Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୨୦୨୫ ପାଇଁ ଭାରତ ସରକାରଙ୍କ କ୍ୟାଲେଣ୍ଡର ଉନ୍ମୋଚନ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ଆଜିର ଖବର

୨୦୨୫ ପାଇଁ ଭାରତ ସରକାରଙ୍କ କ୍ୟାଲେଣ୍ଡର ଉନ୍ମୋଚନ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

January 8, 2025No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ ସରକାର ନିଜର ୨୦୨୫ କ୍ୟାଲେଣ୍ଡର ପାଇଁ ଜନଭାଗିଦାରୀ ସେ ଜନକଲ୍ୟାଣକୁ କେନ୍ଦ୍ରୀୟ ବିଷୟବସ୍ତୁ ଭାବେ ବାଛିଛନ୍ତି, ଯେଉଁଥିରେ ପରିବର୍ତ୍ତନଶୀଳ ଶାସନର ମୂଲ୍ୟବୋଧ ଉପରେ ଆଲୋକପାତ କରାଯାଇଛି। ରେଳ ଭବନରେ କ୍ୟାଲେଣ୍ଡର ଉନ୍ମୋଚନ କରି କେନ୍ଦ୍ର ସୂଚନା ଓ ପ୍ରସାରଣ, ରେଳବାଇ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗତ ଦଶନ୍ଧି ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ପରିବର୍ତନମୂଳକ ଶାସନର ପ୍ରଭାବଶାଳୀ ଦିଗ ଉପରେ ଆଲୋକପାତ କରିଥିଲେ। ଗରିବଙ୍କ କଲ୍ୟାଣରେ ଉନ୍ନତି ଆଣିବା, ମହିଳା ସଶକ୍ତୀକରଣ ଏବଂ ସମଗ୍ର ଦେଶରେ ଭିତ୍ତିଭୂମି ବିକାଶ ଦିଗରେ ପରିବର୍ତନକାରୀ ଶାସନର ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଉଦଘାଟନୀ ଉତ୍ସବରେ କେନ୍ଦ୍ର ସୂଚନା ଓ ପ୍ରସାରଣ ଓ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍ ମୁରୁଗାନ୍, ସୂଚନା ଓ ପ୍ରସାରଣ ସଚିବ ସଞ୍ଜୟ ଜାଜୁ, ପିଆଇବିର ପ୍ରମୁଖ ମହାନିର୍ଦେଶକ ଧୀରେନ୍ଦ୍ର ଓଝା ଏବଂ କେନ୍ଦ୍ରୀୟ ଯୋଗାଯୋଗ ବ୍ୟୁରୋର ମହାନିର୍ଦେଶକ ଯୋଗେଶ ବାୱେଜା ପ୍ରମୁଖ ଉପସ୍ଥିତ ଥିଲେ।

ପରିବର୍ତ୍ତନଶୀଳ ଶାସନର ଏକ ଦଶନ୍ଧି ପାଳନ

ଦେଶ ୨୦୧୪ରୁ ୨୦୨୫ ପାଇଁ ସୁଶାସନର ଏକାଦଶ ବର୍ଷରେ ପ୍ରବେଶ କରୁଥିବା ବେଳେ ଭାରତ ସରକାରଙ୍କ କ୍ୟାଲେଣ୍ଡର ୨୦୨୫ଦେଶର ପ୍ରଗତି ଏବଂ ପରିବର୍ତନମୂଳକ ଶାସନ ଉପରେ ଆଲୋକପାତ କରିବା ପାଇଁ ଏହି ମାଧ୍ୟମକୁ ବ୍ୟବହାର କରିବାର ଦୀର୍ଘ ଦିନର ପରମ୍ପରାରେ ଆଉ ଏକ ଅଧ୍ୟାୟକୁ ଚିହ୍ନିତ କରିଛି। ସେଣ୍ଟ୍ରାଲ ବ୍ୟୁରୋ ଅଫ୍ କମ୍ୟୁନିକେସନ୍ (ସିବିସି) ଦ୍ୱାରା ପରିକଳ୍ପିତ ଏବଂ ପ୍ରସ୍ତୁତ ଏହି କ୍ୟାଲେଣ୍ଡର କେବଳ ଦିନ ଏବଂ ମାସର ମାର୍ଗଦର୍ଶିକା ନୁହେଁ ବରଂ ଅନ୍ତର୍ଭୁକ୍ତୀକରଣ, ସ୍ୱଚ୍ଛତା ଏବଂ ଅଂଶୀଦାର ଶାସନ ପ୍ରତି ସରକାରଙ୍କ ପ୍ରତିବଦ୍ଧତାର ପ୍ରତିଫଳନ ମଧ୍ୟ ଅଟେ।

କ୍ୟାଲେଣ୍ଡରରେ ଚିତ୍ର ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଭାଗିଦାରୀ ଆଭିମୁଖ୍ୟ ଉପରେ ଆଲୋକପାତ କରାଯାଇଛି ଯାହା ଭାରତର ବିକାଶ ଦିଗରେ ଯାତ୍ରାର ସ୍ୱର ନିର୍ଦ୍ଧାରଣ କରିଥାଏ। ଏହା ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାରଙ୍କ ମୂଳରେ ଥିବା ଭାଗିଦାରୀ ଶାସନର ଗୁରୁତ୍ୱକୁ ମଧ୍ୟ ସୂଚାଇଥାଏ। ଏଥିରେ ଗୁରୁତ୍ୱାରୋପ କରାଯାଇଛି ଯେ ଆମ ଦେଶର ଶକ୍ତି ଏହାର ଲୋକଙ୍କ ସାମୂହିକ ଶକ୍ତି ଏବଂ ପ୍ରୟାସରେ ରହିଛି। ସ୍ୱଚ୍ଛତାକୁ ଦେଶବ୍ୟାପୀ ଆନ୍ଦୋଳନରେ ପରିଣତ କରିଥିବାସ୍ୱଚ୍ଛ ଭାରତ ମିଶନ ଭଳି କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ଆୟୁଷ୍ମାନ ଭାରତ ଭଳି ପଦକ୍ଷେପ, ଯାହା ୬୮ କୋଟିରୁ ଅଧିକ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ କରିଛି, ସରକାରୀ ଯୋଜନାର ସଫଳତାର କେନ୍ଦ୍ରବିନ୍ଦୁ ହୋଇଛି ନାଗରିକଙ୍କ ଅଂଶଗ୍ରହଣ।

ଭାରତ ସରକାରଙ୍କ ୨୦୨୫ କ୍ୟାଲେଣ୍ଡରର ପ୍ରମୁଖ ବିଷୟବସ୍ତୁ

କ୍ୟାଲେଣ୍ଡରର ଆରମ୍ଭ ହୁଏ ସମସ୍ତଙ୍କ କଲ୍ୟାଣରୁ ଏବଂ ଏହାପରେ କୃଷିକ୍ଷେତ୍ରରେ କ୍ଷେତ୍ରୀୟ ଅଗ୍ରଗତି, ମହିଳା ସଶକ୍ତୀକରଣ ଯୁବଗୋଷ୍ଠୀ ଏବଂ ଦେଶର ପ୍ରଗତିରେ ଦକ୍ଷତା ସଂସ୍କରଣ ଉପରେ ଆଲୋକପାତ କରାଯାଇଛି । ଅନ୍ନ କା ବର୍ଦ୍ଧନ ହୋ ଅର୍ଥାତ୍‍ ଅଧିବ ଶସ୍ୟ ଉତ୍ପାଦନ କରିବା, ଶକ୍ତି ରୂପେଣ ସଂସ୍ଥିତା ଜାତି ନିର୍ମାଣରେ ମହିଳାମାନଙ୍କୁ ଶକ୍ତି କହି ଶ୍ରେୟ ଦେବା ଏବଂ ସେମାନଙ୍କୁ ଶକ୍ତି ଭାବେ ସମ୍ବୋଧନ କରିବା ଏବଂ ଯୁବବର୍ଗଙ୍କୁ ଉଠାଇ ଜାଗ୍ରତ କରିବା ଏବଂ ଆଗକୁ ବଢିବା ପାଇଁ ଆହ୍ୱାନ ଦେବାର ମନ୍ତ୍ର କ୍ୟାଲେଣ୍ଡରର ପ୍ରଥମ ଚାରି ମାସରେ ପ୍ରତିଫଳିତ ହୋଇଛି।

ଭିତ୍ତିଭୂମି ପାଇଁ ଏହି କ୍ୟାଲେଣ୍ଡରରେ “ଦେଶ ସମୃଦ୍ଧିରେ ବିକଶିତ ହୁଏ” ମନ୍ତ୍ରକୁ ପ୍ରତିଫଳିତ କରାଯାଇଛି ଏବଂ ଏହା “ଆଭ୍ୟନ୍ତରୀଣ ଶୁଦ୍ଧତା ବାହ୍ୟ ସ୍ୱଚ୍ଛତାକୁ ଆଗେଇ ନେଇଥାଏ” ଶୀର୍ଷକ ମାଧ୍ୟମରେ ମଇ ମାସରେ ପ୍ରତିଫଳିତ ସ୍ୱଚ୍ଛତା ଉପରେ ମଧ୍ୟ ଗୁରୁତ୍ୱାରୋପ କରେ। କ୍ୟାଲେଣ୍ଡରର ଜୁଲାଇ ମାସ ପୃଷ୍ଠା “ସୁସ୍ଥତା ପାଇଁ ବ୍ୟାୟାମ ହେଉଛି ନିଶ୍ଚିତ ରେସିପି” ର ଉଦ୍ଦେଶ୍ୟ ଉପରେ ଆଧାରିତ ହୋଇଥିବା ବେଳେ ସ୍ୱାଧୀନତା ଦିବସର ବିଷୟବସ୍ତୁ ଏକ ସୁସ୍ଥ ଜୀବନଶୈଳୀ ମାଧ୍ୟମରେ ଶହେ ବର୍ଷର ଦୀର୍ଘ ଜୀବନ କାମନା କରେ।

ଏହି କ୍ୟାଲେଣ୍ଡରରେ ଭାରତର ପ୍ରଧାନମନ୍ତ୍ରୀ ଙ୍କୁ ଭାରତୀୟ ଅର୍ଥନୀତିରେ ‘‘ଉଦ୍ଧମେନ ହି ସିଦ୍ଧନ୍ତି କାର୍ଯ୍ୟାଣି’’ ଅବଦାନର ସ୍ୱୀକୃତି ଭାବରେ ଦର୍ଶାଯାଇଛି। ଭାରତର ଲୌହପୁରୁଷ ସର୍ଦ୍ଦାର ପଟେଲଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇ ଏକତା ଦିବସ ମାସକୁ ଚିତ୍ରିତ କରିଛନ୍ତି।

ନଭେମ୍ବର ମାସର ମୁଖ୍ୟ ଆକର୍ଷଣ ହେଉଛି ଜନ୍ମଜାତୀୟ ଗୌରବ ଦିବସ । ଡିସେମ୍ବର ମାସରେ ବୈଷୟିକ ଉଦ୍ଭାବନ ଉପରେ ଧ୍ୟାନ ଦେବା ସହିତ କ୍ୟାଲେଣ୍ଡର ‘‘ଅପରିମିତଂ ଭବ୍ୟମ’’ (ଭବିଷ୍ୟତର ଅସୀମିତ ସମ୍ଭାବନା)ରେ ଶେଷ ହୁଏ ଏବଂ “ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବ୍ୟବହାରକୁ ମାନବ ଚେହେରା ସହିତ ଚିତ୍ରଣ କରିବାର ସକାରାତ୍ମକ ମନ୍ତ୍ରକୁ ସୂଚିତ କରେ।

ଭାରତ ସରକାରଙ୍କ କ୍ୟାଲେଣ୍ଡର ବିଷୟରେ

ଭାରତ ସରକାରଙ୍କ କ୍ୟାଲେଣ୍ଡର, ବର୍ଷ ବର୍ଷ ଧରି, ସାର୍ବଜନୀନ ଯୋଗାଯୋଗର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି, ଯାହା ଏକ ମାଧ୍ୟମରେ ବିକଶିତ ହୋଇଛି ଯାହା କେବଳ ତାରିଖ ଠାରୁ ଅଧିକ ଯୋଗାଯୋଗ କରେ। ଏଥିରେ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ, ପଦକ୍ଷେପ ଏବଂ ଉପଲବ୍ଧି ଉପରେ ଆଲୋକପାତ କରାଯାଇଛି ଏବଂ ଭାରତ କରିଥିବା ସାମୂହିକ ପ୍ରଗତିର ପ୍ରେରଣାଦାୟୀ ସ୍ମାରକୀ ଭାବରେ କାର୍ଯ୍ୟ କରୁଛି। ଭାରତ ସରକାରଙ୍କ ୨୦୨୫ କ୍ୟାଲେଣ୍ଡରରେ ମଧ୍ୟ ପାରମ୍ପରିକ ଜ୍ଞାନ ବ୍ୟବସ୍ଥାକୁ ପରିବର୍ତ୍ତନଶୀଳ ଶାସନର ମନ୍ତ୍ର ଭାବରେ ସ୍ୱୀକାର କରାଯାଇଛି, ଯାହା ଦେଶର ପ୍ରଗତିକୁ ପ୍ରୋତ୍ସାହିତ କରୁଛି।

୧୩ଟି ଭାରତୀୟ ଭାଷାରେ ପ୍ରକାଶିତ ଏହି କ୍ୟାଲେଣ୍ଡରର ଅନ୍ତର୍ଭୁକ୍ତୀକରଣ ପ୍ରତ୍ୟେକ ଭାଷାଗତ ଏବଂ ସାଂସ୍କୃତିକ ପୃଷ୍ଠଭୂମିର ନାଗରିକଙ୍କ ସହ ଯୋଗାଯୋଗ ପାଇଁ ସରକାରଙ୍କ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି। ଏହାର ବଣ୍ଟନ ଗ୍ରାମ ପଞ୍ଚାୟତପର୍ଯ୍ୟନ୍ତ ବିସ୍ତାରିତ ହେବା ସହିତ ଦୁର୍ଗମ ଅଂଚଳରେ ପହଂଚିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ଭାବରେ କାର୍ଯ୍ୟ କରୁଛି, ଯାହା ତୃଣମୂଳ ସ୍ତରରେ ଥିବା ସମୁଦାୟମାନଙ୍କୁ ସରକାରଙ୍କ ଦୂରଦୃଷ୍ଟି ଏବଂ ପଦକ୍ଷେପ ସହିତ ଜଡିତ ହେବାକୁ ସକ୍ଷମ କରିବ। ଏହି କ୍ୟାଲେଣ୍ଡର କେବଳ ଏକ ବ୍ୟବହାରିକ ସମ୍ବଳ ନୁହେଁ ବରଂ ଆମ ଦେଶର ଏକତା ଏବଂ ଶକ୍ତିର ପ୍ରତୀକ ମଧ୍ୟ ଅଟେ।

ଲକ୍ଷ ଲକ୍ଷ ପରିବାର, କାର୍ଯ୍ୟାଳୟ ଏବଂ ସରକାରୀ ଅନୁଷ୍ଠାନମାନଙ୍କ ପାଖରେ ପହଞ୍ଚୁଥିବା ଏକ ଦସ୍ତାବିଜ ଭାବରେ, କ୍ୟାଲେଣ୍ଡର ସ୍ୱଚ୍ଛତା ଏବଂ ଅନ୍ତର୍ଭୁକ୍ତ ବିକାଶ ପାଇଁ ସରକାରଙ୍କ ଅତୁଟ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ଏହା କେବଳ ସଫଳତାର କାହାଣୀ ନୁହେଁ ବରଂ ଆତ୍ମନିର୍ଭର ଓ ପ୍ରଗତିଶୀଳ ଭାରତ ଗଠନରେ ପ୍ରତ୍ୟେକ ନାଗରିକ ସକ୍ରିୟ ଭାବରେ ଅଂଶଗ୍ରହଣ କରିବା ପାଇଁ ପଦକ୍ଷେପ ନେବାପାଇଁ ଆହ୍ୱାନ।

ଏହା ୧.୪ ବିଲିୟନ ଭାରତୀୟଙ୍କ ସାମୂହିକ ଶକ୍ତି ଏବଂ ମିଳିତ ଆକାଂକ୍ଷାର ପ୍ରତୀକ ଭାବରେ କାର୍ଯ୍ୟ କରେ। ଏହାର ବ୍ୟାପକ ପହଞ୍ଚ ଏବଂ ଶକ୍ତିଶାଳୀ ବାର୍ତ୍ତା ସହିତ କ୍ୟାଲେଣ୍ଡର ଦେଶକୁ ଏକ ଉଜ୍ଜ୍ୱଳ, ଅଧିକ ସମାବେଶୀ ଭବିଷ୍ୟତ ଦିଗରେ ପ୍ରେରଣା ଓ ମାର୍ଗଦର୍ଶନ ଜାରି ରଖିଛି । ଜନଭାଗିଦାରୀର ପରିବର୍ତନ ଶକ୍ତିର ଏହା ପ୍ରମାଣ, ଯାହା ଜନ କଲ୍ୟାଣ ଆଡକୁ ଦେଶର ଯାତ୍ରାକୁ ଆଗକୁ ବଢ଼ାଉଛି।

ଅଶ୍ୱିନୀ ବୈଷ୍ଣବ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କ୍ୟାଲେଣ୍ଡର ଉନ୍ମୋଚନ ଭାରତ ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ ୟି

August 19, 2025

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ରାଜଧାନୀ ଏକ୍ସପ୍ରେସ୍ ଏବଂ ଭଦ୍ରକ ରେଳ ଷ୍ଟେସନ୍ ଯାଞ୍ଚ

August 19, 2025

ଘୋଷଣା ହେଲା NEET PG 2025 ଫଳାଫଳ, କେବେ କରିବେ ସ୍କୋରକାର୍ଡ ଡାଉନଲୋଡ୍?

August 19, 2025

ଡ଼କାୟତି ଯୋଜନା ବେଳେ ପୋଲିସର ଅତର୍କିତ ଚଢ଼ାଉ, ମାରଣାସ୍ତ୍ର ସହିତ ପାଞ୍ଚ ଗିରଫ

August 19, 2025
Latest News

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ ୟି

August 19, 2025

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ରାଜଧାନୀ ଏକ୍ସପ୍ରେସ୍ ଏବଂ ଭଦ୍ରକ ରେଳ ଷ୍ଟେସନ୍ ଯାଞ୍ଚ

August 19, 2025

ଘୋଷଣା ହେଲା NEET PG 2025 ଫଳାଫଳ, କେବେ କରିବେ ସ୍କୋରକାର୍ଡ ଡାଉନଲୋଡ୍?

August 19, 2025

ଡ଼କାୟତି ଯୋଜନା ବେଳେ ପୋଲିସର ଅତର୍କିତ ଚଢ଼ାଉ, ମାରଣାସ୍ତ୍ର ସହିତ ପାଞ୍ଚ ଗିରଫ

August 19, 2025

ନିର୍ବାଚନ ତଥ୍ୟ ଦେଇଥିବା CSDS ନିର୍ଦ୍ଦେଶକ ମାଗିଲେ କ୍ଷମା: ରାହୁଲ ଗାନ୍ଧୀଙ୍କୁ ବିଜେପି ର ଟାର୍ଗେଟ

August 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.