Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମନନ ନାଟ୍ୟ ସଂସ୍ଥାର ନାଟ୍ୟ ମହୋତ୍ସବର ଦ୍ୱିତୀୟ ଦିନରେ ପରିବେଷଣ ହେଲା “ତମେ ଚାଲିଗଲା ପରେ”
ଆଜିର ଖବର

ମନନ ନାଟ୍ୟ ସଂସ୍ଥାର ନାଟ୍ୟ ମହୋତ୍ସବର ଦ୍ୱିତୀୟ ଦିନରେ ପରିବେଷଣ ହେଲା “ତମେ ଚାଲିଗଲା ପରେ”

January 15, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମନନ ନାଟ୍ୟ ସଂସ୍ଥାର ନାଟ୍ୟ ମହୋତ୍ସବର ଦ୍ୱିତୀୟ ଦିନରେ ପରିବେଷଣ ହେଲା "ତମେ ଚାଲିଗଲା ପରେ"

ଭୁବନେଶ୍ବର: ଅତ୍ୟାଧୁନିକ ଶିକ୍ଷିତ ପୁଅମାନେ ଅତିମାତ୍ରାରେ ଆତ୍ମକୈନ୍ଦ୍ରିକ ହୋଇ : ଜୀବିକା ନିର୍ବାହ କରିବା ଆଳରେ, ବିଦେଶରେ ରହିବାକୁ ପସନ୍ଦ ମନେ କରନ୍ତି । ଫଳରେ ବ୍ୟକ୍ତିଗତ ସ୍ୱାର୍ଥ ନିକଟରେ ପାରିବାରିକ ସଂପର୍କ ସେମାନଙ୍କ ପାଇଁ ମୂଲ୍ୟହୀନ ହୋଇପଡ଼େ। ଯେଉଁ ବାପା, ମା’, ମାନେ ସେମାନଙ୍କ ପିଲାମାନଙ୍କୁ ନେଇ ସୁନେଲା ସ୍ୱପ୍ନ ଦେଖିଥା ନ୍ତି ସମୟାନୁକ୍ରମେ ସେ ସ୍ୱପ୍ନ ଧୂଳିସାତ ହୋଇଯାଏ।

ସେହି ସବୁ ଅତ୍ୟାଧୁନିକ ଉଚ୍ଚ ଶିକ୍ଷିତ ଯୁବକମାନେ ବାପା ମା’ଙ୍କୁ ସେମାନଙ୍କ ବୋଝ ବୋଲି ଭାବି ନିଅନ୍ତି । ସେହିସବୁ ବାପ, ମା’ ମାନେ ସ୍ତ୍ରୀକୁ ହରେଇଥିବା ରମାପଦ ରାୟ ଓ ସ୍ୱାମୀଙ୍କୁ ହରେଇଥିବା ଝରଣା ଦାସ ମାନେ ହୋଇପାରନ୍ତି । ଏମାନଙ୍କ ଏକଲା ଜୀବନ କେତେ ଯେ ଦୁବିସହ, ସେ କଥା ବିଦେଶରେ ଥିବା ପିଲାମାନେ ବୁଝିପାରନ୍ତି ନାହିଁ । ସେମାନଙ୍କ ବ୍ୟାଧଗ୍ରସ୍ଥ ଜୀବନ ପ୍ରତି ସମ୍ବୋଧନଶୀଳ ନ ହୋଇ ବରଂ ଡାକ୍ତରଙ୍କୁ କୁହନ୍ତି ସେମାନଙ୍କୁ ମାରିଦେବା ପାଇଁ।

ଏପଟେ ନିଃସଙ୍ଗତା ଭୋଗୁଥିବା ଅକ୍ଟୋଜେନେରିଆନ ରମାପଦ ଓ ଝରଣା ଦାସ, ନିଃସଙ୍ଗତାର ଭୟକ ଭୁଲିଯିବା ପାଇଁ କୋଉଠି ନା କୋଉଠି ସାହାରା ଟିକିଏ ଖୋଜି ବସନ୍ତି, ଜୀବନର ଏହି ଘଡିସନ୍ଧି ମୁହୂର୍ଭର ମନସ୍ତାତ୍ତ୍ୱିକ ବିଶ୍ଳେଷଣ – “ ତମେ ଚାଲିଗଲା ପରେ ”
ନାଟକରେ ମଞ୍ଚ ଅଭିନୟ କରିଥିଲେ ସୁଶାନ୍ତ କୁମାର ଦାସ, ଅମୂଲ୍ୟ କୁମାର ଦାସ ଆଶୁତୋଷ ତ୍ରିପାଠୀ, କୈଳାସ ଚନ୍ଦ୍ର ନାୟକ ଦିଲ୍ଲୀପ କୁମାର ଗୋଚ୍ଛାୟତ, – ସତ୍ୟ ନାରାୟଣ ଦାସ (ଶିଶୁକଳାକାର) ପ୍ରଭାସିନୀ ଦଣ୍ଡପାଟ, ବାସନ୍ତି ରାଉତ ମଞ୍ଚ- ରଚନା ଓ ନିର୍ଦ୍ଦେଶନା –କୈଳାସ ମଲ୍ଲିକ. ଏହି ବର୍ଷ ମନନ ନାଟ୍ୟ ସଂସ୍ଥା ପକ୍ଷରୁ ଚନ୍ଦ୍ରଶେଖର ନନ୍ଦ ସମ୍ମାନ ଡ଼ ମନିଶା ସାହୁ, ଶ୍ରୀଯୁକ୍ତ ଅବିନାଶ ଦଣ୍ଡପାଟ, ମନନ ସମ୍ମାନ ରେ ସମ୍ମାନିତ କରାଗଲା>

ଏହି ସନ୍ଧ୍ୟା ରେ ଅତିଥି ଭାବେ ପାରାଦ୍ୱୀପ ଫସଫେଟ ଲିମିଟେଡ଼ ର କର୍ପୋରେଟ ଏଫାୟାର ମୁଖ୍ୟ ସୁଧୀ ରଞ୍ଜନ ମିଶ୍ର, ପ୍ରଖ୍ୟାତ ନାଟ୍ୟ ରଚନା ଶ୍ରୀ ଯୁକ୍ତ ଚନ୍ଦ୍ରଶେଖର ନନ୍ଦ, ପ୍ରଫେସର ଡ଼ ନାରୟଣ ସାହୁ, ନାଟ୍ୟ ରଚନା ସଂକୃତି ଅଧିକାର ଶ୍ରୀ ଅରବିନ୍ଦ ଦାସ, ପ୍ରଖ୍ୟାତ ନାଟ୍ୟଶାଳ ବେକ୍ତିତ୍ୱ ଶ୍ରୀ ମିହିର କୁମାର ମେହେର, ମନନ ସଂସ୍ଥା ସମ୍ପାଦକ ନିରଞ୍ଜନ ସାହୁ, ଉପ ସଭାପତି ବଙ୍କୀମି ଚରଣ ନାୟକ, ମନନ ନାଟକ ସଭାପତି ଓ ନିର୍ଦେଶକ ମନୋଜ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ମନନ ନାଟ୍ୟ ସଂସ୍ଥା
Share. Facebook Twitter LinkedIn Email WhatsApp Copy Link

Related Posts

ଏନଏଚଆରସିଙ୍କ ହସ୍ତକ୍ଷେପ ପରେ ଥାଇଲ୍ୟାଣ୍ଡରୁ ଫେରିଲେ ନିର୍ଯାତିତ ଛଅ ଓଡ଼ିଆ ଶ୍ରମିକ

March 8, 2026

ଅନ୍ତର୍ଜାତୀୟ ମହିଳା ଦିବସରେ କର୍ତ୍ତବ୍ୟ ପଥ ଠାରେ ଆୟୋଜିତ ହେବ ‘ଶକ୍ତି ପଦଯାତ୍ରା’

March 8, 2026

କୋଟା ବିମାନବନ୍ଦରର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

March 8, 2026

ଆଜି ଅନ୍ତର୍ଜାତୀୟ ମହିଳା ଦିବସ ସମାରୋହରେ ଯୋଗଦେବେ ରାଷ୍ଟ୍ରପତି

March 8, 2026
Latest News

ବିଶ୍ବ ଅସ୍ଥିରତା ସମୟରେ ଭାରତର ସୁଦୃଢ ତୈଳ ନିରାପତ୍ତା

March 8, 2026

ଏନଏଚଆରସିଙ୍କ ହସ୍ତକ୍ଷେପ ପରେ ଥାଇଲ୍ୟାଣ୍ଡରୁ ଫେରିଲେ ନିର୍ଯାତିତ ଛଅ ଓଡ଼ିଆ ଶ୍ରମିକ

March 8, 2026

ଅନ୍ତର୍ଜାତୀୟ ମହିଳା ଦିବସରେ କର୍ତ୍ତବ୍ୟ ପଥ ଠାରେ ଆୟୋଜିତ ହେବ ‘ଶକ୍ତି ପଦଯାତ୍ରା’

March 8, 2026

ପଶ୍ଚିମବଙ୍ଗରେ ରାଷ୍ଟ୍ରପତିଙ୍କ ଅପମାନ ଏବଂ ସାନ୍ତାଳ ସଂସ୍କୃତିର ଅନାଦରକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ

March 8, 2026

କୋଟା ବିମାନବନ୍ଦରର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

March 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.