Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର ମହୋତ୍ସବ ପୁଣି ଥରେ ଆରମ୍ଭ ହେବ, ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କଲେ ଘୋଷଣା
ଆଜିର ଖବର

ବାଣପୁର ମହୋତ୍ସବ ପୁଣି ଥରେ ଆରମ୍ଭ ହେବ, ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କଲେ ଘୋଷଣା

January 13, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
BanpurFestival
ବାଣପୁର ମହୋତ୍ସବ ପୁଣି ଥରେ ଆରମ୍ଭ ହେବ, ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କଲେ ଘୋଷଣା

ବାଣପୁର(ସୀତାରାମ ଆଗ୍ରୱାଲ): ଦୀର୍ଘ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷଠାରୁ ପୁଣି ଆରମ୍ଭ ହେବ ‘ବାଣପୁର ମହୋତ୍ସବ’। ଏ ନେଇ ଘୋଷଣା କରିଛନ୍ତି ଆଇନ ମନ୍ତ୍ରୀ ତଥା ଚିଲିକା ବିଧାୟକ ପୃଥ୍ୱୀରାଜ ହରିଚନ୍ଦନ। ବାଣପୁରର ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇ ଉକ୍ତ ଘୋଷଣା କରିଛନ୍ତି ମନ୍ତ୍ରୀ ଶ୍ରୀ ହରିଚନ୍ଦନ।

ତେବେ ଆଗାମୀ ଏକ ମାସ ମଧ୍ୟରେ ବାଣପୁର ମହୋତ୍ସବ ଆୟୋଜିତ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଏଥି ନିମନ୍ତେ ଖୁବଶୀଘ୍ର ପ୍ରସ୍ତୁତି ଆରମ୍ଭ ହେବ ବୋଲି ଜଣାପଡିଛି। ବାଣପୁର ଏକ ଐତିହାସିକ ମାଟି ଏବଂ ଏହାର କଳା,ସଂସ୍କୃତି ସମଗ୍ର ରାଜ୍ୟରେ ଅନନ୍ୟ ବୋଲି କହିଥିଲେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ। ବାଣପୁର ମହୋତ୍ସବ ମାଧ୍ୟମରେ ଏହାର କଳା ଓ ସଂକୃତିକୁ ଉଜ୍ଜୀବିତ କରାଯାଇପାରିବ।

ତେବେ ମିଳିଥିବା ସୂଚନା ଅନୁଯାୟୀ ବାଣପୁର ମହୋତ୍ସବ ଆସନ୍ତା ଫେବୃଆରୀ 15 ମଧ୍ୟରେ ଅନୁଷ୍ଠିତ ହେବ। ତେବେ ମନ୍ତ୍ରୀଙ୍କ ଉକ୍ତ ଘୋଷଣା ସମଗ୍ର ବାଣପୁର ଓ ଚିଲିକା ବାସୀଙ୍କ ମନରେ ଆନନ୍ଦ ଖେଳାଇଦେଇଛି। ବାଣପୁର ମହୋତ୍ସବକୁ ପୁନଶ୍ଚ ଆରମ୍ଭ କରିବା ପାଇଁ ବାରମ୍ବାର ଦାବି ହେଉଥିବା ବେଳେ ନୂତନ ଭାବେ ନିର୍ବାଚିତ ହୋଇଥିବା ଚିଲିକା ବିଧାୟକ ତଥା ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିଥିବାରୁ ବାଣପୁର ଓ ଚିଲିକା ବାସି ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ହଠାତ୍ ସଂସଦରେ ପହଞ୍ଚିଲେ ଏନଏସଏ ଅଜିତ ଡୋଭାଲ: ଜାଣନ୍ତୁ ମୁଖ୍ୟ କାରଣ କ’ଣ?

July 29, 2026

ବରିଷ୍ଠ ସାମ୍ବାଦିକ ଶାରଦା ପ୍ରସନ୍ନ ନନ୍ଦଙ୍କୁ ଶବରୀ ପ୍ରଭାଦୀପ୍ତ ସମ୍ମାନ

July 29, 2026

ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନଙ୍କ ଦ୍ଵାରା “ଆମ ରାଷ୍ଟ୍ରପତି: ଆମ ଗୌରବ” ପୁସ୍ତକ ଲୋକାର୍ପିତ

July 29, 2026

WTC ଫାଇନାଲରୁ ବାଦ ପଡିଲା ପାକିସ୍ତାନ: ଜାଣନ୍ତୁ ଭାରତର ସ୍ଥିତି

July 29, 2026
Latest News

ହଠାତ୍ ସଂସଦରେ ପହଞ୍ଚିଲେ ଏନଏସଏ ଅଜିତ ଡୋଭାଲ: ଜାଣନ୍ତୁ ମୁଖ୍ୟ କାରଣ କ’ଣ?

July 29, 2026

ଭାରତ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିବେ ଟ୍ରମ୍ଫ?: ଚିନ୍ତା ବଢାଇଲା ଆମେରିକାର ନୂତନ ବିଲ୍

July 29, 2026

ବରିଷ୍ଠ ସାମ୍ବାଦିକ ଶାରଦା ପ୍ରସନ୍ନ ନନ୍ଦଙ୍କୁ ଶବରୀ ପ୍ରଭାଦୀପ୍ତ ସମ୍ମାନ

July 29, 2026

ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନଙ୍କ ଦ୍ଵାରା “ଆମ ରାଷ୍ଟ୍ରପତି: ଆମ ଗୌରବ” ପୁସ୍ତକ ଲୋକାର୍ପିତ

July 29, 2026

WTC ଫାଇନାଲରୁ ବାଦ ପଡିଲା ପାକିସ୍ତାନ: ଜାଣନ୍ତୁ ଭାରତର ସ୍ଥିତି

July 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.