Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଳାହାଣ୍ଡି ଜିଲ୍ଳାର ଚୁଡାନ୍ତ ଭୋଟର ତାଲିକା ପ୍ରକାଶନ
ଆଜିର ଖବର

କଳାହାଣ୍ଡି ଜିଲ୍ଳାର ଚୁଡାନ୍ତ ଭୋଟର ତାଲିକା ପ୍ରକାଶନ

January 7, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: କଳାହାଣ୍ଡି ଜିଲ୍ଳାରେ ଥିବା ଭୋଟରଙ୍କ ଚୁଡାନ୍ତ ତାଲିକାକୁ ଜିଲ୍ଳା ନିର୍ବାଚନ ଅଧିକାରୀ ତଥା ଜିଲ୍ଳାପାଳ, କଳାହାଣ୍ଡି ପାୱାର ସଚିନ ପ୍ରକାଶ ଆଜି ପ୍ରକାଶନ କରିଛନ୍ତି। ଏଥିରେ ଜିଲ୍ଳାର ୭୭- ଲାଞ୍ଜିଗଡ଼, ୭୮- ଜୁନାଗଡ, ୭୯- ଧର୍ମଗଡ଼, ୮୦- ଭବାନିପାଟଣା, ୮୧- ନର୍ଲା ନିର୍ବାଚନ ମଣ୍ଡଳିରେ ଥିବା ଭୋଟରଙ୍କ ସଂଖ୍ୟା ପ୍ରକାଶିତ ହୋଇଛି । ଚଳିତ ବର୍ଷ ଜାନୁଆରୀ ୫ ତାରିଖ ସୁଦ୍ଧା ଜିଲ୍ଳାରେ ସର୍ବମୋଟ ୧୨୨୦୩୦୪ ଜଣ ଭୋଟରଙ୍କ ନାମ ଭୋଟର ତାଲିକାରେ ରହିଛି।

ଏହି କ୍ରମରେ କଳାହାଣ୍ଡି ଜିଲ୍ଳାରେ ୬ ଲକ୍ଷ ୧୦ ହଜାର ୫୦୧ ଜଣ ପୁରୁଷ ଭୋଟର ରହିଥିବା ବେଳେ ୬ ଲକ୍ଷ ୯ ହଜାର ୭୩୭ ଜଣ ମହିଳା ଭୋଟରଙ୍କ ସମେତ ୬୬ ଜଣ କିନ୍ନର ଭୋଟରଙ୍କୁ ମିଶାଇ ମୋଟ ୧୨ ଲକ୍ଷ ୨୦ ହଜାର ୩୦୪ ଜଣ ଭୋଟର ରହିଛନ୍ତି।

୨୦୨୪ ବର୍ଷରେ ୯ ହଜାର ୧୧ ଜଣ ୧୮ ବର୍ଷରୁ ଉର୍ଦ୍ଧ ଯୁବ ଭୋଟରଙ୍କୁ ଭୋଟର ତାଲିକାରେ ସାମିଲ କରାଯାଇଛି । ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳିରେ ୨ ଲକ୍ଷ ୩୪ ହଜାର ୧୭୩ ଜଣ ଭୋଟର ରହିଥିବା ବେଳେ ଏଥିରେ ୧ ଲକ୍ଷ ୧୩ ହଜାର ୯୩୯ ଜଣ ପୁରୁଷ ଭୋଟର ଓ ୧ ଲକ୍ଷ ୨୦ ହଜାର ୨୧୪ ଜଣ ମହିଳା ଓ ୨୦ ଜଣ କିନ୍ନର ଭୋଟର ରହିଛନ୍ତି। ସେହିପରି ଜୁନାଗଡ଼ ନିର୍ବାଚନ ମଣ୍ଡଳିରେ ମୋଟ ଭୋଟର ୨ ଲକ୍ଷ ୪୮ ହଜାର ୮୨୧ ଜଣଙ୍କ ନାମ ଭୋଟର ତାଲିକାରେ ପ୍ରକାଶିତ ହୋଇଥିବା ବେଳେ ଏଥିରେ ୧ ଲକ୍ଷ ୨୫ ହଜାର ୬୯୨ ଜଣ ପୁରୁଷ ଓ ୧ ଲକ୍ଷ ୨୩ ହଜାର ୧୨୬ ଜଣ ମହିଳା ଭୋଟରଙ୍କ ସମେତ ୩ ଜଣ କିନ୍ନର ଭୋଟର ରହିଥିବା ବେଳେ ଧର୍ମଗଡ଼ ନିର୍ବାଚନ ମଣ୍ଡଳିରେ ମୋଟ ୨ ଲକ୍ଷ ୬୪ ହଜାର ୩୪୨ ଜଣ ଭୋଟର ରହିଥିବା ବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୩୨ ହଜାର ୯୯୫ ପୁରୁଷ ରହିଥିବା ବେଳେ ୧ ଲକ୍ଷ ୩୧ ହଜାର ୩୪୧ ଜଣ ମହିଳା ଭୋଟର ଏବଂ ୬ ଜଣ କିନ୍ନର ଭୋଟର ରହିଛନ୍ତି ସେହିପରି ଭବାନିପାଟଣା ନିର୍ବାଚନ ମଣ୍ଡଳୀରେ ମୋଟ ୨ ଲକ୍ଷ ୩୮ ହଜାର ୫୩୩ ଜଣ ଭୋଟର ରହିଥିବା ବେଳେ ଏଥିରେ ୧ ଲକ୍ଷ ୧୯ ହଜାର ୫୯୬ ଜଣ ପୁରୁଷ ଭୋଟର ଓ ୧ ଲକ୍ଷ ୧୮ ହଜାର ୯୧୮ ଜଣ ମହିଳା ଓ ୧୯ ଜଣ କିନ୍ନର ଭୋଟର ରହିଛନ୍ତି।

ନର୍ଲା ନିର୍ବାଚନ ମଣ୍ଡଳୀରେ ମୋଟ ୨ ଲକ୍ଷ ୩୪ ହଜାର ୪୩୫ ଜଣ ଭୋଟର ରହିଥିବା ବେଳେ ଏଥିରେ ୧ ଲକ୍ଷ ୧୮ ହଜାର ୨୭୯ ଜଣ ପୁରୁଷ ଭୋଟର ଓ ୧ ଲକ୍ଷ ୧୬ ହଜାର ୧୩୮ ଜଣ ମହିଳା ଓ ୧୮ ଜଣ କିନ୍ନର ଭୋଟର ରହିଛନ୍ତି। ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଅସ୍ଵାନ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କ ଉପସ୍ଥିତିରେ ବିଭିନ୍ନ ରାଜନୈତିକ ଦଳ ର ପ୍ରତିନିଧି, ବିଜେପି ଦଳର ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ସମ୍ପାଦକ ଜୟଶଙ୍କର ନାଏକ, କଂଗ୍ରେସ ଦଳର ପ୍ରତିନିଧି ଉଚ୍ଛବ ସାହୁ,ବିଜେଡି, କମ୍ୟୁନିଷ୍ଟ ପାର୍ଟିର ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀର ଇ.ଆର.ଓ. ଙ୍କ ଠାରୁ ଏହି ଚୁଡାନ୍ତ ଭୋଟର ତାଲିକା ଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ( ସାଧାରଣ) ତନ୍ମୟ କୁମାର ଦରୱାନ, ଅତିରିକ୍ତ ଜିଲାପାଳ (ରାଜସ୍ଵ) ବଇତୁରା ଦୀପ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢି, ଉପ-ଜିଲ୍ଲାପାଳ ଧର୍ମଗଡ଼ ଧୀମାନ ଚାକମ, ଉପ-ଜିଲ୍ଲାପାଳ ଭବାନିପାଟଣା ପ୍ରଭାତ କୁମାର ପରିଡ଼ା, ଜିଲ୍ଲା ନିର୍ବାଚନ ଶାଖାର ଅଧିକାରୀ ଏବଂ ସମସ୍ତ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ।

ଭୋଟର ତାଲିକା
Share. Facebook Twitter LinkedIn Email WhatsApp Copy Link

Related Posts

ଲୋକପ୍ରିୟ ହାସ୍ୟ ଅଭିନେତା ଅସରାନିଙ୍କ ଦେହାନ୍ତ: ଜାଣନ୍ତୁ ତାଙ୍କ ବିଷୟରେ ସବୁ କିଛି

October 20, 2025

ପାର୍ବଣ ଋତୁରେ ଯାତ୍ରୀଙ୍କ ଗତିବିଧିର ସମୀକ୍ଷା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

October 20, 2025

ଫ୍ରାନ୍ସକୁ ଝଟକା ଦେଲା ଏହି ମୁସଲିମ ଦେଶ: ରାଫେଲ ଜେଟ୍ ବଦଳରେ ଚୀନ୍ ଠାରୁ କିଣିବ ଲଢ଼ୁଆ ବିମାନ

October 20, 2025

ଦୀପାବଳି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

October 20, 2025
Latest News

ଲୋକପ୍ରିୟ ହାସ୍ୟ ଅଭିନେତା ଅସରାନିଙ୍କ ଦେହାନ୍ତ: ଜାଣନ୍ତୁ ତାଙ୍କ ବିଷୟରେ ସବୁ କିଛି

October 20, 2025

ନାମାଙ୍କନ ଦାଖଲ କରିବା ମାତ୍ରେ ଆରଜେଡି ପ୍ରାର୍ଥୀଙ୍କୁ ଗିରଫ କଲା ଝାଡ଼ଖଣ୍ଡ ପୋଲିସ: ଜାଣନ୍ତୁ କାରଣ

October 20, 2025

ପାର୍ବଣ ଋତୁରେ ଯାତ୍ରୀଙ୍କ ଗତିବିଧିର ସମୀକ୍ଷା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

October 20, 2025

ଆଇଏନଏସ ବିକ୍ରାନ୍ତରେ ଦେଶପ୍ରେମ ଓ ଆଲୋକର ଉତ୍ସବ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ

October 20, 2025

ପରାଜୟର ହ୍ୟାଟ୍ରିକ୍ ପରେ କିପରି ସେମିଫାଇନାଲରେ ପହଞ୍ଚିପାରିବ ଟିମ୍ ଇଣ୍ଡିଆ?: ଜାଣନ୍ତୁ ସମୀକରଣ

October 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.