ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ପୋଡକାଷ୍ଟ ଶୁକ୍ରବାର ଦିନ ପ୍ରସାରିତ ହୋଇଥିଲା। ସେ ଜେରୋଢା ସହ-ପ୍ରତିଷ୍ଠାତା ନିଖିଲ କାମଥଙ୍କ ୟୁଟ୍ୟୁବ ଚ୍ୟାନେଲରେ ଏହି ପୋଡକାଷ୍ଟ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ 2002 ର ଗୋଧ୍ରା ଦଙ୍ଗା ଏବଂ 2005 ରେ ଆମେରିକା ଭିସା ମନା କରିବା ସହିତ ଅନେକ ବିବାଦୀୟ ପ୍ରସଙ୍ଗରେ କହିଥିଲେ।
ଗୋଧ୍ରା ଘଟଣା ଏବଂ ଲୋକଙ୍କ ମୃତ୍ୟୁକୁ ମନେ ପକାଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସେହି ଯନ୍ତ୍ରଣାଦାୟକ ଦୃଶ୍ୟ ଦେଖିବା ପରେ ମୁଁ ସବୁକିଛି ଅନୁଭବ କଲି। କିନ୍ତୁ ମୋର ଭାବନାକୁ ନିୟନ୍ତ୍ରଣ କରିବା ପାଇଁ ମୁଁ ସମସ୍ତ ପ୍ରକାର ଚେଷ୍ଟା କଲି, କାରଣ ମୁଁ ମୁଖ୍ୟମନ୍ତ୍ରୀ ଥିଲି।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, “24 ଫେବୃଆରୀ 2002 ରେ ମୁଁ ପ୍ରଥମ ଥର ପାଇଁ ଜଣେ ବିଧାୟକ ହୋଇଥିଲି ଏବଂ 27 ଫେବୃଆରୀରେ ମୁଁ ବିଧାନସଭାକୁ ଯାଇଥିଲି। ଗୋଧ୍ରାଠାରେ ଏପରି ଘଟଣା ଘଟିବା ପରେ ମୁଁ ତିନି ଦିନି ପୁରୁଣା ବିଧାୟକ ଥିଲି। ପ୍ରଥମେ ଆମେ ଖବର ପାଇଥିଲୁ। ଟ୍ରେନରେ ନିଆଁ, ତାପରେ ଧୀରେ ଧୀରେ- ଆହତଙ୍କ ଖବର ପାଇବା ଆରମ୍ଭ କଲୁ। ମୁଁ ବାହାରକୁ ଆସିବା ମାତ୍ରେ କହିଲି, ମୁଁ ଗୋଧ୍ରା ଜୀବାକୁ ଚାହୁଁଛି। ସେଠାରେ କେବଳ ଗୋଟିଏ ହେଲିକପ୍ଟର ଥିଲା। ଏହା ONGC ରୁ ଆସିଥିଲା, କିନ୍ତୁ ସେମାନେ କହିଥିଲେ ଯେ, ଏହା ଏକ ଇଞ୍ଜିନ୍ ହେଲିକପ୍ଟର, ତେଣୁ ସେମାନେ ଏଥିରେ କୌଣସି VIP ଅନୁମତି ଦେଇ ପାରିବେ ନାହିଁ। ମୁଁ ସେମାନଙ୍କ ସହ ଯୁକ୍ତି କଲି, ଆଉ କହିଲି ଯେ, ଯାହା ବି କିଛି ହେବ, ସେଥିପାଇଁ ମୁଁ ଦାୟୀ ରହିବି।
“ମୁଁ ଗୋଧ୍ରା ପହଞ୍ଚିଲି ଏବଂ ମୁଁ ସେହି ଯନ୍ତ୍ରଣାଦାୟକ ଦୃଶ୍ୟ ଦେଖିଲି, ସେହି ମୃତ ଶରୀରଗୁଡିକୁ ଦେଖିଲି। ମୁଁ ସବୁକିଛି ଅନୁଭବ କଲି, କିନ୍ତୁ ମୁଁ ଜାଣିଥିଲି ଯେ ମୁଁ ଏପରି ପରିସ୍ଥିତିରେ ବସିଥିଲି ଯେଉଁଠାରେ ମୋତେ ମୋର ଭାବନା ଏବଂ ପ୍ରାକୃତିକ ପ୍ରବୃତ୍ତିଠାରୁ ଦୂରରେ ରହିବାକୁ ପଡ଼ିବ। ମୁଁ ନିଜକୁ ନିୟନ୍ତ୍ରଣ କରିବାକୁ ଯେତିକି ଚେଷ୍ଟା କରିବା କଥା କରିଥିଲି।