Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଣପୁର ମହୋତ୍ସବ “ଅର୍ଜୁନ-୨୦୨୫” ଉଦଯାପିତ: ତ୍ରିପୁରା ଓ ଆସାମ ନୃତ୍ୟରେ ଦର୍ଶକ ବିଭୋର
ଆଜିର ଖବର

ରଣପୁର ମହୋତ୍ସବ “ଅର୍ଜୁନ-୨୦୨୫” ଉଦଯାପିତ: ତ୍ରିପୁରା ଓ ଆସାମ ନୃତ୍ୟରେ ଦର୍ଶକ ବିଭୋର

January 10, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ରଣପୁର କଳା ସଂସ୍କୃତି ଐତିହ୍ୟ ପରମ୍ପରା ଓ ଶହୀଦମାନଙ୍କ ବୀରତ୍ୱ ସ୍ମୃତି ସାଉଁଟିବା ପାଇଁ ୨୦୦୬ ମସିହାରୁ ରଣପୁର ମହୋତ୍ସବ ଅର୍ଜୁନ ଅନୁଷ୍ଠିତ ହୋଇଆସୁଥିବା ବେଳେ ପ୍ରତେକ ବର୍ଷ ଭଳି ଚଳିତ ବର୍ଷ ଜାନୁଆରୀ ୫ ତାରିଖ ଠାରୁ ଆରମ୍ଭ ହୋଇ ୯ ତାରିଖ ଗୁରୁବାର ଉଦଯାପିତ ହୋଇଯାଇଛି।

୧୯୩୯ ମସିହାରେ ଜାନୁଆରୀ ୫ ତାରିଖରେ ବେଜେଲଗେଟ ଗୁଳିରେ ଅର୍ଜୁନ ରାଉତ ଶହୀଦ ହୋଇଥିଲେ। ପରେ ଉତ୍ୟକ୍ତ ଲୋକମାନେ ବାଉଁଶ ଠେଙ୍ଗାରେ ବେଜେଲଗେଟକୁ ବାଡେଇ ବାଡେଇ ହତ୍ୟା କରିଥିଲେ। ପରେ ବିହାରର ଭାଗଲପୁର ଜେଲରେ ରଘୁଦିବାକରଙ୍କ ଫାଶି ଦିଆ ଯାଇଥିଲା। ଏହି ଶହୀଦ ମାଟିରେ ବୀରମାନଙ୍କର ସ୍ମୃତିକୁ ମନେ ରଖିବା ପାଇଁ ୨୦୦୬ ମସିହା ଠାରୁ ରଣପୁରରେ ମହୋତ୍ସବ ହୋଇ ଆସୁଛି।

ଅନ୍ତିମ ଦିବସର ଅପରାହ୍ଣରେ ରଣପୁର ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ନେଇ ଏକ କୁଇଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କୁଇଜ କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ବିରୁପାକ୍ଷ ମହାପାତ୍ର, ଚିତ୍ତରଞ୍ଜନ ଦାଶ, ଅବସରପ୍ରାପ୍ତ ପ୍ରାଧ୍ୟାପକ ବିଜୟ କୁମାର ଜେନା, ଅବସରପ୍ରାପ୍ତ ଶିକ୍ଷକ ହରିହର ନନ୍ଦ ପ୍ରମୁଖ ପରିଚାଳନା କରିଥିଲେ। ପରେ ବିଭିନ୍ନ ବିଦ୍ୟାଳୟ ତଥା ଅନୁଷ୍ଠାନରୁ ଆସିଥିବା କୁନି କୁନି କଳାକାରଙ୍କୁ ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହା ସହ ଭାରତ ସରକାରଙ୍କ ଆସାମ ବିହୁ ନୃତ୍ୟ, ତ୍ରିପୁରା ନୃତ୍ୟ, ରାଜ୍ୟ ସରକାରଙ୍କ କଣ୍ଡରା ଦରବାର ଆଦି ପରିବେଷଣ କରାଯାଇଥିଲା। ଏହା ସହ ଅର୍ପିତା ଚୌଧୁରୀ ଓ ବିଷ୍ଣୁମୋହନ କବିଙ୍କ ମେଲୋଡି କାର୍ଯ୍ୟକ୍ରମକୁ ଜନସାଧାରଣ ବେଶ ଉପଭୋଗ କରିଥିଲେ।

ଉଦଯାପନୀ ଦିବସର ସଭାକାର୍ଯ୍ୟରେ ଅତିଥି ଭାବେ ମହୋତ୍ସବର ସଭାପତି ତଥା ଓଡିଶାର ବାଚସ୍ପତି ସୁରମା ପାଢ଼ୀ, ରଣପୁର ବିଜ୍ଞାପିତ ପରିଷଦର ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ମହୋତ୍ସବର ଉପସଭାପତି ବିଜୟ କୁମାର ଜେନା, ସଦସ୍ୟ ରାଜକିଶୋର ପଟ୍ଟନାୟକ, ଡ଼. ପ୍ରଶାନ୍ତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିମାନଙ୍କ ଦ୍ୱାରା ମହୋତ୍ସବର ମୁଖପତ୍ର ପୁସ୍ତକ “ରଣଶ୍ରୀ” ଉନ୍ମୋଚନ କରାଯାଇଥିଲା। ଏହି ମୁଖପତ୍ର ସ୍ମରଣିକା ଉନ୍ମୋଚନ ସମୟରେ ଅତିଥିମାନଙ୍କ ସହିତ ବରିଷ୍ଠ ଆଇନୀଜୀବୀ ଦିଲ୍ଲୀପ କୁମାର ନନ୍ଦ, ବରିଷ୍ଠ ସାମ୍ବାଦିକ ବିଶ୍ୱରଂଜନ ଆଚାର୍ଯ୍ୟ, ମହୋତ୍ସବ ସମ୍ପାଦକ ସ୍ୱରାଜ ମହାନ୍ତି, ସତ୍ୟ ନାରାୟଣ ମହାପାତ୍ର, ଶିକ୍ଷକ ବିରୁପାକ୍ଷ ମହାପାତ୍ର, ଚିତ୍ତରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ଆସାମ ଓ ତ୍ରିପୁରାରୁ ଆସିଥିବା ନୃତ୍ୟ କଳାକାରମାନଙ୍କୁ ବାଚସ୍ପତି ମହୋଦୟା ସମ୍ବର୍ଦ୍ଧିତ କରିଥିଲେ। ଏହା ସହିତ ଶହୀଦ ରଘୁନାଥ ମହାନ୍ତି, ଦିବାକର ପରିଡା ଓ ଅର୍ଜୁନ ରାଉତଙ୍କ ପରିବାରକୁ ସମ୍ବର୍ଦ୍ଧିତ କରାଯାଇଥିଲା। ରକ୍ତ ଦାନ କ୍ୟାମ୍ପ କରି ୩୦୦ ୟୁନିଟରୁ ଅଧିକ ରକ୍ତ ସଂଗ୍ରହ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସାମ୍ବାଦିକ ବ୍ରଜ ରଣସିଂହଙ୍କୁ ଶେଷ ସନ୍ଧ୍ୟାରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହିତ ମହୋତ୍ସବ ପ୍ରଚାର ପ୍ରସାରରେ ସହଯୋଗ କରିଥିବା ସମସ୍ତ ସାମ୍ବାଦିକ ବନ୍ଧୁମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ବିଭିନ୍ନ ସମାଜ ସେବାରେ ନିୟୋଜିତ କରିଥିବା ସାଇ ସେବା ଟ୍ରଷ୍ଟର ସଦସ୍ୟମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

ମହାତ୍ସବକୁ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ପୋଲିସ ମୁତୟନ ହେବା ସହିତ ଶୃଙ୍ଖଳା ପାଇଁ କମିଟି ଗଠନ କରାଯାଇଥିଲା। ସତ୍ୟ ନାରାୟଣ ମହାପାତ୍ର ସାଂସ୍କୃତିକ ମଞ୍ଚ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ମହୋତ୍ସବ ସମ୍ପାଦକ ସ୍ୱରାଜ ମହାନ୍ତି, ପରେଶ ମିଶ୍ର, ଶିବ ପ୍ରସାଦ ମିଶ୍ର, ଶକ୍ତି ପ୍ରସାଦ ଆଚାର୍ଯ୍ୟ, ବିଷ୍ଣୁ ପ୍ରସାଦ ମିଶ୍ର, ଅମୀୟ ପ୍ରସାଦ ମିଶ୍ର, ଦିନେଶ ପରିଡା, ରଂଜିତ ପ୍ରଧାନ ସହିତ ମହୋତ୍ସବ କମିଟିର ସମସ୍ତ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଅର୍ଜୁନ-୨୦୨୫ ତ୍ରିପୁରା ରଣପୁର ମହୋତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026

ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କଲେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ

February 3, 2026

ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୧୯୭ କୋଟିରୁ ଊର୍ଦ୍ଧ୍ୱ ସୁଧ ଫେରସ୍ତ କଲେ ଉପମୁଖ୍ୟମନ୍ତ୍ରୀ

February 3, 2026

ଆଜି ଫକୀର ମୋହନ ବିଶ୍ୱବିଦ୍ୟାଳୟ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

February 3, 2026
Latest News

U19 ବିଶ୍ୱକପ୍ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ: କେଉଁଠାରେ ଦେଖିବେ ଲାଇଭ୍ ଷ୍ଟ୍ରିମିଂ

February 3, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026

ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କଲେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ

February 3, 2026

ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୧୯୭ କୋଟିରୁ ଊର୍ଦ୍ଧ୍ୱ ସୁଧ ଫେରସ୍ତ କଲେ ଉପମୁଖ୍ୟମନ୍ତ୍ରୀ

February 3, 2026

ଆଜି ଫକୀର ମୋହନ ବିଶ୍ୱବିଦ୍ୟାଳୟ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.