Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡିଏଭି ପୋଖରୀପୁଟରେ ପୌଷ୍ଟିକ ଖାଦ୍ୟର ଗୁରୁତ୍ୱ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ପାଳିତ  
ଆଜିର ଖବର

ଡିଏଭି ପୋଖରୀପୁଟରେ ପୌଷ୍ଟିକ ଖାଦ୍ୟର ଗୁରୁତ୍ୱ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ପାଳିତ  

January 6, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବିଦ୍ୟାର୍ଥୀଙ୍କ ଶାରୀରିକ , ମାନସିକ ଓ ସୃଜନାତ୍ମକ ଦକ୍ଷତାକୁ ସର୍ବୋତ୍କୃଷ୍ଟ କରିଗଢ଼ିତୋଳିବା କ୍ଷେତ୍ରରେ ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱସ୍ତରରେ ବିଦ୍ୟାର୍ଥୀଙ୍କୁ ପ୍ରତିଯୋଗୀକ୍ଷମ କରିବା ନିମନ୍ତେ ଡିଏଭି ପୋଖରୀପୁଟ ଓ ଏଫ୍‌.ଆର୍‌.ଏନ୍‌.ଭି. ଓଡ଼ିଶାଙ୍କ ମିଳିତ ଆନୁକୂଲ୍ୟରେ ବିଦ୍ୟାଳୟ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି ସଚେତନତାଧର୍ମୀ କାର୍ଯ୍ୟକ୍ରମକୁ ଆଗନ୍ତୁକ ଅତିଥି ଅଭ୍ୟାଗତ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଶୁଭାରମ୍ଭ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଅଭ୍ୟାଗତଙ୍କୁ ସ୍ୱାଗତ କରିବା ସହିତ ସନ୍ତୁଳିତ ଆହାର ଆମ ଜୀବନ ଶୈଳୀକୁ ବାସ୍ତବରେ ଉଚିତ ମାର୍ଗ ଦର୍ଶନ ପ୍ରଦାନ କରିଥାଏ ବୋଲି ଅଭିମତ ରଖିଥିଲେ। Foundation for Restoration of National Values (FRNV) ଏଫ୍‌.ଆର୍‌.ଏନ୍‌.ଭି. ଓଡ଼ିଶା ଶାଖାର ସଚିବ ସୌମେନ୍ଦ୍ର ଦାସ ଏଫ୍‌.ଆର୍‌.ଏନ୍‌.ଭି.ର ମୂଳ ଉଦ୍ଦେଶ୍ୟ ତଥା ଲକ୍ଷ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।

ବିଦ୍ୟାଳୟର ତଥା ଏଫ୍‌.ଆର୍‌.ଏନ୍‌.ଭି. ଓଡ଼ିଶା ଶାଖାର ଚେୟାମ୍ୟାନ ଡ.ଅରୁଣ କୁମାର ରଥ ନୂତନ ଜାତୀୟ ଶିକ୍ଷାନୀତିରେ ପୋଷଣ ଖାଦ୍ୟର ମହତ୍ତ୍ୱ , ମଧ୍ୟାହ୍ନ ଭୋଜନର ଗୁରୁତ୍ୱ ସମ୍ପର୍କରେ ଆଲୋକ ପାତ କରିବା ସହିତ ଉପସ୍ଥିତ ଅଭିଭାବକମାନଙ୍କୁ ଖାଦ୍ୟରେ ସନ୍ତୁଳତା ତଥା ପୌଷ୍ଟିକ ଆହାର ପ୍ରତି ସର୍ବଦା ଯତ୍ନଶୀଳ ହେବା ପାଇଁ ପରାମର୍ଶ ଦେଇଥିଲେ। ମୁଖ୍ୟ ବକ୍ତାଭାବେ ପୁଷ୍ଟିକର ସଚେତନତା ଅଭିଯାନ ପାଇଁ ଉତ୍ସର୍ଗୀକୃତ ଜାତୀୟ କାର୍ଯ୍ୟକର୍ତ୍ତା ଶ୍ରୀ ବସନ୍ତ କୁମାର କର ଉପସ୍ଥିତ ରହି ଓଡ଼ିଶାରେ ଅପପୁଷ୍ଟି ବା କୁପୋଷଣର ସ୍ଥିତି କିପରି ଗମ୍ଭୀର ରୂପ ଧାରଣ କରିଛି , ଶିଶୁମାନଙ୍କ ବୟସ ଅନୁସାରେ ଶାରୀରିକ , ମାନସିକ ଉନ୍ନତି ନହେବାର କାରଣ ସମ୍ପର୍କରେ ଆଲୋକପାତ କରିବା ସହିତ ଏହାର ନିରାକରଣ ପାଇଁ ଉପଯୁକ୍ତ ମାର୍ଗଦର୍ଶନ ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟରେ ଉପସ୍ଥିତଥିବା ଷଷ୍ଠରୁ ଅଷ୍ଟମ ଶ୍ରେଣୀର ବିଦ୍ୟାର୍ଥୀ ଓ ଅଭିଭାବକମାନଙ୍କ ମନମଧ୍ୟରେ ସୃଷ୍ଟି ହୋଇଥିବା ପ୍ରଶ୍ନର ସରଳ ସମାଧାନ କରିବା ସହିତ ଏ ସମ୍ପର୍କିତ ଅନେକ ସୂତ୍ର ବତାଇଥିଲେ। ଏଫ୍‌.ଆର୍‌.ଏନ୍‌.ଭି.ର ଅନ୍ୟାନ୍ୟ ଉପସ୍ଥିତ ସଦସ୍ୟଗଣ ଏହି ଅବସରରେ  ଉପଯୁକ୍ତ ପୁଷ୍ଟିକର ଖାଦ୍ୟ ହିଁ ନିରାପତ୍ତା, ମୋଟାପଣ ହାର ଏବଂ ପିଲାମାନଙ୍କ ମଧ୍ୟରେ ଅନୁତ୍ତମ ସ୍ୱାସ୍ଥ୍ୟ ହ୍ରାସ କରିବାରେ ସହାୟକ ହେବ ବୋଲି ନିଜ ନିଜର ଅଭିମତ ପରିପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମର ପରିଶେଷରେ ଉପସ୍ଥିତ ସମସ୍ତ ସଦସ୍ୟ ଅସ୍ୱାସ୍ଥ୍ୟକର ଖାଦ୍ୟରୁ ନିଜକୁ ଦୂରେଇବା ସହିତ ଉତ୍ତମ ଖାଦ୍ୟ ସର୍ବଦା ଗ୍ରହଣ କରିବେ ବୋଲି ଶପଥ ପାଠ କରିଥିଲେ।

ଏହି ଭବ୍ୟ କାର୍ଯ୍ୟକ୍ରମ ସାମ୍ପ୍ରତିକ ପରିସ୍ଥିତି ଓ ପରିବେଶକୁ ଆଧାରକରି ପିତାମାତା, ବିଦ୍ୟାଳୟର ଅଧ୍ୟାପକ-ଅଧ୍ୟାପିକାଙ୍କୁ ସୁଷମ ଖାଦ୍ୟ ସେବନର ଉପକାରିତା, ସ୍ୱାସ୍ଥ୍ୟ ସଚେତନତା ଉପରେ ପ୍ରଶିକ୍ଷଣ ପ୍ରଦାନ କରିବା ସହିତ ଏକ ସୁସ୍ଥ ସମାଜ ଗଠନରେ ସହାୟକ ହୋଇଥିଲା। ଏଭଳି କାର୍ଯ୍ୟକ୍ରମକୁ ଉପସ୍ଥିତ ଅଭିଭାବକ ଭୂୟସୀ ପ୍ରଶଂସା କରିଥିଲେ। ସଂପୂର୍ଣ୍ଣ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ବରିଷ୍ଠ ନିରୀକ୍ଷିକା ଡ.ସ୍ମରଣିକା ପଟ୍ଟନାୟକ ସଂଯୋଜନା କରିଥିବାବେଳେ ବରିଷ୍ଠ ନିରୀକ୍ଷକ ଶିତିକଣ୍ଠ ପତି ଉପସ୍ଥିତ ସଭାସଜ୍ଜନଙ୍କୁ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

ଡିଏଭି ପୋଖରୀପୁଟ ସଚେତନତା କାର୍ଯ୍ୟକ୍ରମ
Share. Facebook Twitter LinkedIn Email WhatsApp Copy Link

Related Posts

ନବନିଯୁକ୍ତ ସହକାରୀ ଶ୍ରମ ଅଧିକାରୀଙ୍କ ତାଲିମ୍ କାର୍ଯ୍ୟକ୍ରମ ଉଦ୍ଘାଟିତ

March 11, 2026

ମାଲ ପରିବହନ କ୍ଷମତା ବଢ଼ାଇବାକୁ ରଣନୈତିକ ରେଳ କରିଡରରେ ୩୧୮ କୋଟିର ପ୍ରକଳ୍ପ

March 11, 2026

ସ୍କୁଲ–କଲେଜରେ ଏଭିଜିସି କଣ୍ଟେଣ୍ଟ କ୍ରିଏଟର୍ ଲ୍ୟାବ୍ ପାଇଁ ରୋଡମ୍ୟାପ୍ ଉପରେ ଆଲୋଚନା

March 11, 2026

ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ପର୍ବ ଆରମ୍ଭ

March 11, 2026
Latest News

ନବନିଯୁକ୍ତ ସହକାରୀ ଶ୍ରମ ଅଧିକାରୀଙ୍କ ତାଲିମ୍ କାର୍ଯ୍ୟକ୍ରମ ଉଦ୍ଘାଟିତ

March 11, 2026

ମାଲ ପରିବହନ କ୍ଷମତା ବଢ଼ାଇବାକୁ ରଣନୈତିକ ରେଳ କରିଡରରେ ୩୧୮ କୋଟିର ପ୍ରକଳ୍ପ

March 11, 2026

ସ୍କୁଲ–କଲେଜରେ ଏଭିଜିସି କଣ୍ଟେଣ୍ଟ କ୍ରିଏଟର୍ ଲ୍ୟାବ୍ ପାଇଁ ରୋଡମ୍ୟାପ୍ ଉପରେ ଆଲୋଚନା

March 11, 2026

ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ପର୍ବ ଆରମ୍ଭ

March 11, 2026

ରାଜ୍ୟରେ ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ସଂପର୍କରେ ସମୀକ୍ଷା କଲେ ଅନୁ ଗର୍ଗ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.