ୟ ମାନେ ଗଞ୍ଜାମ ଜିଲ୍ଲାର ଏହି ପାଞ୍ଚଟି ଗ୍ରାମକୁ ପରିଦର୍ଶନ କରି ୧୨ ଟି ସୂଚକାଙ୍କ ଅନୁସାରେ ବିଭିନ୍ନ କାର୍ଯ୍ୟକ୍ରମ ଯଥା- ଗୋଷ୍ଠୀ ସ୍ତରୀୟ ସୁନାମୀ ସଚେତନତା କାର୍ଯ୍ୟକ୍ରମ, ବିଭିନ୍ନ ଅଂଶୀଦାର ମାନଙ୍କର ଦକ୍ଷତା ବିକାଶ କାର୍ଯ୍ୟକ୍ରମ, ସୁନାମି ସଚେତନତା ଲିଫଲେଟ୍ ଓ ପୋଷ୍ଟର ବିତରଣ , ସୁନାମି ପରିଚାଳନା ଯୋଜନାର ପ୍ରସ୍ତୁତି, ସୁନାମି ମକ୍ ଡ୍ରିଲ ର ଆୟୋଜନ, ସୁନାମି ସ୍ଥାନାନ୍ତରଣ ରାସ୍ତାର ଚିହ୍ନଟ, ସୁନାମି ସଚେତନତା ହେର୍ଡିଂ ଏବଂ ସ୍ଥାନାନ୍ତରଣ ସାଇନେଜ୍ ର ପ୍ରସ୍ତୁତି ଇତ୍ୟାଦି କାର୍ଯ୍ୟକ୍ରମ କରିଥିଲେ । ଏହା ସହ ଏହି ଗ୍ରାମ ଗୁଡିକୁ ସୁନାମି ପ୍ରସ୍ତୁତ ଗ୍ରାମର ମାନ୍ୟତା ପ୍ରଦାନ କରିବା ପାଇଁ ଆଇଓସି-ୟୁନେସ୍କୋକୁ ସୁପାରିଶ୍ କରିଥିଲେ । ଜିଲ୍ଲାର ଏହି ପାଞ୍ଚଟି ଗ୍ରାମକୁ ୨୦ ତମ ବାର୍ଷିକ ଭାରତ ମହାସାଗର ସୁନାମି କନକ୍ଲେଭର ରେ ଇନକଇସ୍ ( INCOIS) ହାଇଦ୍ରାବାଦ୍ ଠାରେ ଆଇଓସି-ୟୁନେସ୍କୋ ଦ୍ବାରା ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଓସଡମା ର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଦେବେନ୍ଦ୍ର ନାୟକ ଯୋଗ ଦେଇଥିଲେ । ଗତକାଲି ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କୁ ପାଞ୍ଚଟି ଗ୍ରାମର କମ୍ୟୁନିଟି ଲିଡର୍ ମାନେ ସାକ୍ଷାତ କରିବା ସହ ଜିଲ୍ଲାପାଳଙ୍କ ଠାରୁ ପ୍ରମାଣ ପତ୍ର ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ, ଜିଲ୍ଲା ଜରୁରୀ କାଳୀନ ବିଭାଗର ଡେପୁଟି କଲେକ୍ଟର ଆୟୁଷି ପତି ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

ଇଣ୍ଡୋନେସିଆ ଗଞ୍ଜାମ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରରେ ‘ଦ୍ୱିତୀୟ ଜାତୀୟ ମଧ୍ୟସ୍ଥତା କର୍ମଶାଳା’ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ

September 29, 2025

ସେପ୍ଟେମ୍ବର ୨୯ ତାରିଖ ସୋମବାରରେ ଏହି ପାଞ୍ଚୋଟି ରାଶିର ଚମକିବ ଭାଗ୍ୟ

September 29, 2025

ବାଲୁଗାଁ ବ୍ୟବସାୟୀଙ୍କୁ ଅପହରଣ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ: ୫ ଅଭିଯୁକ୍ତ ଗିରଫ

September 28, 2025

ଦଶହରା ପାଇଁ ରଣପୁର ଚଳଚଞ୍ଚଳ, ପୀଠରେ ମହାଶପ୍ତମୀ ପୂଜା ଦର୍ଶନ ପାଇଁ ପ୍ରବଳ ଭିଡ

September 28, 2025
Latest News

ଭୁବନେଶ୍ୱରରେ ‘ଦ୍ୱିତୀୟ ଜାତୀୟ ମଧ୍ୟସ୍ଥତା କର୍ମଶାଳା’ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ

September 29, 2025

‘ନକ୍ସଲ ମୁକ୍ତ ଭାରତ’ କାର୍ଯ୍ୟକ୍ରମର ଉଦଯାପନୀ ଅଧିବେଶନକୁ ସମ୍ବୋଧିତ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

September 29, 2025

“ଭୂମି ଯାହା ହେଉନା କାହିଁକି, ବିଜୟ ଆମର:” ଭାରତର ବିଜୟ ଉପରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପ୍ରତିକ୍ରିୟା

September 29, 2025

ସେପ୍ଟେମ୍ବର ୨୯ ତାରିଖ ସୋମବାରରେ ଏହି ପାଞ୍ଚୋଟି ରାଶିର ଚମକିବ ଭାଗ୍ୟ

September 29, 2025

ଖେଳ ପଡିଆରେ ‘ଅପରେସନ ସିନ୍ଦୁର’: ଟିମ ଇଣ୍ଡିଆର ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦୀ

September 29, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.