Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବର୍ତ୍ତମାନ ୨୭ ଜିଲ୍ଲାରେ ଚାଲିଛି ଧାନ କିଣା, ଅନ୍ୟ ଜିଲ୍ଲାରେ ଖୁବଶୀଘ୍ର ହେବ ଆରମ୍ଭ
ଆଜିର ଖବର

ବର୍ତ୍ତମାନ ୨୭ ଜିଲ୍ଲାରେ ଚାଲିଛି ଧାନ କିଣା, ଅନ୍ୟ ଜିଲ୍ଲାରେ ଖୁବଶୀଘ୍ର ହେବ ଆରମ୍ଭ

January 13, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
PaddyProcurment
ବର୍ତ୍ତମାନ ୨୭ ଜିଲ୍ଲାରେ ଚାଲିଛି ଧାନ କିଣା, ଅନ୍ୟ ଜିଲ୍ଲାରେ ଖୁବଶୀଘ୍ର ହେବ ଆରମ୍ଭ

ଭୁବନେଶ୍ୱର: ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଜାରି ରହିଛି । ଏହି ଧାନ କିଣା ବ୍ୟବସ୍ଥା ଆହୁରି ତ୍ୱରାନ୍ୱିତ ହୋଇଛି । ବର୍ତ୍ତମାନ ବରଗଡ଼, ନୂଆପଡା, ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗୀର, ବାଲେଶ୍ୱର, ବୌଦ୍ଧ, ଦେବଗଡ଼, ଝାରସୁଗୁଡା, କେଉଁଝର, କୋରାପୁଟ, ମାଲକାନଗିରି, ମୟୁରଭଞ୍ଜ, ନବରଙ୍ଗପୁର, ରାୟଗଡ, ସୁବର୍ଣ୍ଣପୁର, ପୁରୀ, ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ବର ଓ ସୁନ୍ଦରଗଡ଼ ସମେତ ରାଜ୍ୟର ୨୭ଟି ଜିଲ୍ଲାରେ ଧାନ କିଣା ପ୍ରକ୍ରିୟା ଚାଲିଛି ।

ଅନ୍ୟ ଜିଲ୍ଲାରେ ଖୁବଶୀଘ୍ର ଏହି ଧାନ କିଣା ପ୍ରକ୍ରିୟା ଆରମ୍ଭ କରାଯିବ । ଏଥିପାଇଁ ସମ୍ପୃକ୍ତ ଜିଲାରେ ବ୍ୟାପକ ପ୍ରସ୍ତୁତି ଜାରି ରହିଛି । ଏତଦବ୍ୟତୀତ ପଞ୍ଜିକୃତ ଚାଷୀ ମାନଙ୍କୁ ଆଗୁଆ ସୂଚନା ପ୍ରଦାନ ସହ ଟୋକନ ପ୍ରଦାନ କରାଯାଉଛି । ସୂଚନାଯୋଗ୍ୟ, ବର୍ତ୍ତମାନ ଏହି ଜିଲ୍ଲା ଗୁଡିକରେ ୨୪୯୨ଟି ମଣ୍ଡିରେ ଧାନ କିଣା ଜାରି ରହିଛି ।

ସମ୍ପୃକ୍ତ ଜିଲ୍ଲା ଗୁଡିକରେ ଧାନ କିଣା ପାଇଁ ଚାଷୀ ମାନଙ୍କୁ ଆଗୁଆ ଟୋକନ ପ୍ରଦାନ ସହ ସରକାରୀ ବ୍ୟବସ୍ଥାରେ ଧାନ ବିକିବା ପାଇଁ ପଞ୍ଜିକୃତ ଚାଷୀ ମାନଙ୍କୁ ପ୍ରୋତ୍ସାହିତ କରାଯାଉଛି। ଧାନ କିଣା ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ପାଇଁ ପ୍ରତ୍ୟେକ ମଣ୍ଡିରେ ନୋଡାଲ ଅଧିକାରୀ ନିଯୁକ୍ତ ହୋଇଛନ୍ତି । ଏହି ଅଧିକାରୀ ମାନେ ଧାନ କିଣା ପ୍ରକ୍ରିୟା ଉପରେ ନଜର ରଖିବା ସହ ଧାନ ସଂଗ୍ରହ ପ୍ରକିୟାକୁ ଯାଞ୍ଚ କରୁଛନ୍ତି ।

ବାହାର ରାଜ୍ୟର ଧାନ ଗାଡି ଉପରେ କଡା ନଜର ରଖାଯାଇଛି । ଏଥିନିମନ୍ତେ ଏହି ସବୁ ଜିଲ୍ଲାରେ ୨୧୭ ଜଣ ଇନଫୋର୍ସମେଣ୍ଟ ଅଧିକାରୀ ନିଯୁକ୍ତ ଅଛନ୍ତି । ଏଥିନିମନ୍ତେ ଜିଲ୍ଲାସ୍ତରରେ ସମ୍ପୃକ୍ତ ଅଧିକାରୀ ମାନେ ସଜାଗ ରହି କାର୍ଯ୍ୟ ତୁଲାଉଛନ୍ତି । ଧାନ ବିକ୍ରୟର ୪୮ ଘଣ୍ଟା ମଧ୍ୟରେ ଚାଷୀ ମାନଙ୍କ ଆକାଉଣ୍ଟକୁ ସର୍ବନିମ୍ନ ସହାୟତା ରାଶି ସହ ଇନପୁଟ ସହାୟତା ପ୍ରଦାନ କରାଯାଉଛି ।

ଏଥି ନିମନ୍ତେ ଯୋଗାଣ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବା ସହ ଧାନ ବିକ୍ରୟ ଅର୍ଥ ରାଶି ସଂକ୍ରାନ୍ତୀୟ ଅଭିଯୋଗକୁ ଗୁରୁତର ଭାବେ ଗ୍ରହଣ କରି ତୁରନ୍ତ ପଦକ୍ଷେପ ନିଆଯାଉଛି।

ଧାନ କିଣା
Share. Facebook Twitter LinkedIn Email WhatsApp Copy Link

Related Posts

IND-SA T20 Match Preparation: ବାରବାଟୀରେ ହେବାକୁ ଥିବା ମ୍ୟାଚ୍ ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

November 12, 2025

SIP Inflows: ବଜାର ଅସ୍ଥିରତା ସତ୍ବେ ବୃଦ୍ଧି ପାଇଲା ଏସଆଇପି ଜମା, ଜାଣନ୍ତୁ କେତେ

November 12, 2025

SIR ଉପରେ ରାଜନୈତିକ ବିବାଦ ଜାରି: ନିର୍ବାଚନ କମିଶନଙ୍କ ନିକଟରେ ପହଞ୍ଚିଲେ ଶୁଭେନ୍ଦୁ ଅଧିକାରୀ

November 12, 2025

କେନ୍ଦ୍ର ବଜେଟ୍ ପ୍ରସ୍ତୁତି ପାଇଁ ମଏସଏମଇ ଅଂଶୀଦାରଙ୍କ ସହ ବୈଠକ କଲେ ଅର୍ଥମନ୍ତ୍ରୀ

November 12, 2025
Latest News

IND-SA T20 Match Preparation: ବାରବାଟୀରେ ହେବାକୁ ଥିବା ମ୍ୟାଚ୍ ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

November 12, 2025

SIP Inflows: ବଜାର ଅସ୍ଥିରତା ସତ୍ବେ ବୃଦ୍ଧି ପାଇଲା ଏସଆଇପି ଜମା, ଜାଣନ୍ତୁ କେତେ

November 12, 2025

SIR ଉପରେ ରାଜନୈତିକ ବିବାଦ ଜାରି: ନିର୍ବାଚନ କମିଶନଙ୍କ ନିକଟରେ ପହଞ୍ଚିଲେ ଶୁଭେନ୍ଦୁ ଅଧିକାରୀ

November 12, 2025

“ବିହାରରେ ପୁଣି NDA ସରକାର”: ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା

November 12, 2025

କେନ୍ଦ୍ର ବଜେଟ୍ ପ୍ରସ୍ତୁତି ପାଇଁ ମଏସଏମଇ ଅଂଶୀଦାରଙ୍କ ସହ ବୈଠକ କଲେ ଅର୍ଥମନ୍ତ୍ରୀ

November 12, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.