ବୈଜୟନ୍ତ ପଣ୍ଡା ଆଇନି ଭାଙ୍ଗୁଛନ୍ତି, ଏ ପର୍ଯ୍ୟନ୍ତ ସରକାରୀ ବାସଭବନ ଛାଡି ନ ଥିବା କହିଲେ ଅନୁଭବ ମହାନ୍ତି, ଘର ଆଗରେ ଫଟୋ ଉଠାଇଲେ

Published: Jul 11, 2019, 8:55 pm IST
ବୈଜୟନ୍ତ ପଣ୍ଡା ଆଇନି ଭାଙ୍ଗୁଛନ୍ତି, ଏ ପର୍ଯ୍ୟନ୍ତ ସରକାରୀ ବାସଭବନ ଛାଡି ନ ଥିବା କହିଲେ ଅନୁଭବ ମହାନ୍ତି, ଘର ଆଗରେ ଫଟୋ ଉଠାଇ କଲେ ଅଭିଯୋଗ

ସମୀକ୍ଷା ବ୍ୟୁରୋ

ପୂର୍ବତ୍ତନ ସାଂସଦ ତଥା ଲ ମେକର ଜୟ ପଣ୍ଡା 13 ମାସ ହେଲା ଆଉ ସାଂସଦ ନାହାଁନ୍ତି। ହେଲେ ସେ ନୂଆଦିଲ୍ଲୀସ୍ଥିତ 02 ମହାଦେବ ରୋଡସ୍ଥିତ ସରକାରୀ ବାସଭବନକୁ ଏ ପର୍ଯ୍ୟନ୍ତ ମାଡିବସିଛନ୍ତି। ଏପରି ଅଭିଯୋଗ କରିଛନ୍ତି ତାଙ୍କୁ ନିର୍ବାଚନରେ ପରାସ୍ତ କରିଥିବା ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି। ସେ ତାଙ୍କ ଟୁଇଟରେ ଲେଖିଛନ୍ତି ଯେ ଏକଦା ଆଇନି ତିଆରି କରୁଥିବା ଜୟ ପଣ୍ଡା ଖୋଦ ଆଇନି ଭାଙ୍ଗୁଛନ୍ତି। ସେ ଗତ 13 ମାସ ଧରି ଆଉ ସାଂସଦ ନାହିଁନ୍ତି। ନିକଟରେ ସେ କେନ୍ଦ୍ରାପଡାରୁ ହାରିଛନ୍ତି। ହେଲେ ସେ ଏ ପର୍ଯ୍ୟନ୍ତ ସରକାରୀ ବାସଭବନକୁ ମାଡି ବସିଛନ୍ତି ବୋଲି ଅନୁଭବ କହିଛନ୍ତି। ତାଙ୍କର ଆଇନି ପ୍ରତି ସମ୍ମାନ ନାହିଁ ବୋଲି ଅନୁଭବ କହିଛନ୍ତି। ସେତିକି ନୁହେଁ ଜୟ ପଣ୍ଡା ତାଙ୍କ ସୁରକ୍ଷା କର୍ମିଙ୍କୁ ମଧ୍ୟ କହିଛନ୍ତି ଯେ କୌଣସି ନୂଆ ସାଂସଦଙ୍କୁ ଭିତରକୁ ଛାଡିବେ ନାହିଁ। ଏପରିକି ଲୋକସଭାର ସରକାରୀ ବାସଭବନ ବଣ୍ଟନ ଗୃହ କମିଟ ସଦସ୍ୟଙ୍କୁ ମଧ୍ୟ ତାଙ୍କ ସୁରକ୍ଷା କର୍ମି ଯାଞ୍ଚ ପାଇଁ ଛାଡି ନ ଥିଲେ। ଖୋଦ ଅନୁଭବନ ଜୟ ପଣ୍ଡାଙ୍କ ବାସଭବନ ଆଗରେ ଫଟୋ ଉଠାଇ ଏପରି ଟ୍ବଇଟ କରି ଅଭିଯୋଗ କରିଛନ୍ତି। ନିକଟରେ ପାଟକୁରା ନିର୍ବାଚନ ଥିବାରୁ ଅନୁଭବଙ୍କ ଏପରି ଟୁଇଟ ରାଜ୍ୟ ରାଜନୀତିକୁ ସରଗରମ କରିଛି।

Related posts