Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁରୀ ସ୍ୱର୍ଗଦ୍ୱାର ସମ୍ମୁଖ ସମୁଦ୍ର ତଟରେ ମହୋଦଧି ଆଳତିର ୧୯ତମ ବାର୍ଷିକ ଉତ୍ସବ
ଆଜିର ଖବର

ପୁରୀ ସ୍ୱର୍ଗଦ୍ୱାର ସମ୍ମୁଖ ସମୁଦ୍ର ତଟରେ ମହୋଦଧି ଆଳତିର ୧୯ତମ ବାର୍ଷିକ ଉତ୍ସବ

January 10, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ପୁରୀ: ବିଶ୍ୱଶାନ୍ତି ପାଇଁ ପୁରୀ ସ୍ୱର୍ଗଦ୍ୱାର ସମ୍ମୁଖ ସମୁଦ୍ର ତଟରେ ମହୋଦଧି ଆଳତିର ୧୯ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗୋବର୍ଦ୍ଧନ ମଠ ପୀଠାଧୀଶ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ସନ୍ଧ୍ୟାରେ ଏହି ମହୋଦଧି ଆରତୀରେ ଯୋଗଦାନ କରି ଜଗତ କଲ୍ୟାଣ ନେଇ ସମର୍ପଣ କରିଛନ୍ତି। ମହୋଦଧି ଆରତୀ ମାଧ୍ୟମରେ ପ୍ରଭୁ ଶ୍ରୀନାରାୟଣଙ୍କ ଉଦ୍ଦେଶ୍ୟରେ ନିଜେ ଶଙ୍କରାଚାର୍ଯ୍ୟ ସମର୍ପଣ କରିଥିବା ସହ ଆରତୀ କରିଥିଲେ।

ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବହୁ ନେତାଙ୍କ ସହ ସାଧୁସନ୍ଥ, ସେବାୟତ ଓ ମଠ ମହନ୍ତ ମାନେ ଯୋଗଦେଇ ମହୋଦଧି ଆରତୀ ସହ ସମୂହ ଦୀପଦାନ କରିଥିଲେ। ଗତ କିଛି ବର୍ଷ ହେବ ପୁରୀ ଗୋବର୍ଦ୍ଧନ ପୀଠ ଆନୁକୁଲ୍ୟରେ ତୀର୍ଥରାଜ ଶ୍ରୀ ମହୋଦଧିଙ୍କ ନିତ୍ୟ ସନ୍ଧ୍ୟା ଆରତୀ କାର୍ଯ୍ୟକ୍ରମ ପୁରୀ ବେଳାଭୂମିରେ କରାଯାଉଛି।

ଧର୍ମ ନିରପେକ୍ଷତା ଶାସନ ନାମରେ ସନାତନ ହିନ୍ଦୁ ଧର୍ମ ଉପରେ ନିୟନ୍ତ୍ରଣକୁ କଦାପି ବରଦାସ୍ତ କରାଯିବ ନାହିଁ।ସମୁଦ୍ର ତଟ ଅତ୍ୟନ୍ତ ପବିତ୍ର ଏଣୁ ଏହି ସମୁଦ୍ର ତଟରେ ମଦ, ମାଂସ, ଆଶ୍ଳୀଳ ନାଚ, ନଗ୍ନତା ହେବା ଉଚିତ ନୁହେଁ। ମହୋଦଧି ରେ ସବୁ ନଦୀ ର ପବିତ୍ର ଜଳ ମିଶୁଥିବା ହେତୁ ଏହାର ମର୍ଯ୍ୟାଦାକୁ ରକ୍ଷା ନେଇ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ପାଇଁ ଜଗତ ଗୁରୁ ଆହ୍ୱାନ ଦେଇଥିଲେ।

ମହୋଦଧି ଆରତୀ କାର୍ଯ୍ୟକ୍ରମରେ ଯୋଗଦାନ କରି ପୁରୀ ସଂସାଦ ସମ୍ବିତ ପାତ୍ର ନିଜକୁ ଧନ୍ୟ ମନେ କରିଥିବା ମତ ରଖିଛନ୍ତି। ବିଶେଷ କରି ପ୍ରବାସୀ ଭାରତୀୟଙ୍କ ଏହି ଉତ୍ସବରେ ଯୋଗଦାନ ଓଡ଼ିଶାର ସଂସ୍କୃତି ଓ ଗୌରବକୁ ବୃଦ୍ଧି କରିଥିବା ଶ୍ରୀ ପାତ୍ର ମତବ୍ୟକ୍ତ କରିଥିଲେ।

ସନ୍ଧ୍ୟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ରହିଥିବା ପରିଲକ୍ଷିତ ହୋଇଥିଲା।

ହିନ୍ଦୁ ଧର୍ମ
Share. Facebook Twitter LinkedIn Email WhatsApp Copy Link

Related Posts

ଏସସିବି ଅଗ୍ନିକାଣ୍ଡ ମାମଲା: ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

March 16, 2026

“ଉପାସନା ମହାପାତ୍ରଙ୍କ ଭୋଟ ଆଚରଣ ବିଧି ଉଲ୍ଲଂଘନ କରେ’: ଅଭିଯୋଗ କଲେ ନବୀନ ପଟ୍ଟନାୟକ

March 16, 2026

ରାଜ୍ୟସଭା ନିର୍ବାଚନ: ଉପାସନା ମହାପାତ୍ରଙ୍କ ଭୋଟକୁ ବିରୋଧ କଲେ ବିରୋଧୀ

March 16, 2026

ସୋସିଆଲ ମିଡିଆରେ ନକଲି ଭିଡିଓ ସେୟାର କରିବା ମାମଲା: ୧୯ ଭାରତୀୟଙ୍କୁ ଗିରଫ କଲା ୟୁଏଇ 

March 16, 2026
Latest News

ଏସସିବି ଅଗ୍ନିକାଣ୍ଡ ମାମଲା: ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

March 16, 2026

“ଉପାସନା ମହାପାତ୍ରଙ୍କ ଭୋଟ ଆଚରଣ ବିଧି ଉଲ୍ଲଂଘନ କରେ’: ଅଭିଯୋଗ କଲେ ନବୀନ ପଟ୍ଟନାୟକ

March 16, 2026

ରାଜ୍ୟସଭା ନିର୍ବାଚନ: ଉପାସନା ମହାପାତ୍ରଙ୍କ ଭୋଟକୁ ବିରୋଧ କଲେ ବିରୋଧୀ

March 16, 2026

ସୋସିଆଲ ମିଡିଆରେ ନକଲି ଭିଡିଓ ସେୟାର କରିବା ମାମଲା: ୧୯ ଭାରତୀୟଙ୍କୁ ଗିରଫ କଲା ୟୁଏଇ 

March 16, 2026

ରାଜ୍ୟସଭା ନିର୍ବାଚନ: RJD ପାଇଁ ବଢିଲା ସମସ୍ୟା, ତିନି କଂଗ୍ରେସ ବିଧାୟକ ଗାଏବ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.