Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏଚଏମପିଭି ଅପଡେଟ: ଶ୍ୱାସଜନିତ ସଂକ୍ରମଣ ଓ ପ୍ରତିକାରର ଷ୍ଟାଟସ ରିପୋର୍ଟ ନେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ
ଆଜିର ଖବର

ଏଚଏମପିଭି ଅପଡେଟ: ଶ୍ୱାସଜନିତ ସଂକ୍ରମଣ ଓ ପ୍ରତିକାରର ଷ୍ଟାଟସ ରିପୋର୍ଟ ନେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ

January 8, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଚୀନରେ ବ୍ୟାପୁଥିବା ଏଚଏମପିଭି ରୋଗର ଷ୍ଟାଟସ ତଥା ଆମ ଦେଶରେ ଶ୍ୱାସ ଜନିତ ରୋଗ ସମ୍ପର୍କରେ ସବିଶେଷ ତଥ୍ୟ ନେବା ଲାଗି ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ସହ ଭର୍ଚୁଆଲ ମୋଡରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲିଳା ଶ୍ରୀବାସ୍ତବ ଆଲୋଚନା କରିଛନ୍ତି। ଡିଏଚଆର ସଚିବ ଡ. ରାଜୀବ ବହଲ, ଡିଜିଏଚଏସ ଡ.ପ୍ରଫେସର ଅତୁଲ ଗୋଏଲ, ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ସଚିବ ଓ ପଦାଧିକାରୀ, ଏନସିଡିସି, ଆଇଡିଏସପି, ଆଇସିଏମଆର, ଏନଆଇଭି ଓ ଆଇଡିଏସପି ରାଜ୍ୟ ୟୁନିଟର ବିଶେଷଜ୍ଞମାନେ ଏହି ବୈଠକରେ ଯୋଗ ଦେଇଥିଲେ।

ମିଳିଥିବା ଆଇଡିଏସପି ଡାଟା ଅନୁସାରେ ଦେଶ ଭିତରେ ଆଇ ଏଲ ଆଇ କିମ୍ବା ଏସ ଏ ଆର ଆଇ ମାମଲାର ସେମିତି କିଛି ପରିବର୍ତନ ଦେଖାଯାଇ ନଥିବା ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟକୁ ଆଇସିଏମଆର ସର୍ଭେଲାନ୍ସ ଡାଟା ବି ପରିପୁଷ୍ଟ କରିଛି।

୨୦୦୧ ମସିହାରୁ ସମଗ୍ର ବିଶ୍ୱରେ ରହିଥିବା ଏହି ଭୂତାଣୁ ନେଇ ଆମ ଦେଶର ନାଗରିକମାନେ ଅଯଥା ବ୍ୟତିବ୍ୟସ୍ତ ହେବାର ନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି। ଆଇ ଏଲ ଆଇ ଓ ଏସ ଏ ଆର ଆଇ ସର୍ଭେଲାନ୍ସକୁ କଡାକଡି କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପରାମର୍ଶ ଦେଇଛନ୍ତି। ସାଧାରଣତଃ ଶୀତ ଦିନରେ ଆମ ଦେଶରେ ଏଭଳି ଶ୍ୱାସଜନିତ ସଂକ୍ରମଣ ଦେଖିବାକୁ ମିଳିଥାଏ। ତେବେ ଏପ୍ରକାର ଅସୁସ୍ଥତାକୁ ପ୍ରତିହତ କରିବା ଲାଗି ଆମ ଦେଶ ଯଥେଷ୍ଟ ପ୍ରସ୍ତୁତ ରହିଥିବା ବିଭାଗୀୟ ସଚିବ କହିଛନ୍ତି।

ସାଧାରଣତଃ ଶୀତ ଦିନ ଓ ବସନ୍ତ ଋତୁର ପ୍ରାରମ୍ଭରେ ଆମ ଦେଶରେ ବିଭିନ୍ନ ବର୍ଗର ଲୋକଙ୍କ ପାଖରେ ଏଚଏମପିଭି ଭୂତାଣୁ ପରି ରୋଗର ଶ୍ୱାସଜନିତ ପ୍ରଭାବ ଦେଖିବାକୁ ମିଳିଥାଏ। ଅନେକ କ୍ଷେତ୍ରରେ ଏପ୍ରକାର ଭୂତାଣୁ ମନକୁ ମନ ଭଲ ହୋଇଯାଇଥାଏ ବୋଲି ବି ସୂଚନା ଦିଆଯାଇଛି। ଆଇସିଏମଆର-ଭିଆରଡିଏଲ ପରୀକ୍ଷାଗାରରେ ପର୍ଯ୍ୟାପ୍ତ ଡାଇଗ୍ନୋଷ୍ଟିକ ସୁବିଧା ରହିଥିବା ବି କୁହାଯାଇଛି।

ଏପ୍ରକାର ଭୂତାଣୁ ସଂକ୍ରମିତ ନହେବା ଲାଗି ଲୋକମାନଙ୍କ ଭିତରେ ସଚେତନତା ତଥା ଆଇଇସି ବୃଦ୍ଧି ଉପରେ ନଜର ରଖିବାକୁ ରାଜ୍ୟଗୁଡିକୁ ପରାମର୍ଶ ଦିଆଯାଇଛି। ହାତକୁ ସାବୁନ ପାଣିରେ ଧୋଇବା, ଆଖି, ନାକ ଓ ପାଟିକୁ ଖାଲି ହାତରେ ନଛୁଇଁବା, ଲକ୍ଷଣ ଦେଖାଯାଉଥିବା ଲୋକଙ୍କ ପାଖକୁ ନଯିବା, କାଶିବା ବା ଛିଙ୍କିବା ବେଳେ ନାକ ଓ ପାଟିକୁ ଘୋଡାଇ ରଖିବା ପରି ବିଭିନ୍ନ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।

BJP Ads
କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଷ୍ଟାଟସ ରିପୋର୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା: ଧ୍ଵଂସ କଲେ ମାଓ କାରଖାନା, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

November 4, 2025

ବେଙ୍ଗାଲୁରୁକୁ ସ୍ୱତନ୍ତ୍ର ଟ୍ରେନ୍ ସେବା: ଯାତ୍ରୀଙ୍କ ଆବଶ୍ୟକତା ଅନୁଯାୟୀ ପୂର୍ବତଟ ରେଳପଥର ବିଶେଷ ବ୍ୟବସ୍ଥା

November 4, 2025

ଭୁବନେଶ୍ୱରଠାରେ କୃଷି କ୍ଷେତ୍ରର ବିଭିନ୍ନ ପକ୍ଷଙ୍କୁ ନେଇ ୩ ଦିନିଆ ପରାମର୍ଶ କର୍ମଶାଳା ଆରମ୍ଭ

November 4, 2025

ବିଳାସପୁରରେ ବଡ ଟ୍ରେନ୍ ଦୁର୍ଘଟଣା, ଚାରି ମୃତ

November 4, 2025
BJP Ads
Latest News

ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା: ଧ୍ଵଂସ କଲେ ମାଓ କାରଖାନା, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

November 4, 2025

ବେଙ୍ଗାଲୁରୁକୁ ସ୍ୱତନ୍ତ୍ର ଟ୍ରେନ୍ ସେବା: ଯାତ୍ରୀଙ୍କ ଆବଶ୍ୟକତା ଅନୁଯାୟୀ ପୂର୍ବତଟ ରେଳପଥର ବିଶେଷ ବ୍ୟବସ୍ଥା

November 4, 2025

ଭୁବନେଶ୍ୱରଠାରେ କୃଷି କ୍ଷେତ୍ରର ବିଭିନ୍ନ ପକ୍ଷଙ୍କୁ ନେଇ ୩ ଦିନିଆ ପରାମର୍ଶ କର୍ମଶାଳା ଆରମ୍ଭ

November 4, 2025

ବିଳାସପୁରରେ ବଡ ଟ୍ରେନ୍ ଦୁର୍ଘଟଣା, ଚାରି ମୃତ

November 4, 2025

ଚିଲିକା ବୋଇତ ବନ୍ଦାଣ ଉତ୍ସବ ମଞ୍ଚରେ କବିତା ପାଠୋତ୍ସବ

November 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.