Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଣପୁର ମହୋତ୍ସବ “ଅର୍ଜୁନ-୨୦୨୫” ଉଦଘାଟିତ: ମନ ମୋହିଲା ପୁରୁଲିଆ ଛଉ ନୃତ୍ୟ ଓ ସୌରଭଙ୍କ ସଙ୍ଗୀତ
ଆଜିର ଖବର

ରଣପୁର ମହୋତ୍ସବ “ଅର୍ଜୁନ-୨୦୨୫” ଉଦଘାଟିତ: ମନ ମୋହିଲା ପୁରୁଲିଆ ଛଉ ନୃତ୍ୟ ଓ ସୌରଭଙ୍କ ସଙ୍ଗୀତ

January 6, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ରଣପୁର କଳା ସଂସ୍କୃତି ଐତିହ୍ୟ ପରମ୍ପରା ଓ ଶହୀଦମାନଙ୍କ ବୀରତ୍ୱ ସ୍ମୃତି ସାଉଁଟିବା ପାଇଁ ୨୦୦୬ ମସିହାରୁ ରଣପୁର ମହୋତ୍ସବ ଅର୍ଜୁନ ଅନୁଷ୍ଠିତ ହୋଇଆସୁଥିବା ବେଳେ ପ୍ରତେକ ବର୍ଷ ଭଳି ଚଳିତ ବର୍ଷ ରବିବାର ଠାରୁ ଆରମ୍ଭ ହୋଇଛି। ଏହି ମହୋତ୍ସବ ପାଞ୍ଚଦିନ ଧରି ଜାନୁଆରୀ ୫ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ଓଡିଶା ଅନୁଷ୍ଠିତ ହେଉଥିବା ବିଭିନ୍ନ ମହୋତ୍ସବ ଭିତରୁ ଏହା ଅଭିନ୍ନ ହୋଇଥିବା ବେଳେ ରଣପୁର ମାଟିରେ ଶହୀଦ ହୋଇଥିବା ବିରଙ୍ଗନାମାନଙ୍କ ସ୍ମୃତି ଉଦ୍ଦେଶ୍ୟ ପାଳନ କରାଯାଉଥିବାରୁ ଅନ୍ୟ ଅଞ୍ଚଳରେ ପାଳ।

୧୯୩୯ ମସିହାରେ ଜାନୁଆରୀ ୫ ତାରିଖରେ ବେଜେଲଗେଟ ଗୁଳିରେ ଅର୍ଜୁନ ରାଉତ ଶହୀଦ ହୋଇଥିଲେ। ପରେ ଉତ୍ୟକ୍ତ ଲୋକମାନେ ବାଉଁଶ ଠେଙ୍ଗାରେ ବେଜେଲଗେଟକୁ ବାଡେଇ ବାଡେଇ ହତ୍ୟା କରିଥିଲେ। ପରେ ବିହାରର ଭାଗଲପୁର ଜେଲରେ ରଘୁଦିବାକରଙ୍କ ଫାଶି ଦିଆ ଯାଇଥିଲା। ଏହି ଶହୀଦ ମାଟିରେ ବୀରମାନଙ୍କର ସ୍ମୃତିକୁ ମନେ ରଖିବା ପାଇଁ ୨୦୦୬ ମସିହା ଠାରୁ ରଣପୁରରେ ମହୋତ୍ସବ ହୋଇ ଆସୁଛି।

ଆଜି ସକାଳ ୫ ଟାରେ ପ୍ରଭାତ ଫେରି ରାମଧ୍ୱନି ସହିତ ସକାଳ ୮ ଟାରେ ମା ମଣିନାଗ ମନ୍ଦିର ଠାରୁ ପଞ୍ଚୁଦୋଳ ପଡିଆ ପର୍ଯ୍ୟନ୍ତ ଗଣଦୌଡ଼ କରାଯାଇଥିଲା। ଗଣ ଦୌଡ଼ ପୂର୍ବରୁ ମା ମଣିନାଗଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇ ମହୋତ୍ସବର ଶୁଭାରମ୍ଭ କରାଯାଇଥିଲା। ଏହା ପରେ ଓଡିଶାର ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ ପତାକା ଦେଖାଇ ଗଣ ଦୌଡ଼ ଆରମ୍ଭ କରିଥିଲେ।

ଏହି ଗଣ ଦୌଡ଼ରେ ଭାଗ ନେଇଥିବା ପିଲାମାନଙ୍କୁ ବାଚସ୍ପତି ମେଡାଲ ପ୍ରଦାନ କରି ପୁରସ୍କୃତ କରିଥିଲେ। ମଧ୍ୟାହ୍ନ ୧୨ ଘଟିକା ସମୟରେ ରଣପୁର ଅଞ୍ଚଳର ଶହୀଦ ମାଟିରୁ ଅଣାଯାଇଥିବା ମଶାଲକୁ ଧରି ରଣପୁର ପଞ୍ଚୁଦୋଳ ପଡିଆ ଠାରୁ ଶୋଭାଯାତ୍ରାରେ ମହୋତ୍ସବ ପଡିଆ ପର୍ଯ୍ୟନ୍ତ ଶୋଭାଯାତ୍ରା କରାଯାଇଥିଲା। ଏହା ପରେ ମଞ୍ଚ ପୂଜା କାର୍ଯ୍ୟକ୍ରମ କରାଯାଇ ବିଭିନ୍ନ ବିଦ୍ୟାଳୟ ତଥା ଅନୁଷ୍ଠାନରୁ ଆସିଥିବା କୁନି କୁନି କଳାକାରଙ୍କୁ ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସନ୍ଧ୍ୟା ୭ ଘଟିକା ସମୟରେ ଭାରତ ସରକାରଙ୍କ ପୁରଲିଆ ଛଉ ନୃତ୍ୟ ମାଧ୍ୟମରେ ମହିଷାସୁର ବଦ୍ଧ ପରିବେଷଣ କରାଯାଇଥିଲା।

ଏହା ପରେ ଉଦଘାଟନୀ ଦିବସର ସଭାକାର୍ଯ୍ୟରେ ଅତିଥି ଭାବେ ପୁରୀ ସାଂସଦ ଡ଼. ସମ୍ବିତ ପାତ୍ର, ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ରଣପୁର ବିଜ୍ଞାପିତ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ରଞ୍ଜନ କୁମାର ଦାଶ ପ୍ରମୁଖ ଯୋଗ ଦେଇଥିଲେ। ଓଡ଼ିଶାର ବାଚସ୍ପତି ସୁରମା ପାଢ଼ୀଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା। ସଙ୍ଗୀତ କଳା ବିଦ୍ୟା ନିକେତନର ଅଧ୍ୟକ୍ଷ ସତ୍ୟ ନାରାୟଣ ମହାପାତ୍ର ଓ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା। ଡ଼ ପ୍ରଶାନ୍ତ କୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ।

ମହୋତ୍ସବକୁ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ପୋଲିସ ମୁତୟନ ହେବା ସହିତ ଶୃଙ୍ଖଳା ପାଇଁ କମିଟି ଗଠନ କରାଯାଇଛି। ସତ୍ୟ ନାରାୟଣ ମହାପାତ୍ର ସାଂସ୍କୃତିକ ମଞ୍ଚ କାର୍ଯ୍ୟ ପରିଚାଳନା କରିଥିଲେ। ଉଦଘାଟନୀ ଦିବସର ଓଡିଶୀ ନୃତ୍ୟ, ପୁରୁଲିଆ ଛଉ ନୃତ୍ୟ, ସୁର ତାଲ କ୍ରି୍ଏଟିଭ ମେଲୋଡି ସହିତ ସୌରଭଙ୍କ ସଙ୍ଗୀତ ଦର୍ଶକଙ୍କ ମନ ମୋହିଥିଲା।

ଅର୍ଜୁନ-୨୦୨୫ ରଣପୁର ମହୋତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

March 15, 2026
Latest News

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.